ମାତୃ ମଣ୍ଡଳୀ ଙ୍କ ଦ୍ୱାରା ପ୍ରକୃତି ପୂଜନ ଉତ୍ସବ ପାଳନ ଅନୁଷ୍ଠିତ
ସୁବର୍ଣ୍ଣପୁର: ଶୁକ୍ରବାର ଦିନ ସୁବର୍ଣ୍ଣପୁର ସ୍ଥିତ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମଧ୍ୟରେ ବରେଣ୍ୟ ମାତୃ ମଣ୍ଡଳୀ ଙ୍କ ଦ୍ୱାରା ପ୍ରକୃତି ପୂଜନ ଉତ୍ସବ ପାଳନ ହୋଇଯାଇଛି । ମହିଳା ଗଣ ସାମୁହିକ ଭାବରେ ଅଁଳା ବୃକ୍ଷ କୁ ମାଁ ରାଧାରାଣୀ ଙ୍କର ପ୍ରତୀକାତ୍ମକ ସ୍ୱରୂପ ରୂପେ ପୂଜା ଅର୍ଚ୍ଚନା କରିବା ପରେ ଏକ ବୃକ୍ଷ ରୋପଣ ସଚ଼େତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ପାରିବାରିକ ବୃକ୍ଷ ପୂଜନ ଉତ୍ସବରେ ଅରୁନ୍ଧତୀ ମହାପାତ୍ର, ମଞ୍ଜୁଶ୍ରୀ ବାବୁ, ସୁବର୍ଣ୍ଣ ଶତପଥୀ, ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ, ନିରୁପମା ପ୍ରିପାଠୀ ପ୍ରମୁଖ ବାସନ୍ତୀ ନାୟକ, ପାର୍ଥିବୀ ଶତପଥୀ, ଶାନ୍ତିଲତା ସେଠୀ,ରାଜଶ୍ରୀ ବାବୁ,ଝିଲି ରାଣୀ ପାତ୍ର, ଦୀପ୍ତି ରେଖା ବାବୁ, ରେଖା ଅଗ୍ରୱାଲ, ଅନ୍ନପୂର୍ଣ୍ଣା ମେହେର ପ୍ରମୁଖ ଆଲୋଚ଼ନା ରେ ଅଂଶ ଗ୍ରହଣ କରି ବର୍ତ୍ତମାନ ପରିସ୍ଥିତିରେ କେବଳ ବୃକ୍ଷ ରୋପଣ ଦ୍ୱାରା ହିଁ ଶାନ୍ତ ,ସ୍ୱଚ୍ଛ, ସବୁଜ ,ସୁନ୍ଦର ପୃଥିବୀର ପରିକଳ୍ପନା ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ । ସଂଯୋଜକ ପ୍ରଦୀପ ପୁରୋହିତ ଅଧୁନା ପରିସ୍ଥିତିରେ ପରିବେଶରୁ , ଅଙ୍ଗାରକାମ୍ଳ ବିଷ ଶୋଷଣ କରି, ଅମ୍ଳଜାନ ରୂପକ ଅମୃତ ଦାନ କରି ନୀଳକଣ୍ଠ ସାଜିଥିବା ବୃକ୍ଷ ଦେବତାଙ୍କ ରୋପଣ, ସୁରକ୍ଷା, ପରିଚାଳନା ତଥା ଧ୍ୟାନ ଦେବାକୁ ସମସ୍ତେ ଅନୁରୋଧ କରିଥିଲେ । ଆର୍ଯ୍ୟମାନ୍ ,ଆୟୁଷ୍ମାନ୍,ଆୟୁଷ୍କାନ୍, ଡୁଗୁଲ୍, ଲାସ୍ୟା ଙ୍କ ସହିତ ଅନ୍ୟାନ୍ୟ ଶିଶୁ ପ୍ରତିଭା ମଧ୍ୟ ଗୀତ ନାଚ଼ ମାଧ୍ୟମରେ ତାଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ । କାର୍ତ୍ତିକ ବ୍ରତ ଅଁଳା ନବମୀ ଏବଂ ବୃକ୍ଷ ବନସ୍ପତି ଉପରେ ମଧ୍ୟ ଅନେକ ସଦସ୍ୟ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ ଉତ୍ସବରେ ଯୋଗାଳୟର ସମସ୍ତ ଯୋଗୀଗଣ ସପରିବାର ଯୋଗଦାନ କରି ସବୁଜ ସୁବର୍ଣ୍ଣପୁର ଗଠନ ଅଭିଯାନରେ ସାମିଲ ହେବା ପାଇଁ ଦୃଢ ସଂକଳ୍ପ ନେବା ସହ ସାମୁହିକ ପ୍ରସାଦ ସେବନରେ ସାମିଲ ହୋଇ ଖୁସି ବାଣ୍ଟିଥିଲେ ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
