ମାତା ରାଣୀସତୀଙ୍କ ରଥକୁ ଭବ୍ୟ ସ୍ୱାଗତ
ଟିଟିଲାଗଡ: ରାଜସ୍ଥାନରୁ ମଙ୍ଗଳ ବିହାରରେ ବାହାରିଥିବା ମାତା ରାଣୀ ସତୀଙ୍କ ରଥକୁ ସୋମବାର ଦିନ ଟିଟିଲାଗଡରେ ଭବ୍ୟ ସ୍ୱାଗତ ଜ୍ଞାପନ କରାଯାଇଛି। ଗତ ଶନିବାର ରଥ ପଡୋଶୀ ରାଜ୍ୟ ଛତିଶଗଡ ଦେଇ ଓଡିଶା ପ୍ରବେଶ କରିଥିଲା। ରବିବାର ଦିନ ରଥ ରାଜଖରିଆରରେ ପହଞ୍ଚି ରାତ୍ରୀଯାପନ କରିଥିବାବେଳେ ପରେ ବଙ୍ଗମୁଣ୍ଡା ଦେଇ ଟିଟିଲାଗଡ ଶକ୍ତିଧାମ ପୀଠରେ ପହଞ୍ଚିଥିଲା। ଏହି ଅବସରରେ ସ୍ଥାନୀୟ ବିଧାୟକ ନବୀନ ଜୈନ, ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସ, ରାଜ୍ୟସଭା ସାଂସଦଙ୍କ ପ୍ରତିନିଧି ରମେଶ ଅଗ୍ରୱାଲ, ସମ୍ପାଦକ ସନ୍ତୋଷ କେଜ୍ରିୱାଲ, ଡ ଗୌରୀ ଶଙ୍କର କେଜ୍ରିୱାଲ, କ୍ରିଷ୍ଣା କେଜ୍ରିୱାଲ, ଟ୍ରଷ୍ଟ ସଦସ୍ୟ ପ୍ରମୁଖଙ୍କ ସହ ଶତାଧିକ ଭକ୍ତ ରଥକୁ ପାଛୋଟି ନେବା ସହ ମାତାଙ୍କ ଦର୍ଶନ ଲାଭ କରିଥିଲେ।
ଟିଟିଲାଗଡ ଇପିଏ ରୁ ସନ୍ତୋଷ କେଜରିୱାଲ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
