July 27, 2025
Home » ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ

ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ

0
WhatsApp Image 2025-05-01 at 10.04.58 PM (1)

ଜିଲ୍ଲା ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ଓ ଜିଲ୍ଲା ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଙ୍ଘ ପକ୍ଷରୁ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଆଜି ସକାଳେ ସ୍ଥାନୀୟ ମାଲକାନଗିରି ଏମୟୁଯେ ଭବନ ଠାରେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ମାଥିଲି କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ସମାରୋହରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମି, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ,ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ଏବଂ ଜିଲ୍ଲା କର୍ମନିଯୁକ୍ତି ଅଧିକାରୀ ମନସ୍ବୀ ସେଠୀ ଯୋଗ ଦେଇଥିଲେ ଏବଂ ସାରା ପୃଥିବୀର ଶ୍ରମିକ କଲ୍ୟାଣ ଓ ଅଧିକାରର ସୁରକ୍ଷା ପାଇଁ ଉଦ୍ଦିଷ୍ଟ,’ଆନ୍ତର୍ଜାତୀକ ଶ୍ରମିକ ଦିବସର’ ମହତ୍ତ୍ଵ ବିଷୟରେ ସେମାନଙ୍କ ଅଭିଭାଷଣ ପ୍ରଦାନ କରିଥିଲେ। ବିଧାୟକ ଶ୍ରୀ ମାଡ଼କାମି ମାଲକାନଗିରିର ଉନ୍ନତି ପାଇଁ ଏମୟୁଜେ ର ସମସ୍ତ କର୍ମରତ ସାମ୍ବାଦିକ ମାନଙ୍କର ଭୂୟସୀ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ସେମାନେ କିଭଳି ଭାବରେ ଜିଲ୍ଲାର କୋଣ ଅନୁକୋଣରେ ପହଞ୍ଚି, ସେଠାକାର ଲୋକମାନଙ୍କର ବିଭିନ୍ନ ସମସ୍ୟାଗୁଡ଼ିକୁ ଲୋକଲୋଚନକୁ ଆଣି ସରକାର ଏବଂ ଜିଲ୍ଲା ପ୍ରଶାସନକୁ ସେଗୁଡ଼ିକର ସମାଧାନ ପାଇଁ ଯେପରି ସାହାଯ୍ୟ କରନ୍ତି,ସେଥିପାଇଁ ସେମାନଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ ବୋଲି କୁହାଯିବ। ଏଥିସହିତ ସେ କାଲିମେଳା ଠାରେ ଏମୟୁଜେ ଅଫିସ ଭବନ ନିର୍ମାଣ ପାଇଁ ତାଙ୍କ ବିଧାୟକ ପାଣ୍ଠିରୁ ଅନୁଦାନ ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ। ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ କହିଥିଲେ ଯେ ଏମୟୁଜେ ର ସମସ୍ତ ସାମ୍ବାଦିକ ଭାଇ ମାନେ ଦିନରାତି ୨୪ ଘଣ୍ଟା ଜୀବନକୁ ବାଜି ଲଗାଇ, ମାଓ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇ ଖବର ସଂଗ୍ରହ କରନ୍ତି ଏବଂ ଜିଲ୍ଲାର ଲୋକମାନଙ୍କର ବିଭିନ୍ନ ସମସ୍ୟାଗୁଡ଼ିକୁ ଲୋକଲୋଚନକୁ ଆଣନ୍ତି, ତେଣୁ ସେ ସବୁବେଳେ କର୍ମରତ ସାମ୍ବାଦିକ ମାନଙ୍କ ସମର୍ଥନରେ ହାତ ବଢ଼ାଇ, ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବା ସହିତ, ସାମ୍ବାଦିକ ମାନଙ୍କର କର୍ମକ୍ଷେତ୍ରରେ ସୁରକ୍ଷା ଯୋଗାଇବା ଏବଂ ସାମ୍ବାଦିକ ମାନଙ୍କର ପେନସନ ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବେ ଏବଂ ଏଥିସହିତ ଚିତ୍ରକୋଣ୍ଡା ଏବଂ ବାଲିମେଳା ଠାରେ ଏମୟୁଜେ ଅଫିସ ଭବନ ନିର୍ମାଣ ପାଇଁ ତାଙ୍କ ବିଧାୟକ ପାଣ୍ଠିରୁ ଅନୁଦାନ ଯୋଗାଇ ଦେବେ ବୋଲି ମଧ୍ୟ ଘୋଷଣା କରିଥିଲେ । ଜିଲ୍ଲାପାଳ ଶ୍ରୀ ପାଟିଲ ଏମୟୁଜେର ସମସ୍ତ ସାମ୍ବାଦିକ ମାନଙ୍କର ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି ଖବର ପ୍ରସାରଣ କରିବା ବିଷୟକୁ ଜିଲ୍ଲାର ଉନ୍ନୟନ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ ଏବଂ ଏମୟୁଜେ ପକ୍ଷରୁ ଆଜିର ଶ୍ରମିକ ଦିବସ ପାଳନ ଗୋଟିଏ ଉତ୍ତମ ପ୍ରୟାସ ବୋଲି କହିଥିଲେ। ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏମୟୁଜେ ର ପ୍ରତ୍ୟେକ ସାମ୍ବାଦିକମାନଙ୍କର ସୁରକ୍ଷା ପାଇଁ ସବୁବେଳେ ତାଙ୍କ ପ୍ରୟାସ ଜାରି ରହିବ ବୋଲି କହିଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ସାମ୍ବାଦିକମାନେ କିପରି ଭାବରେ ସ୍ବାସ୍ଥ୍ୟ ବୀମା କାର୍ଡ ପାଇଁ ଆବେଦନ ପାରିବେ ଏବଂ ସାମ୍ବାଦିକମାନଙ୍କ ପାଇଁ ସରକାରଙ୍କ ଅନ୍ୟାନ୍ୟ ଯୋଜନାର ଲାଭ କିପରି ପାଇ ପାରିବେ ସେ ବିଷୟରେ ବିସ୍ତାରିତ ଭାବରେ ସୂଚନା ପ୍ରଦାନ କରିଥିଲେ। ଏହାପରେ ଅତିଥିମାନଙ୍କ ଦ୍ଵାରା ଏମୟୁଜେ ର ସମସ୍ତ ସଦସ୍ୟ ମାନଙ୍କୁ ସଦସ୍ୟତା କାର୍ଡ ପ୍ରଦାନ କରାଯାଇଥିଲା।


ଆଜିର ଦ୍ଵିତୀୟ ଅଧିବେଶନ ମାଥିଲି କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଙ୍ଘର ଜିଲ୍ଲା ସଭାପତି ଅଶୋକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ଶ୍ରୀଯୁକ୍ତ ମଙ୍ଗୁ ଖିଲ ଯୋଗ ଦେଇଥିଲେ। ସେହିପରି ମୁଖ୍ୟ ବକ୍ତା ଭାବେ ମାଥିଲି ବିଡିଓ ଶ୍ରୀଯୁକ୍ତ ପ୍ରମୋଦ କୁମାର ବେହେରା, ସମ୍ମନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ସସ୍ମିତା ମାଝୀ, ମାଥିଲି ତହସିଲଦାର ସୁଶ୍ରୀ ମାନସୀ ଭୋଇ, ଜିଲ୍ଲା ସଙ୍ଘ ର ସମ୍ପାଦକ ଶ୍ରୀନିବାସ ପାତ୍ର, କାର୍ଯ୍ଯକାରୀ ସଦସ୍ୟ ଅଜିତ ସଗରିଆ, ମାଥିଲି ବ୍ଲକ ସଭାପତି ଶିବ ପ୍ରସାଦ ପରିଛା ପ୍ରମୁଖ ମଞ୍ଚ।ସିନ ଥିଲେ। ଉପସ୍ଥିତ ଅତିଥି ମାନେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପରେ ଏହି ଅବସରରେ ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣ କରିବା ଘଟଣା କୁ ନିନ୍ଦା କରି ଏକ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ଖିଲ ନିଜର ବକ୍ତବ୍ୟ ପ୍ରଦାନ କରି ସାମ୍ବାଦିକ ମାନଙ୍କ ବିଭିନ୍ନ ନାର୍ଯ୍ୟ ଦାବି ଦିଗରେ ସରକର ଯେପରି ଗୁରୁତ୍ୱ ଦେଇ ସେଗୁଡିକ ପୂରଣ କରିବେ ସେନେଇ ସେ ନିଜେ ବିଧାନସଭାରେ ସ୍ୱର ଉଠାଇବେ ବୋଲି ପ୍ରକାଶ କରିଥିଲେ। ଏଥିସହ ମାଥିଲି ଉତ୍କଳ ସାମ୍ବାଦିକ ସଙ୍ଘର କାର୍ଯ୍ୟାଳୟ ଗୃହ ପାଇଁ ଅନୁଦାନ ଘୋଷଣା କରିଥିଲେ। ଏହି ଅବସରରେ ସଙ୍ଘରେ କିଛି ନୂତନ ସଦସ୍ୟ ସାମିଲ ହୋଇଥିଲେ।ଏଥିରେ ସଙ୍ଘର ଆଗାମୀ ଦିନର କାର୍ଯ୍ୟ ପନ୍ଥାକୁ ନେଇ ଆଲୋଚନା କରାଯାଇଥିଲା। ଏଥିସହ ସଙ୍ଘର ପଦାଧିକାରୀ, ପ୍ରତି ବ୍ଲକରୁ ଆସିଥିବା ସଭାପତି ଓ ନୂତନ ସଦସ୍ୟମାନଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ବିଧାୟକ ଶ୍ରୀ ଖିଲ । ସଂଘରେ ଯୋଗ ଦେଇଥିବା ନୂତନ ସଦସ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ତଥା କବି ଶ୍ରୀ ରତ୍ନାକର ଦାସ, ଖଇରପୁଟ ବ୍ଲକର ବରିଷ୍ଠ ସାମ୍ବାଦିକ ଜଗନ୍ନାଥ ଦଳେଇ, ସମାଧାଙ୍ଗଡା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।
ଆୟୋଜିତ ଉକ୍ତ ସଭାରେ ଏମ ୟୁ ଜେ ସଭାପତି ଦେବପ୍ରସାଦ ଦାଶ,ଉପ ସଭାପତି ସତ୍ୟନାରାୟଣ ପଣ୍ଡା,ଯୁଗ୍ମ ସମ୍ପାଦକ ଅସୀମ ବିଶ୍ବାସ, ମାଲକାନଗିରି ବ୍ଲକ ସଂଯୋଜକ ଶିବପ୍ରସାଦ କୀର୍ତ୍ତନୀୟା, ଏ, ଈଶ୍ୱର ରାଓ, ଦୁଃଶାସନ ମହାପାତ୍ର, ଗୋବିନ୍ଦ ମଣ୍ଡଲ, ଚନ୍ଦନ କୁମାର ବାରିକ, ବିଧାୟକ ପ୍ରତିନିଧି ନୀହାର ରାୟ,ଇଶାକ ଖୋସଲା ଏବଂ ବିଭିନ୍ନ ବ୍ଲକରୁ ଆସିଥିବା ଷାଠିଏ ରୁ ଉର୍ଦ୍ଧ୍ୱ ସାମ୍ବାଦିକ ଉପସ୍ଥିତ ଥିଲେ।
ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *