November 13, 2025
Home » ମାଟୁପାଲି ଛକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 5 କୁ ବୃଦ୍ଧି

ମାଟୁପାଲି ଛକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 5 କୁ ବୃଦ୍ଧି

0
WhatsApp Image 2025-03-28 at 12.17.53 PM

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟୁପାଲି ଛକଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3 ଜଣ ଗୁରୁତର ଆହତ ହୋଇଥିଲେ । ପରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ଖବର ଅନୁସାରେ ସୋନପୁର ପଟୁ ଦୃତ ଗତିରେ ଆସୁଥିବା ଏକ ହାଇୱା ଗାଡ଼ି ଏବଂ ସିଣ୍ଡୋଲ ପଟରୁ ଆସୁଥିବା ଏକ ବୋଲେରୋ ମଧ୍ୟରେ ଜୋରଦାର ମୁହାଁମୁହିଁ ଧକ୍କା ହୋଇଥିଲା। ଯାହା ଫଳରେ ବୋଲେରୋ ରେ ଥିବା ଟି ପି ଡବ୍ଲୁ ଓ ଡି ଏଲ ର 3 ଜଣଙ୍କ ମୃତ୍ୟୁ ହୋଇଥିଲା l

ଏପରିକି ବୋଲେରୋକୁ ଧକ୍କା ଦେବା ପରେ ହାଇୱା ଟି ରାସ୍ତା କଡ଼ରେ ଓଲଟି ପଡିଥିଲା। ଫଳରେ ହାଇୱାରେ ଥିବା ଡ଼୍ରାଇଭର ଓ ସହଯୋଗୀ ଗୁରୁତର ହୋଇଥିଲେ l ପରେ ଦୁଇଜଣ ଙ୍କ ଚିକିତ୍ସାଧୀନ ଅବସ୍ଥା ରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ମୃତକ 5 ଜଣଙ୍କ ମଧ୍ୟରୁ ଟାଟା ପାୱାରର 3 ଜଣ କର୍ମଚାରୀ ଓ ହାଇୱା ଗାଡି ର ଜଣେ ଡ଼୍ରାଇଭର ଓ ସହଯୋଗୀ ବୋଲି ଜଣା ପଡିଛି। ଉଲୁଣ୍ଡା ଅଗ୍ନିଶମ ବିଭାଗ ସଦଳବଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଗୁରୁତର ବ୍ୟକ୍ତି ମାନଙ୍କୁ ଉଲୁଣ୍ଡା ଡାକ୍ତରଖାନାକୁ ପଠାଇଛନ୍ତି । ଘଟଣା ସ୍ଥଳରେ ଉଲୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଛି ବେସରକାରୀ ସଂସ୍ଥା ମାଲିକ ମାନେ ଏବେ ନିଜ ବ୍ୟବସାୟ ରେ ଲଗାଇ ଥିବା ଶହ ଶହ ଟ୍ରକ୍ ହାଇୱା ଟ୍ରଲି ଭଳି ହେଭି ଗାଡି ଗୁଡ଼ିକ ରେ ଅତି କମ ବେତନ ରେ ଛୋଟ ପିଲା ମାନଙ୍କୁ ପୁଣି ବିନା ଲାଇସେନ୍ସ ରେ ନିୟୋଜିତ କରିଥିବା ଜଣା ଯାଇଛି l ଯେଉଁଥି ପାଇଁ କି ବଡ ବଡ ଦୁର୍ଘଟଣା ବଢିବାରେ ଓ ସାଧରଣ ଲୋକ ଙ୍କ ଧନ ଜୀଵନ ନଷ୍ଟ ହେଉଛି l କଡା କଡି ଯାଞ୍ଚ କରିବା ସହ ଏ ଦିଗରେ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ବାସୀ ଦାବୀ କରିଛନ୍ତି l ଟି ପି ଡ ବ୍ଲୁ ଓ ଡି ଏଲ ର ମୃତ ତିନି ଜଣ କର୍ମଚାରୀଙ୍କ ଶୋକ ସନ୍ତପ୍ତ ପରିବାର କୁ ଟାଟା ପାୱାର ବିଦ୍ୟୁତ୍ ବିଭାଗ କମ୍ପାନୀ ପକ୍ଷରୁ 30 ଲକ୍ଷ ଟଙ୍କା ଲେଖାଏଁ ଗ୍ରୁପ ଇନ୍ସୁରେନ୍ସ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଖବର ମିଳିଛି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *