ମାଲକାନଗିରି ଜିଲ୍ଲାପାଳଙ୍କ ବଦଳି,ନୁତନ ଜିଲ୍ଲାପାଳ ଭାବେ ଯୋଗ ଦେବେ ଆଇଏଏସ ଆଶିଷ ଈଶ୍ୱର ପଟେଲ
ଓଡ଼ିଶା ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗ, ଭୁବନେଶ୍ୱର ଦ୍ୱାରା ୦୭ ଅଗଷ୍ଟ ୨୦୨୪ ତାରିଖରେ ଜାରି ବିଜ୍ଞପ୍ତି ଅନୁଯାୟୀ ୧୯ ଜଣ ଜିଲ୍ଲାପାଳଙ୍କୁ ସ୍ଥାନାନ୍ତର କରାଯାଇଛି । ୭୭ତମ ସ୍ୱାଧିନତା ଦିବସ ପାଳନ ପୁର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ସରକାରଙ୍କ ଏହା ପ୍ରଥମ ଥର ପାଇଁ ରାଜ୍ୟରେ ୧୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରିଛନ୍ତି । କେନ୍ଦ୍ରାପଡା, ବାଲେଶ୍ୱର, ବୈଦ୍ଧ, ଜଗତସି°ହପୁର, ମାଲକାନଗିରି, କାଳାହାଣ୍ଡି, ସମ୍ବଲପୁର, ନୟାଗଡ଼, ରାୟଗଡ, ସୁନ୍ଦରଗଡ, ଦେଓଗଡ, ନୁଆପଡା, ଢେଙ୍କାନାଳ, କାନ୍ଧମାଳ, ଭଦ୍ରକ, କଟକ, ମୟୂରଭଞ୍ଜ, ଜାଜପୁର ଜିଲ୍ଲାର ଜିଲ୍ଲାପାଳଙ୍କ ବଦଳି ହୋଇଛି । ଏଥି ମଧ୍ୟରୁ ରାଜ୍ୟ ସରକାର ୨୦୧୭ ଆଇଏଏସ ବ୍ୟାଚର ଶ୍ରୀ ଆଶିଷ ଇଶ୍ୱର ପାଟିଲ,ଭାପ୍ରସେ ଙ୍କୁ ମାଲକାନଗିରି ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବରେ ନିଯୁକ୍ତ କରିଛନ୍ତି । ସେ ବର୍ତମାନ କନ୍ଧମାଳର ଜିଲ୍ଲାପାଳ ଅଛନ୍ତି । ସେହିପରି ବର୍ତମାନର ମାଲକାନଗିରି ଜିଲ୍ଲାର ଜିଲ୍ଲାପାଳ ତଥା ୨୦୧୯ ବ୍ୟାଚର ଆଇଏଏସ ପାୱାର ସଚିନ ପ୍ରକାଶ ଙ୍କୁ କଳାହାଣ୍ଡିର ନୂତନ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ପ୍ରକାଶ ଥାଉ କି ଯେ ଏକକାଳୀନ ବିଧାନସଭା ଏବଂ ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ଜାନୁୟାରୀ ୨୨, ୨୦୨୪ରେ ସୋମବାର ଦିନ ଓଡିଶା ବିଜେଡି ସରକାର ୩୮ଟି ଆଇଏଏସ୍ ଅଧିକାରୀଙ୍କ ସମେତ ୧୭ଟି ଜିଲ୍ଲାପାଳଙ୍କୁ ସ୍ଥାନାନ୍ତର କରିଥିଲେ ।
ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )