December 21, 2025
Home » ମାଲକାନଗିରିରେ ବିଶ୍ଵ ମୃତ୍ତିକା ଦିବସ ପାଳିତ

ମାଲକାନଗିରିରେ ବିଶ୍ଵ ମୃତ୍ତିକା ଦିବସ ପାଳିତ

0
WhatsApp Image 2024-12-06 at 12.55.56 PM (1)

ମାଲକାନଗିରିର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ କୃଷି ବିଜ୍ଞାନ କେନ୍ଦ୍ର, ମିଳିତ ଆନୁକୁଲ୍ୟରେ ଗୁରୁବାର କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ବିଶ୍ଵ ମୃତ୍ତିକା ଦିବସ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଅତିରକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ମୁଖ୍ୟ ଅଥିତି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ମାଟି ମାଆକୁ ସୁରକ୍ଷା ଦେବା ଓ ଜୈବିକ ପ୍ରଣାଳୀରେ ମାଟିର ମାନବୃଦ୍ଧି ପାଇଁ ଚାଷୀ ମାନଙ୍କୁ ଅବଗତ କରାଇଥିଲେ।

ଏହି ଅବସରରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦିଲରଞ୍ଜନ ମହାଳିକ, ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାତ୍ର, ବରିଷ୍ଠ କୃଷି ବୈଜ୍ଞାନିକ ତଥା ମୁଖ୍ୟ ଡକ୍ଟର ଦେବୀପ୍ରସାଦ ଦାଶ, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର, ଜିଲ୍ଲା କୃଷି ଅଧିକାରୀ ମାଲକାନଗିରି ମହେଶ କୁମାର ପାଢ଼ୀ, ବିଧାୟକ ମାଲକାନଗିରିଙ୍କ ପ୍ରତିନିଧି ରୱାଲ ଚାନ୍ଦ ତାୱାରି, ବିଜେପ କାର୍ଯ୍ୟକାରିଣୀ ସଦସ୍ୟ ଭାଗିରଥି ଦଳାଇ ଯୋଗ ଦେଇ ମାଟିର ଯତ୍ନ ପରିମାପ, ପର୍ଯ୍ୟବେକ୍ଷଣ, ଓ ପରିଚାଳନା ପାଇଁ ବିଭିନ୍ନ କୌଶଳ ଯଥା ସମନ୍ଵିତ ସାରା ପରିଚାଳନା, ଜୈବିକ କୃଷି, ପାରମ୍ପରିକ କୃଷି ଆଦି ବିଭିନ୍ନ ଦିଗ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ।ଏହି ଅବସରରେ ପୂର୍ବର ଅନୁଷ୍ଠିତ ପୋଷ୍ଟର ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା।ସେହିପରି ଜିଲ୍ଲାର ୩୦ ଜଣ ଚାଷୀଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା। ମୃତ୍ତିକା ପରିକ୍ଷବିତ୍ତ ମନସ୍ଵିନୀ ମହାପାତ୍ର ଏହି ସଭା ପରିଚାଳନା କରିବା ସହ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *