ମାନସିକ ବିକୃତି ଯୁବତୀଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲା
ଅଭିଯୁକ୍ତଙ୍କୁ ୧୦ବର୍ଷ କାରାଦଣ୍ଡ ଓ ୧୦ହଜାର ଟଙ୍କା ଜରିମାନାରେ ଦଣ୍ଡିତ କଲେ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୋରାଜଜ୍
ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଙ୍କ ଅଦାଲତ ମାନସିକ ବିକୃତ ମହିଳାଙ୍କୁ ଅପହରଣ ଓ ଦୁଷ୍କର୍ମ କରଥିବା ଅଭିଯୁକ୍ତକୁ ୧୦ବର୍ଷ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ କ୍ଷେତ୍ରରେ ଅଭିଯୁକ୍ତ ଜଣକୁ ଅଧିକା ୬ମାସ କାରାଦଣ୍ଡ ଭୋଗିବାକୁ ପଡିବ । ଅଭିଯୁକ୍ତ ଜଣକ ଆର.ଉଦୟଗିରି ଥାନା ଅଞ୍ଚଳର ଟୁକୁନା ଦାଣ୍ଡିଆ ବୋଲି କ୍ୟାଡରପ୍ରାପ୍ତ ସରକାରୀ ଓକିଲ ରାଜେଶ କୁମାର ମିଶ୍ର ଗଣମାଧ୍ୟମକୁ ଏକ ପ୍ରେସ୍ ବିବୃତି ମାଧ୍ୟମରେ ଏହି ସୂଚନା ପ୍ରଦାନ କରିଛନ୍ତି । ସୂଚନା ମୁତାବକ ତା.୧୦-୦୨-୨୦୨୪ରିଖରେ ଆର.ଉଦୟଗିରି ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ମାନସିକ ବିକୃତ ମହିଳା ସଂଧ୍ୟା ପ୍ରାୟ ୬ଘଣ୍ଟା ସମୟରେ ନିଜ ଘରୁ କୁଆଡେ ଚାଲିଯାଇଥିଲେ । ଏହାପରେ ତାଙ୍କ ପରିବାର ଲୋକେ ସାହି ପଡିଶା ଓ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ ମଧ୍ୟ ଯୁବତୀ ଜଣଙ୍କର କୌଣସି ପତ୍ତା ମିଳିନଥିଲା । ସେହି ଦିନ ରାତ୍ର ୧୦ଘଣ୍ଟା ସମୟରେ ଯୁବତୀ ଜଣକ ମୁମୂର୍ଷ ଅବସ୍ଥାରେ ନିଜ ଘରକୁ ଫେରିଥିଲେ ।ଝିଅର ମାନସିକ ଅବସ୍ଥାକୁ ଦେଖି ତାଙ୍କ ମା ତା ପରିଦନ ପଚାରି ବୁଝିଥିଲେ । ପୀଡିତା ଜଣକ ତାଙ୍କ ମା,ପରିବାର ବର୍ଗ ଓ ଗ୍ରାମବାସୀଙ୍କୁ ଘଟଣାସ୍ଥଳକୁ ନେଇଥିଲେ । ସେଠାରେ ପୀଡିତାଙ୍କ ଚପଲ ମଧ୍ୟ ସେଠାରେ ପଡିଥିବାରେ ସମସ୍ତେ ଦେଖିଥିଲେ । ପୀଡିତା ଯୁବତୀ ଜଣକୁ ଅଭିଯୁକ୍ତ ଟୁକୁନା ଦାଣ୍ଡିଆକୁ ଚିହ୍ନଟ କରିଥିଲେ । ପରିବାରବର୍ଗ ଓ ଗ୍ରାମବାସୀ ମାନେ ତା.୧୪-୦୨-୨୦୨୪ରିଖରେ ଆର.ଉଦୟଗିରି ଥାନାକୁ ଯାଇ ଟୁକୁନା ଦାଣ୍ଡିଆ ମାନସିକ ବିକୃତି ଯୁବତୀ ଜଣଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିବା ନେଇ ଲିଖିତ ଭାବେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତ୍ତିକରି ଆର.ଉଦୟଗରି ଥାନା କେସ୍ ନଂ-୨୬/୨୦୨୪ ଭାରତୀୟ ପିଙ୍ଗଳ କୋଡ୍ ର ୩୭୬(୨)(ଆଇ) ଓ ୩୬୩ ଧାରାରେ ମାମଲା ରୁଜୁ କରିଥିଲା । ଏସଆଇ ସ୍ୱପ୍ନାରାଣୀ ବେହେରା ଉକ୍ତ ମାମଲାର ତଦନ୍ତ କରିବା ସହ ଅଭିଯୁକ୍ତ ଟୁକୁନା ଦାଣ୍ଡିଆଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିଲେ । ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଙ୍କ ଅଦାଲତ ୧୯ଟି ସାକ୍ଷ୍ୟକୁ ଆଧାର କରି ଏହି ରାୟ ପ୍ରକାଶ କରିଛନ୍ତି । ପୀଡିତାଙ୍କ ତରଫରୁ ଅଦାଲତରେ ଏପିପି ପାନ୍ତଲା ପ୍ରସାଦ ରାଓ ମାମଲା ପରିଚାଳନା କରୁଥିଲେ ।
ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥିଙ୍କ ରିପୋର୍ଟ
