ମାନ୍ୟବର ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ସମ୍ପ୍ରତି ଦୁଇ ଜିଲ୍ଲାରେ ବିକାଶମୂଳକ ଯୋଜନାଗୁଡ଼ିକର ସମୀକ୍ଷା ବୈଠକ ଅନୁଷ୍ଠିତ
କୋରାପୁଟ ଜିଲ୍ଲା ଗସ୍ତ ଅବସରରେ ଆଜି କୋରାପୁଟ ସଦଭାବନା ସଭା ଗୃହ ଠାରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରି ବାବୁ କାମଭାମପତିଙ୍କ ଅଧ୍ୟକ୍ଷତାରେ ସମ୍ପ୍ରତି ଓଡ଼ିଶାର ଜିଲ୍ଲାରେ ବିକାଶମୂଳକ ଯୋଜନାଗୁଡ଼ିକର ସମୀକ୍ଷା ପାଇଁ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତାକୁ ନେଇ ଜିଲ୍ଲାପାଳ, ଏସପି ଏବଂ ବିଭାଗୀୟ ଅଧିକାରୀଙ୍କ ସହ ସେ ଆଲୋଚନା କରିଥିଲେ। ଉକ୍ତ ସମୀକ୍ଷା ବୈଠକରେ ବିଭିନ୍ନ ବିକାଶମୂଳକ ପଦକ୍ଷେପର ପ୍ରଗତି ମୂଲ୍ୟାଙ୍କନ କରିବା ଏବଂ ସମଗ୍ର ଜିଲ୍ଲାରେ ଏହାର ପ୍ରଭାବଶାଳୀ ବିଭିନ୍ନ କଲ୍ୟାଣକାରୀ ସଫଳ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବାକୁ ନେଇ ଆଲୋଚନାର କେନ୍ଦ୍ରବିନ୍ଦୁ ଥିଲା। ମୁଖ୍ୟତଃ ଉକ୍ତ ସମୀକ୍ଷା ବୈଠକରେ ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମ ସମ୍ପର୍କିତ ସ୍ୱଚ୍ଛ ଭାରତ ମିଶନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ମନରେଗା.,ଗ୍ରାମୀଣ ବିକାଶ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ସହିତ ଜଡିତ ପ୍ରକଳ୍ପ., ଓର୍ମାସ ଭଳି ଜୀବିକା ପଦକ୍ଷେପ ମାଧ୍ୟମରେ ଗ୍ରାମୀଣ ବଜାରକୁ ପ୍ରୋତ୍ସାହିତ କରିବା.,ମହିଳାମାନଙ୍କ ପାଇଁ ମିଶନ ଶକ୍ତି ଭଳି କାର୍ଯ୍ୟକ୍ରମର ଅଗ୍ରଗତି, ଏବଂ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ବିକାଶ ବିଭାଗ ଅଧୀନରେ ଥିବା ଜନଜାତି କଲ୍ୟାଣ ଏବଂ ବିକାଶ ଭଳି ସାମାଜିକ ଯୋଜନା., ଭଦ୍ରାଚଳମ -ମାଲକାନାଗିରି ରେଳପଥ, ଜୟପୁର- ମାଲକାନାଗିରି ରେଳପଥ, ବିଏସ୍ଏନ୍ଏଲ୍ ନେଟ୍ୱାର୍କର କ୍ଷମତା ବୃଦ୍ଧି, କୃଷିଉଦ୍ୟାନ, ଉଠାଜଳସେଚନ, କୃଷି, ଜାତୀୟ ରାଜପଥ,ଗ୍ରାମ୍ୟ ଉନ୍ନୟନ, ଓରମାସ, ଡିଆଇସି, ପୂର୍ଣ ବିଭାଗ ଭଳିଭିତିଭୂମି ସ୍ତରରେ ଏହାର ପ୍ରଭାବ ମୂଲ୍ୟାଙ୍କନ କରିବା ପାଇଁ ବିକାଶିତ ଗାଁ ବିକାଶ ଓଡ଼ିଶା ପଦକ୍ଷେପର ଏକ ବିସ୍ତୃତ ମୂଲ୍ୟାଙ୍କନ କରାଯିବା ଭଳି ଅନେକ ପ୍ରମୁଖ ବିକାଶମୂଳକ ଯୋଜନାକୁ ନେଇ ୫ ଘଣ୍ଟା କାଳ ବିଭାଗୀୟ ଅଧିକାରୀଙ୍କ ସହ ବିସ୍ତୃତ ଭାବେ ସମୀକ୍ଷା କରାଯାଇଥିଲା।

ଦୁଇ ଜିଲ୍ଲାରେ ବିକାଶର ସମସ୍ତ ସମ୍ଭାବନା ଥିବାରୁ ଦୁଇ ଜିଲ୍ଲାର ସାମଗ୍ରୀକ ବିକାଶ ଆସନ୍ତା ୨ବର୍ଷ ମଧ୍ୟରେ ସରିବ। ମାର୍ଚ୍ଚ ୨୦୨୬ ସୁଦ୍ଧା, ଭାରତମାଳା ପ୍ରକଳ୍ପ କୋରାପୁଟ ଏବଂ ବିଶାଖାପାଟଣା ମଧ୍ୟରେ ଯାତ୍ରାକୁ ସହଜ କରିବ, ଯାହା କି ଜିଲ୍ଲାପାଳଙ୍କ ଉଦ୍ୟମରେ କୋରାପୁଟ ଜିଲ୍ଲାରେ ନୂତନ ଶିଳ୍ପ ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଥିଲେ। ରାଜ୍ୟପାଳଙ୍କୁ କୋରାପୁଟ ଜିଲ୍ଲାର ଦେଓମାଳି ଓ ମାଲକାନଗିରି ଜିଲ୍ଲାର ସୀତାକୁଣ୍ଡ ତାଙ୍କୁ ଆକୃଷ୍ଟ କରିଥିବା ବେଳେ ସୀମା ବିବାଦର ସମାଧାନ ମଧ୍ୟ ଦୁଇ ରାଜ୍ୟ ଉଦ୍ୟମରେ ହିଁ ସମ୍ଭବ ବୋଲି କହିଥିଲେ। ମାଲକାନାଗିରି ଜିଲ୍ଲା ମୁଦୁଲିପଡା ଛାତ୍ରୀନିବାସରେ ବହୁ ଛାତ୍ରୀଙ୍କ ହିମଗ୍ଲୋବିନ୍ କମ୍ ଥିବା ଦେଖି ହିମଗ୍ଲୋବିନ ବଢିବା ଉପାୟ ପଦ୍ଧତି ସକ୍ରିୟ ପ୍ରତିଦିନ ସକାଳୁ ଗୋଟିଏ ଗ୍ଲାସ୍ ଗାଜର,ବିଟ ଯୁସ ଦେବା ଅନୁସାରେ ଆଗାମୀ ଦୁଇ ମାସରେ କାର୍ଯ୍ୟକ୍ଷମ ହେବ । ରାଜପୁଟର ମିଲେଟ ପ୍ରକ୍ରିୟା କରଣ ୟୁନିଟ୍କୁ ମହିଳାମାନେ ପରିଚଳାନା କରି ବାର୍ଷିକ ୧.୨ କୋଟି ଟଙ୍କାର ବ୍ୟବସାୟ କରୁଛନ୍ତି। ରାଜ୍ୟପାଳ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ବ୍ୟାଙ୍କ ସମୂହ କାର୍ଯ୍ୟ ପ୍ରଣାଳୀ ପଚାରି ବୁଝି ପ୍ରକୃତ ହିତାଧିକାରୀଙ୍କୁ ରୁଣ ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ମୁଦ୍ରା ହିତାଧିକାରୀଙ୍କ ସହ ମଧ୍ୟ ରାଜ୍ୟପାଳ ଆଲୋଚନା କରିଥିଲେ। ସମୀକ୍ଷା ବୈଠକରେ ପ୍ରତ୍ୟେକ ଯୋଜନାର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବା ଏବଂ ଜିଲ୍ଲାର ଲକ୍ଷ୍ୟଭୁକ୍ତ ହିତାଧିକାରୀଙ୍କ ପାଖରେ ବିକାଶ ଲାଭ ପହଞ୍ଚିବା ନିଶ୍ଚିତ କରିବା ଉପରେ ଧ୍ୟାନ ଦେବାକୁ ରାଜ୍ୟପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଚାରି ଦିନିଆ କୋରାପୁଟ ଓ ମାଲକାନଗିରି ଗସ୍ତ ଶେଷ କରି ଗତକାଲି ଅପରାହ୍ନରେ ଭୁବନେଶ୍ବର ଫେରି ଯାଇଛନ୍ତି ।
ଆଜିର ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମୀକ୍ଷା ବୈଠକରେ ଓଡ଼ିଶାର ରାଜ୍ୟପାଳଙ୍କ ସଚିବ ରୂପା ରୋଶନ ସାହୁ (ଭାପ୍ରସେ), କୋରାପୁଟ ଡିଆଉଜି ମାଲକାନଗିରି ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, କୋରାପୁଟ ଜିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକ,କୋରାପୁଟ ବିଧାୟକ,ମାଲକାନଗିରି ବିଧାୟକ, ଲକ୍ଷ୍ମୀପୁର ବିଧାୟକ, ପଟାଙ୍ଗି ବିଧାୟକ ସମେତ ସମସ୍ତ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।
ରିପୋର୍ଟ:କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
