ମାଲକାନଗିରି ଜିଲ୍ଲାର ନୂତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହେବେ ଆଇପିଏସ ବିନୋଦ ପାଟିଲ ହେଚ

ମାଲକାନଗିରି ଜିଲ୍ଲାର ନୂତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବେ ୨୦୨୦ ବ୍ୟାଚର ଆଇପିଏସ ବିନୋଦ ପାଟିଲ ହେଚ ଦାୟିତ୍ୱ ଗ୍ରହଣ କରିବେ । ଏ ନେଇ ଓଡ଼ିଶା ସରକାରଙ୍କ ଗୃହ ବିଭାଗ ଦ୍ୱାରା ୦୧/୧୦/୨୪ ବୁଧବାର ଦିନ ଜାରି ହୋଇଥିବା ବିଜ୍ଞପ୍ତି ନମ୍ବର ୩୬୩୭୪ / ଆଇପିଏସ୍, ଭୁବନେଶ୍ୱର, ୦୧ ଅକ୍ଟୋବର ୨୦୨୪ ତାରିଖ ଗୃହ- ଆଇପିଏସ- ଟିଆରଏସ- ୦୦୦୧-୨୦୧୬ ଅନୁଯାୟୀ କାଲାହାଣ୍ଡି ଜିଲ୍ଲାର କେସିଙ୍ଗା ଏସଡିପିଓ ଶ୍ରୀ ବିନୋଦ ପାଟିଲ ଏଚ୍, ଆଇପିଏସ୍ (ଆରଆର-୨୦୨୦)ଙ୍କୁ ମାଲକାନଗିରି ଜିଲ୍ଲାର ପୋଲିସ ଅଧୀକ୍ଷକ ଭାବରେ ସ୍ଥାନାନ୍ତରିତ କରାଯାଇଛି । ସେହିପରି ଶ୍ରୀ ରାହୁଲ ଗୋୟଲ, ଆଇପିଏସ୍ (ଆରଆର-୨୦୨୦) ବର୍ତ୍ତମାନର ବାଲିଗୁଡାଏସଡିପିଓଙ୍କୁ କଟକ ରେଳବାଇ ଏସ୍ ପି ଭାବରେ ସ୍ଥାନାନ୍ତରିତ କରାଯାଇଛି।
ପ୍ରକାଶ ଥାଉ କି ଯେ ୨୯/୦୯/୨୪ରେ ଓଡିଶା ରାଜ୍ୟ ପୋଲିସ ବିଭାଗରେ ଏକାଥରକେ ,୫୫ଜଣ ଆଇପିଏସ୍ ଅଧିକାରୀଙ୍କୁ ବଡ଼ଧରଣର ଅଦଳବଦଳ ସହ ସ୍ଥାନାନ୍ତର କରାଯାଇଥିଲା ଯେଉଁଥୁରେ କଟକ-ଭୁବନେଶ୍ବର ପୋଲିସ କମିଶନର, କଟକ ଡିସିପି, ଭୁବନେଶ୍ବର ଡିସିପି ପ୍ରମୁଖ ଥିଲେ ।ତନ୍ମଧ୍ୟରେ ବର୍ତ୍ତମାନର ମାଲକାନଗିରି ଏସପି ନିତେଶ ୱାଡୱାନି, ଆଇପିଏସ୍ (ଆରଆର-୨୦୧୮) ଙ୍କୁ ଏସ୍ ପି, ରାଉରକେଲା ଭାବରେ ସ୍ଥାନାନ୍ତରିତ ହୋଇଛି । ଏହାସହିତ ନୂତନ ନିର୍ଦ୍ଦେଶାନାମା ପରେ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା ।
ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ