July 1, 2025
Home » ମାହେଶ୍ୱରୀ ଗୋଶାଳାରେ ନିଆରା ଢଙ୍ଗରେ ପାଳିତ ହେଲା ଇଂରାଜୀ ନବବର୍ଷ

ମାହେଶ୍ୱରୀ ଗୋଶାଳାରେ ନିଆରା ଢଙ୍ଗରେ ପାଳିତ ହେଲା ଇଂରାଜୀ ନବବର୍ଷ

0
WhatsApp Image 2025-01-01 at 6.53.15 PM

ସୁବର୍ଣ୍ଣପୁର —ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ଦନ୍ତାପାଳି ସ୍ଥିତ ମାହେଶ୍ୱରୀ ଗୋଶାଳାରେ ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ଇଂରାଜୀ ନବ ବର୍ଷ l ସର୍ବ ପ୍ରଥମେ ଇଷ୍ଟଦେବୀ ମାହେଶ୍ୱରୀଙ୍କ ପୂଜାର୍ଚନା ପରେ ଗୋ ପୂଜନ ଓ ଗୋବନ୍ଦନା ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଗୋଶାଳା ଅଧ୍ୟକ୍ଷ ନିର୍ଗୁଣ ମାହାକୁଡ଼ଙ୍କ ସଭାପତିତ୍ୱ ଓ କୃତ୍ତିବାସ ପଲିଆଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲା ଦେବସେନାର ଅଧ୍ୟକ୍ଷ ବୈଦ୍ୟନାଥ ସାମଲ ଯୋଗଦେଇ ଗୋ ସୁରକ୍ଷା,ନିମନ୍ତେ ବକ୍ତବ୍ୟ ରଖିଥିଲେ l

ମୁଖ୍ୟବକ୍ତା ଭାବେ ସାମାଜିକ କର୍ମୀ ଇଂ. ବିକାଶ ଚନ୍ଦ୍ର ମହାକୁଡ଼ ଯୋଗଦେଇ ଗୋଶାଳାର ଉନ୍ନତି ନିମନ୍ତେ ସମସ୍ତେ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ l ସଂମ୍ମାନିତ ଅତିଥି ଭାବେ ସରସରା ବିଜେପି ମଣ୍ଡଳ ସଭାପତି ଶେଷଦେବ ଛନ୍ଦ, ମାହେଶ୍ୱରୀ ଗୋଶାଳା ଉପଦେଷ୍ଟା ଶରତ ପ୍ରଧାନ, ବାବା ଖଗେଶ୍ୱର ବାନପ୍ରସ୍ତି,ଗଙ୍ଗାଧର ପ୍ରଧାନ ଉପସଭାପତି ହୃଷିକେଶ ଖେତୀ,କାର୍ଯ୍ୟକାରୀ ସଦସ୍ୟ ପପୁନ ଗାଈଗୌରିଆ, ବିଜୟ ପାତ୍ର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଆସନ୍ତା ମାର୍ଚ୍ଚ 13 ତାରିଖ ଠାରୁ 19 ତାରିଖ ପର୍ଯ୍ୟନ୍ତ ମାହେଶ୍ୱରୀ ଗୋଶାଳା ର ଶୁଭ ଉଦଘାଟନ କରିବା ଅବସରରେ ରାଜ୍ୟ ସ୍ତରୀୟ ଦୋଳ ମହୋତ୍ସବ ଆୟୋଜନ ନିମନ୍ତେ ପ୍ରସ୍ତାବ ଗୃହିତ ହୋଇଥିଲା l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *