December 20, 2025
Home » ମାଟିରେ ମିଶିଲା ନିଶା ବେପାରୀ ଙ୍କ ଘର

ମାଟିରେ ମିଶିଲା ନିଶା ବେପାରୀ ଙ୍କ ଘର

0
WhatsApp Image 2025-12-16 at 1.09.48 PM (1)

ପୁଣି କିଛିଦିନର ବ୍ୟବଧାନ ପରେ ନିଶା ବେପାରୀଙ୍କ ଘରକୁ ମାଟିରେ ମିଶାଇଛି ପୁରୀ ପୋଲିସ। ଗତ 4 ତାରିଖରେ ପୁରୀର ବ୍ରାଉନସୁଗାର ବେପାରୀ ସୁକାନ୍ତି ପଣ୍ଡାଙ୍କ 4ଟି ଘରକୁ ପୋଲିସ ଜେସିବି ଲଗାଇ ଭାଙ୍ଗିଥିବା ବେଳେ ଆଜି ତାଙ୍କ ଜୋଇଁ ଟିକି ଖାନ୍ ଯିଏକି ଜଣେ ବ୍ରାଉନସୁଗାର ବେପାରୀ ତାଙ୍କର ତିନିତିନୋଟି ଘରକୁ ଭାଙ୍ଗିଛି ପୁରୀ ପୋଲିସ। ଅର୍ଥାତ ଶାଶୁ ପରେ ଏବେ ଜୋଇଙ୍କ ପାଳି ପଡିଛି।


ଅପରେସନ ଚକ୍ର ଆଧାରରେ ନିଶା ବେପାରୀଙ୍କୁ ସାବାଡ୍ କରିବାକୁ ପୁରୀ ଏସପି ପ୍ରତୀକ୍ ସିଂଙ୍କ ନିର୍ଦ୍ଦେଶ କ୍ରମେ ଏହି ଉଚ୍ଛେଦ ଅଭିଜାନ ଜାରି ରହିଛି। ସବୁଠାରୁ ବଡକଥା ହେଉଛି ଗତ 4 ତାରିଖରେ ସୁକାନ୍ତି ପଣ୍ଡା ସରକାରୀ ଜମିକୁ ଜବରଦଖଲ କରି ଘର କରିବା ସହ ବେଆଇନ ଭାବେ ବ୍ରାଉନସୁଗାର ବେପାର କରୁଥିଲେ। ଠିକ୍ ସେହିଭଳି ତାଙ୍କ ଜୋଇଁ ଟିକି ଖାନ୍ ମଧ୍ୟ ସରକାରୀ ଜମିକୁ ଜବରଦଖଲ କରି ଘର କରିବା ସହ ସେଠାରେ ମଧ୍ୟ ବ୍ରାଉନସୁଗାର ବେପାର କରୁଥିଲେ। ତେବେ ଆଜି ସଦରଥାନା ପୋଲିସ ଟିକି ଖାନ୍ ର ନୀଳଚକ୍ର ନଗରରେ ଥିବା ଦୁଇଟି ଘରକୁ ଉଚ୍ଛେଦ କରିଥିବା ବେଳେ ହୁଳୁହୁଳିଆ ପୋଲ ନିକଟରେ ଥିବା ଆଉ ଏକ ଘରକୁ ମଧ୍ୟ ଉଚ୍ଛେଦ କରିଛି।

ଅର୍ଥାତ ଆଜି ଟିକି ଖାନ୍ ର ସମୁଦାୟ 3 ଟି ଘର ଯାହା ସରକାରୀ ଜମିରେ ଥିଲା ତାହାକୁ ଅତରିକ୍ତ ତହସିଲଦାର ଏବଂ ପୋଲିସ ପ୍ରଶାସନ ଉପସ୍ଥିତିରେ ମାଟିରେ ମିଶିଆ ହୋଇଛି। ପ୍ରଥମେ TPCODL ବା ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ଲାଇନ୍ କାଟିବା ପରେ ତିନୋଟି ଘରକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଥିଲା। ତେବେ ଆଗକୁ ମଧ୍ୟ ନିଶା ବେପାରୀଙ୍କ ଘରକୁ ମାଟିରେ ମିଶିଆଯିବ ବୋଲି ପୋଲିସ ତରଫରୁ କୁହାଯାଇଛି।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *