November 21, 2024
Home » ମାଲକାନଗିରି କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ ପାଇବା ପାଇଁ ମନୋନୀତ ହୋଇଛନ୍ତି ମାଲକାନଗିରି ସଦର ଥାନା ଅଧିକାରୀ

ମାଲକାନଗିରି କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ ପାଇବା ପାଇଁ ମନୋନୀତ ହୋଇଛନ୍ତି ମାଲକାନଗିରି ସଦର ଥାନା ଅଧିକାରୀ

0

ମାଲକାନଗିରି କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ ପାଇବା ପାଇଁ ମନୋନୀତ ହେଲେ ମାଲକାନଗିରି ସଦର ଥାନା ଅଧିକାରୀ ରିଗାନ କିଣ୍ଡୋ । ଏ ସଂକ୍ରାନ୍ତରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯିବା ପରେ ଓଡ଼ିଶା ପୋଲିସ ବିଜ୍ଞପ୍ତ ଜାରି କରିଛି । ଏହି ପଦକ ପ୍ରତିବର୍ଷ ଅକ୍ଟୋବର ୩୧ ତାରିଖରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ ଅବସରରେ ଘୋଷଣା କରାଯାଇଥାଏ। ବିଶେଷତଃ ଏହି ପଦକ ପୋଲିସ ବାହିନୀ, ସୁରକ୍ଷା ସଂଗଠନ, ଗୁପ୍ତଚର ବିଭାଗ ଏବଂ ଫରେନସିକ୍ ବିଜ୍ଞାନରେ ଉତ୍କୃଷ୍ଟ କାର୍ଯ୍ୟ କରିଥିବା ସକାଶେ ମିଳିଥାଏ।
କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ମୁତାବକ ତଦନ୍ତ କ୍ଷେତ୍ରରେ ଶ୍ରେଷ୍ଠ ପାରଦର୍ଶିତା ପାଇଁ ଓଡ଼ିଶା ପୋଲିସର ତିନି ଜଣ ଅଫିସରଙ୍କୁ ୨୦୨୪ ବର୍ଷ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଦକ୍ଷତା ପଦକ ପ୍ରଦାନ କରାଯାଇଛି। ସେମାନେ ହେଲେ ଓଡିଶାର ଗଜପତି ଜିଲ୍ଲାର ଇନସ୍ପେକ୍ଟର ସବ୍ୟସାଚୀ ମଲ୍ଲ, ଗଞ୍ଜାମ ଜିଲ୍ଲାର ଇନ୍ସପେକ୍ଟର ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ଓ ମାନକାନଗିରି ଜିଲ୍ଲାର ଇନ୍ସପେକ୍ଟର ରିଗାନ କିଣ୍ଡୋ। ଚଳିତ ବର୍ଷ ଦେଶରେ ମୋଟ ୪୬୩ ଜଣ କର୍ମଚାରୀଙ୍କୁ ଏହି ପଦକ ପ୍ରଦାନ କରାଯାଇଛି ।

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *