December 29, 2025
Home » ମାରୁତି ନଗର ଭିତରେ ୧୧ କେଭି ବିଦ୍ୟୁତ୍ ତାର, ଲୋକେ ଆତଙ୍କିତ

ମାରୁତି ନଗର ଭିତରେ ୧୧ କେଭି ବିଦ୍ୟୁତ୍ ତାର, ଲୋକେ ଆତଙ୍କିତ

0
WhatsApp Image 2025-03-21 at 4.02.14 PM (1)

ଵାରମ୍ଵାର ଅଭିଯୋଗ ପରେ ମଧ୍ୟ ନିରବଦ୍ରଷ୍ଟା ସାଜିଛି ବିଦ୍ୟୁତ୍ ବିଭାଗ l

ସୁବର୍ଣ୍ଣପୁର— ଦୀର୍ଘ ଦିନ ହେଲା ମାରୁତି ନଗର ଭିତରେ ଟଣାଯାଇଛି ୧୧ କେଭି ବିଦ୍ୟୁତ୍ ତାର। ବିଭିନ୍ନ ସମୟରେ ପବନ ଯୋଗୁଁ ତାର ଛିଣ୍ଡି ଯିବା ଆଶଙ୍କା ଥିବାରୁ ସୋନପୁର ସହର ଉପକଣ୍ଠ କୋଶଳ ଆବାସିକ ବିଦ୍ୟାଳୟ ନିକଟବର୍ତ୍ତୀ ମାରୁତି ନଗର ବାସୀ ଆତଙ୍କିତ ଅବସ୍ଥାରେ ସବୁବେଳେ ରହୁଛନ୍ତି। ନବନିର୍ମିତ ହନୁମାନ ମୂର୍ତ୍ତି ପାଖରେ କେବୁଳ ତାର ସଂଯୋଗ ଥିବା ବିଦ୍ୟୁତ ଖୁଣ୍ଟ ରହିଥିବା ଯୋଗୁଁ ପେଣ୍ଡାଲ ନିର୍ମାଣ ରେ ବାଧାସୃଷ୍ଟି କରୁଛି। ସେହିପରି ଏହାର ନିକଟରେ ଏକ ୧୧ କେଭି ଲୁହା ବିଦ୍ୟୁତ୍ ଖୁଣ୍ଟରୁ ତାର ତଳକୁ ଓହ୍ଲାଇ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି।

ତାହା କେତେବେଳେ ଛିଣ୍ଡି ପଡ଼ି ଧନଜୀବନ ହାନି ହେବ ତା‌ହା କହି ହେବନାହିଁ। ଏହି ପଡ଼ା ଭିତରେ ଏକ ଟ୍ରାନ୍ସଫର୍ମର ସେନା କର୍ମଚାରୀ ପ୍ରଭାତ ଦେହୁରୀଙ୍କ ଘରକୁ ଲାଗି ରହିଛି। ଏଠାରେ ବିଭିନ୍ନ ସମୟରେ ସ୍ପାର୍କିଙ୍ଗ ହୋଇ ନିଆଁ ବାହାରିଥାଏ। ଫଳରେ ଭୟଭୀତ ଅବସ୍ଥାରେ ରହୁଛନ୍ତି ମାରୁତି ନଗରବାସୀ।ଏହାର ସ୍ଥାୟୀ ପ୍ରତିକାର ପାଇଁ ଏମାନେ ବାରମ୍ବାର ରାଜନେତା, ସରକାରୀ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଛନ୍ତି। ତଥାପି ସମସ୍ୟାର ସମାଧାନ ହେଉ ନଥିବା ଅଭିଯୋଗ କରିଛନ୍ତି। ମାରୁତି ନଗରବାସୀଙ୍କ ଏହି ସମ୍ବେଦନଶୀଳ ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧାରଣ ରେ ଦାବି ହେଉଛି।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *