ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ଶୁଭ ଉଦଘାଟନ ଓ ପ୍ରଥମ ରାଜ୍ୟ ସ୍ତରୀୟ ଦୋଳ ମହୋତ୍ସବ -2025 ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର : ବୌଦ୍ଧ ଜିଲ୍ଲା ମଥୁରା ପଂଚାୟତ ଦନ୍ତାପାଳି ଠାରେ ଦୀର୍ଘ ପାଞ୍ଚ ବର୍ଷ ହେବ ବୌଦ୍ଧ ସହରର 150 ବୁଲା ଗାଈଗୋରୁ ମାନଙ୍କୁ ନେଇ ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ପ୍ରତିଷ୍ଠା କରି ପ୍ରତିପାଳନ କରି ଆସୁଛନ୍ତି l ଓଡିଶା ସରକାରଙ୍କ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଆର୍ଥିକ ଅନୁଦାନ ପାଇ ବୁଲା ଗାଈ ଗୋରୁଙ୍କ ଥଇଥାନ କେନ୍ଦ୍ର ସମ୍ପୂର୍ଣ ହେବାକୁ ଯାଇ ଆସନ୍ତା ମାର୍ଚ୍ଚ 09 ତାରିଖ ଠାରୁ 15ତାରିଖ ପର୍ଯ୍ୟନ୍ତ ସାତ ଦିନ ଧରି ରାଜ୍ୟ ସ୍ତରୀୟ ଦୋଳ ମହୋତ୍ସବ ଆୟୋଜନ କରି ଗୋଶାଳା ଶୁଭ ଉଦଘାଟନ କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ସ୍ଥିର କରା ଯାଇଥିଲା l ବୌଦ୍ଧ ଜିଲ୍ଲାର ଗୋପ, ମଥୁରା, ବୃନ୍ଦାବନ, ରାଧା ନଗର, କୃଷ୍ଣ ମୋହନ ପୁର, ହେରେକୃଷ୍ଣ ପୁର, କୃଷ୍ଣ ପାଳି ଗ୍ରାମ ମାନଙ୍କୁ ନେଇ ରାଧା କୃଷ୍ଣଙ୍କ ଲୀଳା କ୍ଷେତ୍ରରେ ପରିଣତ କରିବା ସହିତ ଅଞ୍ଚଳର ସାଂସ୍କୃତିକ, ସାମାଜିକ ଓ ଆର୍ଥିକ ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଯଥା -ମାହେଶ୍ୱରୀ ଗୋଶାଳା ଉଦଘାଟନ ଅବସରରେ ଗୋ -ପୁଜନ,ନାମ ଯଜ୍ଞ, ଅନ୍ନ ଯଜ୍ଞ,ଘୃତ ଯଜ୍ଞ,ଜ୍ଞାନ ଯଜ୍ଞ, ଜପ ଯଜ୍ଞ, ଯୋଗ, ପ୍ରାଣା୍ୟାମ,ରାଜ୍ୟ ସ୍ତରୀୟ ସାହିତ୍ୟ ସଂସ୍କୃତି ଓ ସମୋନ୍ୱୟ ସମାରୋହ,ରାଜ୍ୟ ସ୍ତରୀୟ ବୈଦ୍ୟ, ଆୟୁବେଦ ଓ ପ୍ରାଣୀ ଚିକିତ୍ସକ ସମ୍ବିଳନୀ, ରାଜ୍ୟ ସ୍ତରୀୟ ଗୋପାଳକ,ଜୈବିକ କୃଷକ ଓ କୃଷକ ଉତ୍ପାଦକ କଂପାନୀ ସମ୍ବିଳନୀ,ରାଜ୍ୟ ସ୍ତରୀୟ କଳାକାର ସମ୍ବିଳନୀ, ରାଜ୍ୟ ସ୍ତରୀୟ ଗୋସେବକ ଓ ସାଧୁ ସନ୍ଥ ସମ୍ବିଳନୀ,ରାଜ୍ୟ ସ୍ତରୀୟ ମହିଳା ସ୍ୱୟଂ ସାହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ସମ୍ବିଳନୀ, ରାଜ୍ୟ ସ୍ତରୀୟ ଯୁବ ଉଦ୍ୟଗୀ ସମ୍ବିଳନୀ ସହିତ ଶ୍ରୀକୃଷ୍ଣ ଲୀଳା ମହୋତ୍ସବ ଓ କଂସ ବଧ, ,ପୌରାଣିକ ଅପେରା, କୃଷ୍ଣ ଗୁରୁ, ପାଳା, ଦାସକାଠିଆ,ଝାଳିଆ ଶବର, ପତର ସଉରା,ଦଣ୍ଡ ଝଲକ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ପଲ୍ଲୀ ଶ୍ରୀ ମେଳା,ମିନା ବାଜ଼ାର ଓ ଆମ ଗାଁ ଦୋକାନ ଓ ଆମ ଗାଁ ହାଟ ମେଳା( କୁଟୀର ଶିଳ୍ପ ଓ ହସ୍ତ ଶିଳ୍ପ ),ଆଧ୍ୟାତ୍ମିକ ଓ ଆୟୁର୍ବେଦ ପୁସ୍ତକ ମେଳା, ପାରମ୍ପରିକ କୃଷି ଯନ୍ତ୍ରପାତି, ବାଉଁଶ, କାଠ, ମାଟି, ଲୁହା, ପଥରରେ ପ୍ରସ୍ତୁତି ଉତ୍ପାଦ ମେଳା, ପାରମ୍ପରିକ ଖାଦ୍ୟ ଓ ଶ୍ରୀ ଅନ୍ନ ମେଳା l ରକ୍ତଦାନ ଶିବିର, ଆୟୁର୍ବେଦ, ପ୍ରାକୃତିକ, ଜଳ ଓ ପଞ୍ଚ ଗବ୍ୟ ଚିକିତ୍ସା, ପଞ୍ଚ କର୍ମ ଚିକିତ୍ସା ତାଲିମ, ପଞ୍ଚଗବ୍ୟ, ଆୟୁର୍ବେଦ ଓ ପ୍ରାକୃତିକ ଚିକିତ୍ସା କେନ୍ଦ୍ର ସ୍ଥାପନ କରିବା ପାଇଁ ମାହେଶ୍ୱରୀ ଗୋଶାଳା ସମ୍ପାଦକ କୃତ୍ତିବାସ ପଲିଆ ସୂଚନା ପ୍ରଦାନ କରିଥିବାବେଳେ ଉକ୍ତ ବୈଠକ ମୁଖ୍ୟ ଅତିଥି ଭାବେ ଓଡିଶା ଗୋଶାଳା ସେବା ସମିତି ବୌଦ୍ଧ ଜିଲ୍ଲା ସଭାପତି ପ୍ରାଣକୃଷ୍ଣ ଗୁରୁ ଯୋଗଦେଇ ପୂର୍ଣ୍ଣ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ l ମୁଖ୍ୟବକ୍ତା ଭାବେ ବୈଦ୍ୟଶାଳାର ଅଧକ୍ଷ ଡା ନିରାକାର ବେହେରା ଯୋଗ ଦେଇ ରାଜ୍ୟ ସ୍ତରୀୟ ବୈଦ୍ୟ ସମ୍ବିଳନୀ ଆୟୋଜନ ନିମନ୍ତେ ଦାଇତ୍ୱ ନେବାକୁ ପ୍ରତିଶୃତି ଦେଇଥିଲେ l ସଂମ୍ମାନୀତ ଅତିଥି ଭାବେ ସିଦ୍ଧାର୍ଥ ସାହିତ୍ୟ ସଂସଦ ଆବାହକ ଅଭିନଵ ପଟ୍ଟନାୟକ, ଜିଲ୍ଲା ଧାର୍ମିକ, ସାଂସ୍କୃତିକ ଓ କଳା ପରିଷଦ ପ୍ରତିଷ୍ଠାତା ଅରୁଣ କୁମାର ମେଣ୍ଡିଲି ଯୋଗଦେଇ ଥିବା ବେଳେ ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଭାବେ ଶ୍ରୀ ରାଧା ମାଧବ ସେବା ଶ୍ରମର ପ୍ରତିଷ୍ଠାତା ବ୍ରହ୍ମଚାରୀ ଆଦିତ୍ୟ ଦାସଙ୍କୁ ଦାଇତ୍ୱ ଅର୍ପଣ କରା ଯାଇଥିବା ବେଳେ ସହ ସଂଯୋଜକ ଭାବେ ସଦାଶିବ ପାତ୍ରଙ୍କୁ ମନୋନୀତ କରାଯାଇ ଆସନ୍ତା 2 ତାରିଖ ସ୍ୱରସ୍ବତୀ ପୂଜା ଦିନ ଶୁଭ ଖମ୍ବ ସ୍ଥାପନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l ଶେଷରେ ମାହେଶ୍ୱରୀ ଗୋଶାଳା ଅଧକ୍ଷ ନିର୍ଗୁଣ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର