November 13, 2025
Home » ମାତେଶ୍ୱରୀ ଜଗଦମ୍ବା ସରସ୍ବତୀ ଙ୍କ ୬୦ତମ ସ୍ମୁତି ଦିବସ ପାଳିତ

ମାତେଶ୍ୱରୀ ଜଗଦମ୍ବା ସରସ୍ବତୀ ଙ୍କ ୬୦ତମ ସ୍ମୁତି ଦିବସ ପାଳିତ

0
WhatsApp Image 2025-06-25 at 12.51.03 PM (1)

!
ଛତ୍ରପୁର: ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ମାଉଣ୍ଟ ଆବୁ (ରାଜସ୍ଥାନ) ମୁଖ୍ୟକେନ୍ଦ୍ରର ପ୍ରଥମ ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ମାତେଶ୍ୱରୀ ଜଗଦମ୍ବା ସରସ୍ବତୀ ଙ୍କ ୬୦ତମ ସ୍ମୁତି ଦିବସ ସର୍ବତ୍ର ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ ପରିସରରେ ମଙ୍ଗଳବାର ପୂର୍ବାହ୍ନ ରୁ ରାଜଯୋଗ ଅଭ୍ୟାସ, ମୁରଲି ପଠନ, ଈଶ୍ୱରୀୟ ଜ୍ଞାନ ଅମୃତ ପ୍ରଦାନ ସହ ଭଗବତ ବିଶ୍ୱାସ ଉପରେ ଆଲୋକପାତ ଉପରେ ପରିବେଷିତ ହୋଇଥିଲା । ଶାଖା ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ବିଜୟ ଲକ୍ଷ୍ମୀ ଭଉଣୀ ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ ।


ଭାରତୀୟ ତଟରକ୍ଷା ବାହୀନି ଗୋପାଳପୁର ଶାଖା ର ଅତିରିକ୍ତ କମାଣ୍ଡେଣ୍ଟ ଧନଞ୍ଜୟ ମିଶ୍ରା ମୁଖ୍ୟଅତିଥି ଭାବେ ଯୋଗଦେଇ ମାତେଶ୍ୱରୀ ଜଗଦମ୍ବା ସରସ୍ବତୀ ଙ୍କ ପ୍ରତିକୃତୀରେ ପୁଷ୍ପଗୁଚ୍ଛ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଏବଂ ଈଶ୍ୱରୀୟ ସନ୍ଦେଶ ଉପରେ ଦୃଷ୍ଟିପାତ କରି ଶତାଧିକ ବ୍ରହ୍ମାକୁମାରୀ ସଂସ୍ଥାନ ର ଭାଇ ଓ ଭଉଣୀ ଙ୍କୁ ଜ୍ଞାନ ଅମୃତ ପ୍ରସାଦରେ ଆଲୋକପାତ କରିଥିଲେ । ବ୍ରହ୍ମା କୁମାର୍ ରଜନୀ ଭାଇ, ସୂର୍ଯ୍ୟ ଭାଇ, ସିମାଞ୍ଚଳ ଭାଇ, ବାଲା କ୍ରିଷ୍ଣା ଭାଇ ଏହି କାର୍ଯ୍ୟକ୍ରମକୁ ସକ୍ରୀୟ ପରିଚାଳନା କରିଥିଲେ l ଶେଷରେ ବ୍ରହ୍ମା ଭୋଜନରେ ସମସ୍ତେ ଆପ୍ୟାୟିତ ହୋଇ ଖୁସିବ୍ୟକ୍ତ କରିଥିଲେ ।।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *