February 5, 2025
Home » ମାଲକାନଗିରୀ ଜିଲ୍ଲା ଏବଂ ପଡୋଶୀ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ମଧ୍ୟରେ ଯୋଗାଯୋଗ ବିଚ୍ଛିହ୍ନ ପୋଲ ଉପରେ ପ୍ରାୟ ପାଞ୍ଚ ଫୁଟ ଉଚ୍ଚତାରେ ଜଳ ପ୍ରବାହିତ

ମାଲକାନଗିରୀ ଜିଲ୍ଲା ଏବଂ ପଡୋଶୀ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ମଧ୍ୟରେ ଯୋଗାଯୋଗ ବିଚ୍ଛିହ୍ନ ପୋଲ ଉପରେ ପ୍ରାୟ ପାଞ୍ଚ ଫୁଟ ଉଚ୍ଚତାରେ ଜଳ ପ୍ରବାହିତ

0

ରାଜ୍ୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଅବପାତ ପ୍ରଭାବରେ ରାଜ୍ୟରେ ୪ ଦିନ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି।‌ ମାଲକାନଗିରି ଜିଲ୍ଲାରେ ଗୁରୁବାର ଦିନରୁ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ଫଳସ୍ୱରୁପ ମାଲକାନଗିରୀ ଜିଲ୍ଲାର କାଲିମେଲା ଅଞ୍ଚଳରେ ପ୍ରବଳ ବର୍ଷା ହେବା ଫଳରେ ଶୁକ୍ରବାର ଦିନ କାଲିମେଲା ଅଞ୍ଚଳରେ ୮୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ପ୍ରବଳ ବର୍ଷା ଯୋଗୁଁ ଜୀବନ ବ୍ୟାହତ ହୋଇଛି। ଗୁରୁବାର ରାତିରୁ ବର୍ଷା ଜାରି ରହିଛି ଯେଉଁଥିପାଇଁ ଲୋକମାନେ ବାହାରକୁ ଯାଇପାରୁନାହାନ୍ତି । ପ୍ରବଳ ବର୍ଷା ହେତୁ ଜାତୀୟ ରାଜପଥ ୩୨୬ର ତିନୋଟି ସ୍ଥାନରେ ଥିବା ପୋଲଗୁଡିକ ଜଳମଗ୍ନ ହୋଇଯାଇଛି। ପ୍ରଥମେ ୦୩ଟା ସମୟରେ, ଏମଭି୯୬ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଲା । ଏହା ଧୀରେ ଧୀରେ ବଢିବା ସହିତ ସନ୍ଧ୍ୟା ସୁଦ୍ଧା ୫ ଫୁଟ ଉଚ୍ଚରେ ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଥିଲା। ଏହା ପରେ ପାଟେରୁ, କନ୍ୟାଶ୍ରମ, ଏମଭି-୯୦ ଏବଂ କାଙ୍ଗୁର୍କୋଣ୍ଡା ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହୋଇଥିଲା। ଏହି ପୋଲଗୁଡ଼ିକ ଉପରେ ପ୍ରାୟ ୫ ଫୁଟ ବନ୍ୟା ଜଳ ପ୍ରବାହିତ ହେବା ସହିତ ଯାତାୟତ ପ୍ରଭାବିତ କରିଥିଲା । ସୂଚନା ଥାଉ କି ଗତ ୩୬ ଘଣ୍ଟାରେ ମାଲକାନଗିରିରେ ୯୨ ମିମି ବର୍ଷା ହୋଇଥିବା ବେଳେ କୋରାପୁଟ ୬୨ ତିମି ରେକର୍ଡ ହୋଇଛି । ଫଳସ୍ୱରୂପ, ମାଲକାନଗିରୀ ଜିଲ୍ଲା ଏବଂ ପଡୋଶୀ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ମଧ୍ୟରେ ଯୋଗାଯୋଗ ବ୍ୟାହତ ହୋଇ ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଥିଲା। ଆଜି ରାତି ସୁଦ୍ଧା ଜଳ ସ୍ତର କମ୍ ହୋଇପାରେ, ଯଦି ବର୍ଷା ନ ହୁଏ ।

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *