July 29, 2025
Home » ମା’ଶାରଳା ଙ୍କ ମନ୍ଦିରରେ ଲାଗିଲା ରୂପା କବାଟ

ମା’ଶାରଳା ଙ୍କ ମନ୍ଦିରରେ ଲାଗିଲା ରୂପା କବାଟ

0
WhatsApp Image 2025-05-20 at 9.03.35 PM

ତିର୍ତୋଲ: ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଓ ପ୍ରାଚୀନ ଶକ୍ତିପୀଠ ବାଣୀକ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଠାକୁରାଣୀ ଙ୍କ ରୌପ୍ୟନିର୍ମିତ କବାଟ ର ପାରମ୍ପରିକ ପୂଜା ରୀତିନୀତି କରାଯାଇ କବାଟ ଲଗାଯାଇଛି।ଶ୍ରୀଜଗନ୍ନାଥ ସଂସ୍କୃତି ର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜଙ୍କ ଦ୍ୱାରା ଏହା ଉଦ୍ଘାଟିତ ହୋଇଛି।

>

ତାଙ୍କ ସହିତ ମନ୍ଦିର ସେବାୟତ ଓ ବହୁ ସାଧୁ ସନ୍ଥ ମହାତ୍ମା ଜ୍ଞାନୀ ଗୁଣି ବିଦ୍ୱାନ ପଣ୍ତିତ ଏବଂ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ।ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରସାଶନିକ ଅଧିକାରୀ ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ସକ୍ରିୟ ସହଯୋଗ କରିଛନ୍ତି।ମନ୍ଦିରର ଗର୍ଭାଦ୍ୱା ର ପ୍ରବେଶ ପଥରେ ଥିବା ଦ୍ଵାରରେ ଶିଶୁକାଠ ରେ ନିର୍ମିତ ହେଇଥିବା କବାଟ ଉପରେ ରୂପା ଛାଉଣୀ କରାଯାଇ ଚନ୍ଦନ ଯାତ୍ରା ର ଉଦଯାପନୀ ଉତ୍ସବରେ ମାଆଙ୍କ ଚନ୍ଦନ ଲାଗି ପରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଉଦ୍ଘାଟନ କରାଯାଇଛି। ଝଙ୍କଡ଼ ଶାରଳା ରଳା ପୀଠ ସ୍ଥିତ ଜଗନ୍ନାଥ ମହୋତ୍ସବ କମିଟି ଓ ମାଆଙ୍କ ସେବାୟତ ମାନଙ୍କ ମିଳିତ ସହଯୋଗ ରେ ଏହା ସମ୍ଭବ ହୋଇଛି। ଏହି ଉତ୍ସବରେ ମାଆଙ୍କ ବଡ଼ପଣ୍ଡା ପ୍ରଜ୍ଞାଦିପ୍ତ ପଣ୍ଡା, ପରିଚ୍ଛା ଦୁର୍ଗା ଚରଣ ପଣ୍ଡା ଙ୍କ ଓ ସମସ୍ତ ସେବାୟତ ମାନେ ପୂଜାର୍ଚ୍ଚନା କରିଥିବା ବେଳେ ସ୍ଥାନୀୟ ଅଞ୍ଚଳର ସମସ୍ତ ଅଧିବାସୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।ରୂପା କବାଟ ଦେଖି ଭକ୍ତଙ୍କ ମନରେ ଖୁସି ପରିଲକ୍ଷିତ ହୋଇଥିଲା।

ତିର୍ତୋଲ ଈପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *