July 1, 2025
Home » ମାର୍ଥାପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ‘ଅଁଳାପାଳ’ ରେ ସ୍ଵାଧୀନତା ଦିବସ ପାଳିତ

ମାର୍ଥାପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ‘ଅଁଳାପାଳ’ ରେ ସ୍ଵାଧୀନତା ଦିବସ ପାଳିତ

0
WhatsApp Image 2025-01-27 at 12.49.54 PM

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ୭୬ ତମ ଗଣତନ୍ତ୍ର ଦିବସ ପାଳନ କରିଛି।ଉକ୍ତ ପବିତ୍ର ଦିବସ ରେ ବିଦ୍ୟାଳୟ ର ସଭାପତି ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପାତ୍ର ମୁଖ୍ୟ ଅତିଥି ଭାବେ ପତାକା ଉତ୍ତୋଳନ କରିଥିଲେ, ବିଦ୍ୟାଳୟ ର ପ୍ରଧାନ ଗୁରୁମା ସୁଶ୍ରୀ ମମତା ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ

,ଛାତ୍ର ଛାତ୍ରୀ ମାନେ ବିଭିନ୍ନ ଶାରୀରିକ କୌଶଳ ପ୍ରଦର୍ଶନ କରିଥିଲେ,ଛାତ୍ରୀ ମାନେ ଡମ୍ବରୁ ଯୋଗ,ଛାତ୍ର ମାନେ ପିରାମିଡ୍ ଓ ଛାତ୍ର ଛାତ୍ରୀ ମାନେ ଏକ ସ୍ଵାଧୀନତା ସଂଗ୍ରାମ ର ନାଟକ ପରିବେଷଣ କରିଥିଲେ । ସମସ୍ତ ଛାତ୍ର ଛାତ୍ରୀ ମାନେ ଗ୍ରାମ୍ୟ ସଞ୍ଚଳନ କରି ସ୍ଲୋଗାନ ପ୍ରଦାନ କରିଥିଲେ। ଶେଷ ରେ ଏକ ସଭା ରେ ସଂସ୍କୃତି ବୋଧ ପରିଯୋଜନା ରେ ଶତକଡା ୫୦ ରୁ ଅଧିକ ନମ୍ବର ରଖିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ କୁ ସଫଳ କରାଇବାରେ ସମସ୍ତ ଗୁରୁଜୀ, ଗୁରୁମା, ବାହନ ପରିଚାଳକ ଓ ଅଭିଭାବକ ମାନେ ସହାୟତା କରିଥିଲେ।

କାମାକ୍ଷାନଗର ଇପିଏ ରାଜ କିଶୋର ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *