January 31, 2026
Home » ମାର୍କେଟ ବିଲ୍‌ଡିଂରେ ବନ୍ଦର ପ୍ରଭାବ

ମାର୍କେଟ ବିଲ୍‌ଡିଂରେ ବନ୍ଦର ପ୍ରଭାବ

0
WhatsApp Image 2026-01-28 at 5.06.55 PM

 

ଭୁବନେଶ୍ୱର ମାର୍କେଟ୍ ବିଲ୍‌ଡିଂରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା। ବିଭିନ୍ନ ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଛି। ନବ ନିର୍ମାଣ କୃଷକ ସଂଗଠନ ତରଫରୁ ରାଜ୍ୟ ବ୍ୟାପୀ ଦିଆଯାଇଥିବା ବନ୍ଦ ଡାକରା ବିଭିନ୍ନ ଅଞ୍ଚଳ ରେ ପ୍ରଭାବ ଦେଖିବାକୁ ମିଳିଛି ।

ଏହି ବନ୍ଦ କୁ ସମର୍ଥନ କରିଛନ୍ତି ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ସକାଳ ୬ଟା ରୁ ଦିନ ୨ଟା ପର୍ଯ୍ୟନ୍ତ ଏହି ବନ୍ଦ ଯୋଗୁଁ ରାସ୍ତାରେ ଅଖ,ଚକ ପୁରାପୁରି ଠପ ହୋଇ ପଡ଼ିଥିଲା । ମୁଖ୍ୟ ରାସ୍ତାର ବିଭିନ୍ନ ସ୍ଥାନରେ ଯାନବାହାନ ଅଟକି ରହିଥିଲା ।

ସ୍ୱତଃ ପ୍ରବୃତ୍ତ ଭାବେ ଲୋକେ ନିଜର ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରଖି ବନ୍ଦ ଡାକରାକୁ ସମର୍ଥନ ଦେଇଥିବା ଦେଖିବାକୁ ମିଳିଥିଲା।କେବଳ ଜରୁରୀ କାଳୀନ ସେବାରେ ନିୟୋଜିତ ଯାନବାହାନ ଚଳାଚଳ କରୁଥିବା ବେଳେ ବାକି ଯାନବାହାନ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା

 

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *