January 21, 2025
Home » ମା”ବିରଜା ଯାଜପୁର,ନାଭିଗୟାରେ ଚାଲିଛି ପିତୃପକ୍ଷରେ ଶ୍ରଦ୍ଧାରେ ଶ୍ରାଦ୍ଧ ସମର୍ପଣ ଯାଜପୁରରେ ବିଜେ

ମା”ବିରଜା ଯାଜପୁର,ନାଭିଗୟାରେ ଚାଲିଛି ପିତୃପକ୍ଷରେ ଶ୍ରଦ୍ଧାରେ ଶ୍ରାଦ୍ଧ ସମର୍ପଣ ଯାଜପୁରରେ ବିଜେ

0

ମା’ବିରଜା…ମା’ଙ୍କ ପୀଠରେ ରହିଛି ଗୁପ୍ତ ଗଙ୍ଗା…ଯାହାକି କେବେ ହୋଇନଥାଏ ପୂର୍ଣ୍ଣ
ମା’ ବିରଜା ହେଉଛନ୍ତି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ । ଯାଜପୁରର ପରିଚୟ । ମା’ଙ୍କ ମହିମା କାହିଁ କେତେ ପୁରୁଣା । ପୁରାଣ ଠାରୁ ଆରମ୍ଭ କରି କିମ୍ବଦନ୍ତି ଯାଏଁ ସବୁଠି ରହିଛି ମା’ଙ୍କ ବର୍ଣ୍ଣନା । ଶକ୍ତିପୀଠର ଶାକ୍ତ ଦେବୀ ଭାବେ ମା’ ବିରଜା ସମଗ୍ର ବିଶ୍ୱରେ ପରିଚିତ । ମା’ଙ୍କ ସ୍ୱତନ୍ତ୍ର ବେଶ ଭୁଷା ଓ ପୂଜା ସମଗ୍ର ବିଶ୍ୱରେ ବିରଳ । ଯେଉଁଥିପାଇଁ ମା’ଙ୍କ ଦର୍ଶନ ପାଇଁ ସାତ ଦରିଆ ପାରି ହୋଇ ଛୁଟି ଆସନ୍ତି ଶ୍ରଦ୍ଧାଳୁ ।

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ସ୍ୱତନ୍ତ୍ରତା ସମଗ୍ର ବିଶ୍ୱରେ ପରିଚିତ । ମା’ଙ୍କ ଆର୍ବିଭାବଠାରୁ ଆରମ୍ଭ କରି ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ପରମ୍ପରା ଅନ୍ୟ କୌଣସି ଶକ୍ତିପୀଠରେ ଦେଖିବାକୁ ମିଳେନା । ପୁରାଣ ଅନୁଯାୟୀ ବ୍ରହ୍ମା ଯେତେବେଳେ ପାପରୁ ମୁକ୍ତି ହେବା ପାଇଁ ପୂଣ୍ୟତୋୟା ବୈତରଣୀ ନଦୀ କୂଳରେ ଯଜ୍ଞ କରୁଥିଲେ ସେତେବେଳେ ମା’ ସେହି ଯଜ୍ଞ କୁଣ୍ଡରୁ ଆର୍ବିଭୃତ ହୋଇ ନିଜକୁ ମ’ା ବିରଜା ବୋଲି ପରିଚୟ ଦେଇଥିଲେ । ମା’ ବିରଜା ଦ୍ୱିଭୁୁଜା ଭାବେ ପୂଜା ପାଇଥାନ୍ତି ଯାହାକି ଅନ୍ୟ କୌଣସି ଶକ୍ତିପୀଠରେ ଦେଖିବାକୁ ମିଳିନଥାଏ । ଅନ୍ୟ ଦେବାଦେବୀଙ୍କର ସଂପୁର୍ଣ୍ଣ ଶରୀରକୁ ଭକ୍ତ ବା ଶ୍ରଦ୍ଧାଳୁ ଦର୍ଶନ କରିଥାନ୍ତି କିନ୍ତୁ ଏଠି କେବଳ ମା’ଙ୍କ ମୁଖକୁ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି ଶ୍ରଦ୍ଧାଳୁ । ମା’ ଷୋଡଶ ଦିବସୀୟ ପୂଜାରେ କେବଳ ଗାୟତ୍ରୀ ମନ୍ତ୍ରରେ ପୂଜା ପାଇବା ଭଳି ଅନେକ ସ୍ୱତନ୍ତ୍ରତା ରହିଛି ।
ସେହିପରି ମା’ଙ୍କ ପୀଠରେ ନାଭିଗୟା । ଯେଉଁଠି ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଏ । ବିଶ୍ୱାସ ରହିଛି ଏଠାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ମୋକ୍ଷପ୍ରାପ୍ତି ହୋଇଥାଏ । ଗୟାଶୁରଙ୍କ ନାଭି ଏଠାରେ ପଡିଥିବାରୁ ଏହାର ନାଁ ନାଭିଗୟା ବୋଲି ବିଶ୍ୱାସ ରହିଛି । ଏହି ନାଭିଗୟା ତଳେ ରହିଛି ଗୁପ୍ତ ଗଂଗା । ଯାହାକି କେବେ ପୂର୍ଣ୍ଣ ହୋଇନଥାଏ ।
ହିନ୍ଦୁ ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ। ଏହି ଅବସରରେ ପିତୃ ପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ। ଏହାଦ୍ୱାରା ପୁଣ୍ୟ ଲାଭ ଏବଂ ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହେଉଥିବା ବିଶ୍ୱାସ କରାଯାଏ।
ଆଶ୍ୱିନ ମାସର ପ୍ରଥମ ପକ୍ଷକୁ “ପିତୃପକ୍ଷ” କୁହାଯାଏ। ଏହି ପକ୍ଷର ଅମାବାସ୍ୟା “ମହାଳୟା ଅମାବାସ୍ୟା” ନାମରେ ପାଳିତ ହୁଏ। ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ “ପିତୃପର୍ବ” ମଧ୍ୟ କୁହାଯାଏ। ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦାଠାରୁ ଅମାବସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନ ଯାଏଁ ପିତୃପକ୍ଷ ପାଳନ କରାଯାଏ। ତେବେ ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବସ୍ୟା ଦିନ ପିଣ୍ଡଦାନ କରାଯାଏ। ହିନ୍ଦୁ ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ। ଏହି ଅବସରରେ ପିତୃ ପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ। ଏହାଦ୍ୱାରା ପୁଣ୍ୟ ଲାଭ ଏବଂ ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହେଉଥିବା ବିଶ୍ୱାସ କରାଯାଏ।
ମୁଖ୍ୟତଃ ସନାତନୀ ପରମ୍ପରା ରେ ଦୁଇପ୍ରକାର ଶ୍ରାଦ୍ଧ ପାଳିତ ହୋଇ ଆସୁଅଛି,୧-ଏକୋଦ୍ଦିଷ୍ଟ ଶ୍ରାଦ୍ଧ, ୨-ପାର୍ବଣ ଶ୍ରାଦ୍ଧ । ପୁନଶ୍ଚ ପାର୍ବଣ ଶ୍ରାଦ୍ଧ ହେଉଛି ଦୁଇ ପ୍ରକାର, ଯଥା:- ପୟା ଶ୍ରାଦ୍ଧ ଏବଂ ମହାଳୟା ଶ୍ରାଦ୍ଧ । ସାଧାରଣତଃ ଏହି ଦୁଇଟି ଶ୍ରାଦ୍ଧ ଶାରଦୀୟ ପାର୍ବଣ ଋତୁ ଆଶ୍ବୀନ ଅମାବାସ୍ୟା ଏବଂ କାର୍ତ୍ତିକ ଅମାବାସ୍ୟା ରେ ଯଥାକ୍ରମେ ପାଳିତ ହୁଏ । ଆଶ୍ବୀନ କୃଷ୍ଣ ପକ୍ଷ ଦି୧୫ନ ବିଶେଷ ଭାବେ ପିତୃ ମାନଙ୍କୁ ସମର୍ପିତ, ଏହା “ମଉଳା ଶ୍ରାଦ୍ଧ” ନାମରେ ମଧ୍ୟ ନାମିତ ।
ଯାଜପୁରରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *