ମାର୍ଚ୍ଚ ୧ ତାରିଖରେ ଦହିବରା ଆଳୁଦମ ଦିବସ

କଟକ : ଦହିବରା କେବଳ ଏକ ଖାଦ୍ୟ ନୁହେଁ, ଏହା ହେଉଛି ଏକ ଆବେଗ। ଅନନ୍ୟ ସ୍ୱାଦିଷ୍ଟ ଏହି ଦହିବରାକୁ ନେଇ ପ୍ରତ୍ୟେକ ଓଡ଼ିଆ ବିଶେଷକରି କଟକିଆଙ୍କର ଭାବାବେଗ ଜଡିତ ରହିଛି। ଏହି ଭାବାବେଗକୁ ଆଉ ପାଦେ ଆଗକୁ ନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ମାର୍ଚ୍ଚ ୧ ତାରିଖରେ ଦହିବରା ଆଳୁଦମ ଦିବସ ପାଳନ କରାଯିବ। ଏଥିପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ମାର୍ଚ୍ଚ ୧ ତାରିଖରେ ସିଲଭର ସିଟି ବୋଟ କ୍ଲବଠାରେ ଦହିବରା ଆଳୁଦମ ଦିବସ ପାଳନ କରାଯିବ। ଏଠାରେ ସେଲ୍ଫି ଜୋନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ।
cuttack ru lalita das nka report epa news