ମାହେଶ୍ୱରୀ ଗୋଶାଳାରେ ପାଳିତ ହେଲା ରାଜ୍ୟ ସ୍ତରୀୟ ଜାତୀୟ ଯୁବ ଦିବସ ଓ ରାଜ୍ୟ ସ୍ତରୀୟ ଦୋଳ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଓ ଡ଼ୁମାଳ ଜାତି ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ଦନ୍ତାପାଳି ସ୍ଥିତ ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ଠାରେ ରାଜ୍ୟ ସ୍ତରୀୟ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ ଯୋଗଦେଇ ସର୍ବ ପ୍ରଥମେ ବୌଦ୍ଧ ରାଜବାଟି ସ୍ଥିତ ମାହେଶ୍ୱରୀ ସଂସ୍କୃତି ଭବନ ଠାରେ ଇଷ୍ଟଦେବୀ ମା ମାହେଶ୍ୱରୀଙ୍କ ପୂଜାର୍ଚ୍ଚନା ପରେ ବୌଦ୍ଧ ପୁରୁଣା ବ୍ଲକ ଛକ ସ୍ଥିତ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ପରେ ମଥୁରା ପଂଚାୟତ ଦନ୍ତାପାଳି ସ୍ଥିତ ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମରେ ଆୟୋଜିତ ରାଜ୍ୟ ସ୍ତରୀୟ ଜାତୀୟ ଯୁବ ଦିବସରେ ଯୋଗ ଦେଉ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଉପସ୍ଥିତ ଯୁବକ ମାନଙ୍କୁ ପରାମର୍ଶ ଦେଇ ସମସ୍ତେ ଏକ ହୋଇ ସମସ୍ତ ଅଧିକାର ପ୍ରାପ୍ତ ନିମନ୍ତେ ଲଢେଇ କରିବାକୁ କହିଥିଲେ l ଆସନ୍ତା ମାର୍ଚ୍ଚ ମାସ 13 ଠାରୁ 19 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମାହେଶ୍ୱରୀ ଗୋଶାଳା ର ଶୁଭ ଉଦଘାଟନ ଅବସରରେ ରାଜ୍ୟ ସ୍ତରୀୟ ଦୋଳ ମହୋତ୍ସବ ଆୟୋଜନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟବକ୍ତା ଭାବେ ପୂର୍ବତନ ରାଜ୍ୟ ସଭାପତି ଦେବାର୍ଚ୍ଚନ ଚାଉଳିଆ ସଂମ୍ମାନିତ ଅତିଥି ଭାବେ ରାଜ୍ୟ ଯୁବ ସଭାପତି ଦୟାନିଧି ଖମାରୀ, ବୌଦ୍ଧ ବିଧାୟକ ପ୍ରତିନିଧି ଧର୍ମୁଧର ପୋଢ଼, ପୂର୍ବତନ ପ୍ରତିଷ୍ଠାତା ରାଜ୍ୟ ଉପ ସଭାପତି ପାଣ୍ଡବ କର୍ଣ୍ଣ, ପୂର୍ବତନ ରାଜ୍ୟ ଉପ ସଭାପତି ମୁରଲୀଧର ପାତ୍ର, ଉପଦେଷ୍ଟା ମାଗୁଣୀ ଚରଣ ଗାଈଗୌରିଆ, ପୂର୍ବତନ ରାଜ୍ୟ କାର୍ଯ୍ୟ କାରୀ ସଦସ୍ୟ ବିଧୁ ଭୂଷଣ ଡାଙ୍ଗ,ମା ମାହେଶ୍ୱରୀ କଳା ଓ ସଂସ୍କୃତି ପରିଷଦ ରାଜ୍ୟ ଅଧ୍ୟକ୍ଷ ହରିଶଙ୍କର ବେହେରା,ଯୁବ ସଂଗଠକ ଇଂ. ବିକାଶ ଚନ୍ଦ୍ର ମହାକୁଳ, ବାଣିଗୋଚ୍ଛା ର ବିକାରୀ ଚରଣ ମହାକୁଡ଼, ଅନୁଗୋଳର ଉଦୟ ନାଥ ପ୍ରଧାନ,ମାହେଶ୍ୱରୀ ଗୋଶାଳାର ଉପଦେଷ୍ଟା କେଦାରନାଥ ସାହୁ, ଶରତ ପ୍ରଧାନ ଓ ପୂର୍ଣ୍ଣ ଚନ୍ଦ୍ର ଗାଈଗୌରିଆ, ଖୁଣ୍ଟବନ୍ଧର ମହିଳା ସଂଗଠିକା କବିତା ମହାକୁଡ଼ ଓ ଯାଜ୍ଞସେନୀ ମହାକୁଡ଼ ଯୋଗଦେଇ ବିଭିନ୍ନ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଏଥିରେ ଜିଲ୍ଲା ଯୁବ ଡ଼ୁମାଳ ବିକାଶ ପରିଷଦର ସଭାପତି ଶମ୍ଭୁ ଗିରି ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ କୃତ୍ତିବାସ ପଲିଆ ଅତିଥି ଙ୍କୁ ସ୍ୱାଗତ କରିଥିଲେ l ମୁଖ୍ୟ ଅତିଥିଙ୍କୁ ଦ୍ୱାରା ମାହେଶ୍ୱରୀ ଗୋଶାଳା ପୁଷ୍ଟପୋଷାକ ଭାଗ୍ୟଧର ମହାକୁଡ଼, ଗାନ୍ଧି ଦୂତ ଗଙ୍ଗାଧର ଦନ୍ତା, ମାହେଶ୍ୱରୀ ସେନା ସ୍ବେଛାସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ମାହେଶ୍ୱରୀ ଗୋଶାଳା ଅଧ୍ୟକ୍ଷ ନିର୍ଗୁଣ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ l
ଦ୍ୱିତୀୟ ଅଧିବେଶନରେ ପୂର୍ବତନ ରାଜ୍ୟ ସଭାପତି ଦେବାର୍ଚ୍ଚନ ଚାଉଳିଆଙ୍କ ସଭାପତିତ୍ୱରେ ଏକ ସାମାଜିକ ବୈଠକ ଅନୁଷ୍ଠିତ ହୋଇଥିଲା l ବିଭିନ୍ନ ଆଲୋଚନା ପରେ ଏକ ଦୃଢ଼ ନିଷ୍ପତ୍ତି କ୍ରମେ ରାଜ୍ୟରେ ଥିବା ବିଭିନ୍ନ ସମସ୍ୟା ଓ ରାଜ୍ୟ, ଜିଲ୍ଲା ଓ କେନ୍ଦ୍ର କର୍ମକର୍ତ୍ତା ମାନଙ୍କ ସ୍ବେଛାଚାରିତା, ଆବେଦନ କରିଥିବା କେନ୍ଦ୍ର ମାନଙ୍କୁ ତୁରନ୍ତ ମାନ୍ୟତା ପ୍ରଦାନ, ବିଭିନ୍ନ ସ୍ତରରେ ବିବାଦ ସମାଧାନ ସହିତ ତୁରନ୍ତ ରାଜ୍ୟ ସ୍ତରୀୟ ମହାସଭା ବଲାଙ୍ଗୀର ଠାରେ ଆୟୋଜନ କରିବା ପାଇଁ ପଦକ୍ଷେପ ନନେଲେ ଉପସ୍ଥିତି ଜାତି ଭାଇ ମାନଙ୍କ ଦ୍ୱାରା ଏକ ରାଜ୍ୟ ସ୍ତରୀୟ ମହାସଭା ଆୟୋଜନ କରିବା ପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ କରାଯାଇ ରାଜ୍ୟ ଡ଼ୁମାଳ ପରିଷଦ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କୁ ଅନୁରୋଧ କରାଯାଇଥିଲା l ରାଜ୍ୟ ସ୍ତରରେ ମହିଳା ସଂଗଠନ, ଯୁବ ସଂଗଠକ ଓ ମାହେଶ୍ୱରୀ ସେନାକୁ ସକ୍ରିୟ କରିବା ନିମନ୍ତେ ହରିଶଙ୍କର ବେହେରା, ହୀରା ମହାକୁଡ଼, ଚୈତନ୍ୟ କର୍ଣ୍ଣ, ଇଂ. ବିକାଶ ଚନ୍ଦ୍ର ମହାକୁଡ଼, ନିର୍ଗୁଣ ମହାକୁଡ଼, ଅରୁଣ ମେଣ୍ଡିଲି, ଅବିନାଶ କମ୍ପ, ସୁରେନ୍ଦ୍ର ମହାକୁଡ଼, ମଧୁସୂଦନ ମହାକୁଡ଼, ବିଧୁ ଭୂଷଣ ଡାଙ୍ଗ,କବିତା ମହାକୁଡ଼, ଯାଜ୍ଞସେନୀ ମହାକୁଡ଼, ଦେବାର୍ଚ୍ଚନ ଚାଉଳିଆ, ମୁରଲୀଧର ପାତ୍ର, କୃତ୍ତିବାସ ପଲିଆ ଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର