ମାର୍ଚ୍ଚ 19ରୁ 25 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଜଗନ୍ନାଥ ମହୋତ୍ସବ l

ସୁବର୍ଣ୍ଣପୁର — ମାର୍ଚ୍ଚ 19 ରୁ 25 ପର୍ଯ୍ୟନ୍ତ 7 ଦିନ ଧରି ପ୍ରଭୁଙ୍କ ଭଜନ କୀର୍ତ୍ତନରେ ଲୀଳାକ୍ଷେତ୍ର ସୁବର୍ଣ୍ଣପୁର କମ୍ପି ଉଠିବ । ସୋନପୁର ତ୍ରିବେଣୀ ସଙ୍ଗମ ରାମେଶ୍ବର ଷ୍ଟାଡିୟମରେ ଶ୍ରୀ ଜଗନ୍ନାଥ ମହୋତ୍ସବ ଅନୁଷ୍ଠିତ ହେବ । ତେବେ ଉତ୍ସବରେ ବିଶେଷ ଆକର୍ଷଣ ସାଜିବେ ବିଶିଷ୍ଟ ସାଧିକା ସାଧ୍ବୀ ଚଞ୍ଚଲନାଥ । ଉତ୍ସବରେ ଶ୍ରଦ୍ଧାଳୁ ମାନଙ୍କୁ ସାଧୁସେବା କରିବାର ସୁଯୋଗ ମିଳିବ ବୋଲି କମିଟି ତରଫରୁ କୁହାଯାଇଛି । ଏ ନେଇ ଉତ୍ସବର ସମସ୍ତ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେବା ପାଇଁ ହୋଟେଲ ମୁନରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଉତ୍ସବର ସଭାପତି ଗଦାଧର ବାରିକ, ସଂପାଦକ ଶ୍ୟାମାଓଁ ପ୍ରସାଦ ମିଶ୍ର, ବୈକୁଣ୍ଠ ଶତପଥୀ, ଶ୍ରୀବତ୍ସ ମଲ୍ଲିକ, ଶ୍ରଦ୍ଧାଞ୍ଜଳି ମିଶ୍ର, ଆରତି ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ । ସାତ ଦିନ ବ୍ୟାପୀ ପଞ୍ଚ କୁଣ୍ଡିୟ ବିଶ୍ଵଶାନ୍ତି ମହାଯଜ୍ଞ, ନାମ, ପ୍ରବଚନ, ଭଜନ କାର୍ଯ୍ୟକ୍ରମ, ଜଗନ୍ନାଥଙ୍କ ୩୨ଟି ବେଶ, ସାଧୁସେବା ଏବଂ ତ୍ରିବେଣୀ ସଙ୍ଗମରେ ସାହିସ୍ନାନ ଆଦି ଅନୁଷ୍ଠିତ ହେବ। ପୁରୀର ପାରମ୍ପରିକ ସେବାୟତ ମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ପ୍ରସାଦ ଏଠାରେ ଉପଲବ୍ଧ ହେବ । ତେବେ ଜନସାଧାରଣ ମୀନାବଜାର ଏବଂ ରବୋଟିକ ସୋ’ର ମଧ୍ୟ ମଜା ନେଇ ପାରିବେ ବୋଲି କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର