July 1, 2025
Home » ମାରୁତି ୱାକର୍ସ କ୍ଲବ ର ଯୋଗ ସଚେତନତା ଯାତ୍ରା

ମାରୁତି ୱାକର୍ସ କ୍ଲବ ର ଯୋଗ ସଚେତନତା ଯାତ୍ରା

0
WhatsApp Image 2025-05-11 at 2.38.35 PM

ବ୍ରହ୍ମପୁର : ମାରୁତି ୱର୍କସ କ୍ଲବ ତରଫରୁ ବିବେକାନନ୍ଦ କେନ୍ଦ୍ର କନ୍ୟା କୁମାରୀ, ବ୍ରହ୍ମପୁର ଶାଖା ସହାୟତାରେ ସ୍ଥାନୀୟ ରାମ ଲିଙ୍ଗେ ଶ୍ଵର୍ ପାର୍କ ଠାରେ ୧୦ ଦିନ ବ୍ୟାପୀ ଆୟୋଜିତ ଶିବିର ଉଜାପିତ ହୋଇଯାଇ ଅଛି। ଆଜିର ଆଧୁନିକ ସମାଜରେ ବ୍ୟସ୍ତ ବହୁଳ ଜୀବନ ଚର୍ଯା ଭିତରେ ଶରୀରକୁ ସୁସ୍ଥ ରଖିବା କଷ୍ଟକର ହୋଇ ପଡିଛି I ନିଜ ଦେହର ଯତ୍ନ ରଖିବା କଷ୍ଟକର ହୋଇ ପଢୁଛି I ନିଜ ଦେହର ଯତ୍ନ ନେବା ପାଇଁ ସମୟ ମିଳୁ ନାହିଁ I କର୍ମ ମୟ ଜୀବନ ଭିତରେ ଖାଇବା ପିଇବା ମଧ୍ୟ ଠିକ ଭାବରେ ହୋଇ ପାରୁନାହିଁ I ଫଳରେ ଅଳ୍ପ ବୟସରେ ଲୋକଙ୍କୁ ବିଭିନ୍ନ ରୋଗ ଗ୍ରାସ କରୁଛି I ଏହି ରୋଗ ହେବାର ମୁଖ୍ୟ କାରଣ ହେଉଛି ମେଦ ବହୁଳତା I ତେଣୁ ମେଦହ୍ରାସ ହେବI ପାଇଁ ସକାଳୁ ଯୋଗ କରିବା ନିହାତି ଜରୁରୀ I ଏହି ଅବସରରେ ବିବେକାନନ୍ଦ କେନ୍ଦ୍ରର ଭଞ୍ଜ ବିଭାଗ ସଂଚାଳକ ପ୍ରଫେସର କିଶୋର ଚନ୍ଦ୍ର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବିବେକାନନ୍ଦ କେନ୍ଦ୍ର ର ଓଡିଶା ପ୍ରାନ୍ତ ସମ୍ପର୍କ ପ୍ରମୁଖ ପ୍ରଫେସର ସଚ୍ଚିଦାନନ୍ଦ ପାତ୍ର ,ଭଞ୍ଜ ବିଭାଗ ପ୍ରମୁଖ ପ୍ରଫେସର ଗୋପାଳ କୃଷ୍ଣ ପାଣିଗ୍ରାହୀ ଯୋଗ ଦେଇଥିଲେ I ଏଥିରେ ଉପସ୍ଥିତ ଅତିଥି ମାନେ ଉଧବୋଧନ ଦେଇ ସମ୍ପ୍ରତି ସମାଜରେ ଏହିଭଳି କାର୍ଯ୍ୟକ୍ରମ ଗୁଡିକର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ I ଉକ୍ତ ଯୋଗ ଶିବିର ରେ ଶୀର୍ଷାସନ , ପବନମୁକ୍ତIସନ, ହସ୍ତପାଦଶନ,ବକରାସନ, ସବାସନ, ପ୍ରାଣାୟାମ ଓ ଲୂଯେନିଙ୍ଗ ବ୍ୟାୟାମ ଇତ୍ୟାଦି ଭଞ୍ଜ ବିଭାଗ ସାଙ୍ଗଠିକI ତଥା ବିବେକାନନ୍ଦ କେନ୍ଦ୍ର ର ଜୀବନ ବ୍ରତୀ ସାନ୍ୟାସିନୀ ନୀଳାକ୍ଷୀ ଦିଦି ଯୋଗ ଶିକ୍ଷା ପ୍ରଦାନ କରିଥିଲେ I ୬୦ ରୁ ଉର୍ଧ୍ଵ ଶିବିରାର୍ଥୀ ଏକ ଶୋଭାଯାତ୍ରା ରେ ବ୍ରହ୍ମପୁର ର ରାମାଲିଙ୍ଗେ ଶ୍ୱର ପାର୍କ ଠାରୁ ସିଟି ଉଚ୍ଚ ବିଦ୍ୟାଳୟ ,ହନୁମାନ ବଜାର , ଗିରି ମାର୍କେଟ, ଗିରିଜା ଛକ ଦେଇ ନଗର ଭ୍ରମଣ କରି “ଯୋଗ କରନ୍ତୁ ଓ ସୁସ୍ଥ ରୁହନ୍ତୁ”ବାର୍ତ୍ତା ଦେଇଥିଲେ I କ୍ଲବ ର ଉପଦେଷ୍ଟା ଡ଼ ଶଙ୍କର ମାଝୀ ଯୋଗ ଶିବିର ପରିଚାଳନା କରିଥିବାବେଳେ ଶିବିରାଥି ସଦାନନ୍ଦ ସେନାପତି ଏବଂ ପି. ଗୋବିନ୍ଦ ନାରାୟଣ ପIତ୍ର ଶିବିରର ବହୁବିଧ କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେଇଥିଲେ I କ୍ଲବ ର ଉପଦେଷ୍ଟା ସଞ୍ଜୟ କୁମାର ସାହୁ କାର୍ଯ୍ୟକ୍ରମର ସଫଳତା ପାଇଁ ଯୋଗ ଗୁରୁ ଓ କ୍ଲବ ର କର୍ମକର୍ତା ମାନଙ୍କୁ କୃତଜ୍ଞତା ପ୍ରଦାନ କରିଥିବା ବେଳେ ସମ୍ପାଦକ ଏ. କେଶବ ରେଡି ଧନ୍ୟବାଦ ପ୍ରଦାନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଟି ଚନ୍ଦନଲIଲ ସୁବୁଦ୍ଧି , ବିନାୟକ ନାୟକ , ଟି ବଦ୍ରିନାରାୟଣ ସୁବୁଦ୍ଧି , ସନ୍ତୋଷ ପାଢ଼ୀ ,କ୍ରିଷ୍ଣା ରାଓ ପୃଷ୍ଟି ,କେଦାର ଚନ୍ଦ୍ର ବେହେରା ,କିରଣ କୁମାର ଦୋରା , ଏସ .ଭାସ୍କର ରାଓ , ବି . କୋଟେଶ୍ୱର ରାଓ ଓ ପ୍ରଦୀପ କୁମାର ଦାସ ପ୍ରମୁଖ ସହଯୋଗ କରିଥିଲେ।

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *