May 9, 2025
Home » ମାଗଣା ସ୍ୱାସ୍ଥ୍ୟ ଯାଞ୍ଚଶିବିର ଆୟୋଜନ

ମାଗଣା ସ୍ୱାସ୍ଥ୍ୟ ଯାଞ୍ଚଶିବିର ଆୟୋଜନ

0
WhatsApp Image 2025-03-25 at 3.08.08 PM

ବ୍ରହ୍ମପୁର: ଗୋପାଳପୁର ନିକଟସ୍ଥ କୋରାପଳୀ ଗାଁ ରେ ସାନ୍ ଏଣ୍ଡ ନୀଲ ଫାଉଣ୍ଡେସନ ଓ ଆୟୁଷ ହେଲଥ କେରେ ମିଳିତ ସହଯୋଗରେ ଏକ ମାଗଣା ସ୍ୱାସ୍ଥ୍ୟ ଯାଞ୍ଚଶିବିର ଆୟୋଜନ କରା ଯାଇଥିଲା। ଉକ୍ତ ଶିବିରରେ୪୭ ରୋଗୀମାନଙ୍କର ଉଚରକ୍ତଚାପ,ଡା ଏବେଟିସ , ଇସିଜି, ଚକ୍ଷୁ ପରୀକ୍ଷା ଆଦି କରlଯାଇଥିଲା ୮ ଜଣ ପରଳରୋଗୀଙ୍କୁ ଚିକିତ୍ସା ପାଇଁ ଶଙ୍କର ଚିକିତ୍ସାଳୟ କୁ ବସ ଯୋଗେ ସ୍ଥାନାନ୍ତରିତକରାଯାଇଥିଲା ସମସ୍ତଙ୍କୁ ମାଗଣା ଅପରେସନ୍ ସହ ମାଗଣା ଔଷଧ, ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା |ସାନ୍ ଏଣ୍ଡ ନିଲ୍ ଫାଉଣ୍ଡେସନ୍ ଅଧ୍ୟକ୍ଷ ପି,ଧର୍ମା ରାଓ ଙ୍କ ସମେତ, ସଚିବ ଦିନେଶ କୁମାର, ଗଣେଶ ପାତ୍ର ଶିବିରକୁ ପରିଚାଳନା କରିଥିଲେ କବିରାଜ, ଅମ୍ବୁଜାଚରଣ ସାହୁ, ଚକ୍ଷୁ ବିସେଷଜ୍ଞ ଚାନ୍ଦିନୀ ସାବତ , ସ୍ଵାତିକା ପ୍ରଧାନ ,ଗୋପାଳ କୃଷ୍ଣ ମିଶ୍ର, ନଳିନୀ କାନ୍ତ ରାଉତ ସମସ୍ତ ବ୍ୟକ୍ତିଙ୍କୁ ଯାଞ୍ଚ କରିବା ସହ ଉଚିତ ପରାମର୍ଶ ଦେଲେ.ଶିବର କୁ ଶୃଙ୍ଖଲିତ ଭାବେ ବଂଶୀଧର ଦାସ, ମଦନ ପାତ୍ର ସହଯୋଗ କରିଥିଲେ।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *