July 2, 2025
Home » ମାଲକାନଗିରିରେ ସୁଭଦ୍ରା ଶକ୍ତି ମେଳା

ମାଲକାନଗିରିରେ ସୁଭଦ୍ରା ଶକ୍ତି ମେଳା

0
WhatsApp Image 2025-02-26 at 5.58.35 PM

ଓଡ଼ିଶାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ସୁଭଦ୍ରା ଶକ୍ତି ମେଳା। ମାଲକାନଗିରି ଜିଲ୍ଲାରେ ଆସନ୍ତା ୨୮ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଡିଏନକେ ଖେଳ ପଡିଆ ଠାରେ ଏହି ମେଳା ଅନୁଷ୍ଠିତ ହେବ। ଏହି ମେଳାରେ ୧୫୦ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଯୋଗ ଦେବେ। ଏହି ୭ ଦିନିଆ ପ୍ରଦର୍ଶନୀରେ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ସହିତ ଅର୍ଗାନିକ୍ ଉତ୍ପାଦମାନ ପ୍ରଦର୍ଶିତ ହେବ। ଏହା ବ୍ୟତୀତ ବିଭିନ୍ନ ବିଭାଗର ଷ୍ଟଲ ଦେଖିବାକୁ ମିଳିବ। ଏହି ସମାରୋହରେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଓଡିଶୀ, ପାରମ୍ପରିକ ନୃତ୍ୟ, ଯୋଡି ଶଙ୍ଖ, ରଣପା, ଘୁମରା, ବଜାସାଲ, ଢେମସା ସହ ଜିଲ୍ଲାର ପାରମ୍ପରିକ ନୃତ୍ୟ ପରିବେଷଣ ହେବ। ମେଳାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ମାର୍ଚ୍ଚ ୧, ୫ ଓ ୬ ରେ ମେଲୋଡି ନାଇଟ୍ସ ଆୟୋଜନ କରାଯାଇଛି। ମାର୍ଚ୍ଚ ୧ ରେ କୋଲକାତାରୁ ପ୍ଲେ ବ୍ୟାକ ସିଙ୍ଗର ତ୍ରିଶା ଚାଟାର୍ଜୀ ଏବଂ ତାଙ୍କ ଦଳ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିବେ। ସେହିପରି ମାର୍ଚ୍ଚ ୫ ରେ ପ୍ରସିଦ୍ଧ ଓଡ଼ିଆ ଗାୟକ ତଥା ଶ୍ରୀ ଜଗନ୍ନାଥଙ୍କ ଭଜନ ପାଇଁ ପ୍ରସିଦ୍ଧି ଲାଭ କରିଥିବା ସୌରଭ ଭରଦ୍ୱାଜ ଓ ବର୍ଣାଳି ହୋତା ଯୋଗ ଦେବେ। ଉଦଯାପନୀ ସନ୍ଧ୍ୟାରେ ଶ୍ରୀତମ ସାମନ୍ତରାୟ ଏବଂ ତାଙ୍କ ଦଳ ଆଞ୍ଚଳିକ ଦେଶିଆ ଗୀତ ପରିବେଷଣ କରିବେ। ଏହି ମେଳା ମହିଳା ମାନଙ୍କ ଆୟ ବୃଦ୍ଧି କରିବା ସହ ଆର୍ଥିକ ଓ ସାମାଜିକ ସ୍ବାଧିନତା ଏବଂ ମହିଳା ସଶକ୍ତିକରଣ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷପତି ଦିଦି ସୃଷ୍ଟି କରିବା ସ୍ବପ୍ନ ସାକାର କରିବ। ବିକଶିତ ଓଡ଼ିଶା-୨୦୩୬ ଓ ବିକଶିତ ଭାରତ ୨୦୪୭ର ମୂଳପିଣ୍ଡ ହେବ ମହିଳା ସଶକ୍ତିକରଣ।

ରିପୋର୍ଟ:ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *