July 27, 2025
Home » ମାୟାବର୍ହାରେ ବନମହୋତ୍ସବ ପାଳିତ: ଗଛ ଆମର ମାଆ

ମାୟାବର୍ହାରେ ବନମହୋତ୍ସବ ପାଳିତ: ଗଛ ଆମର ମାଆ

0
WhatsApp Image 2025-07-05 at 11.06.17 AM

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହ୍। ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ମାର୍ଗଦର୍ଶନ କ୍ରମେ ବନମହୋତ୍ସବ ଅବସରରେ “ମା ପାଇଁ ଗଛ ଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ର ଛାତ୍ରୀ , ଶିକ୍ଷକ ତଥା ସମସ୍ତ କର୍ମଚାରୀ ଏକ ସଚେତନ ଶୋଭାଯାତ୍ରା ରେ ବାହାରି ଗ୍ରାମ ପରିକ୍ରମା କରିଥିଲେ । ଶେଷରେ ବିଦ୍ୟାଳୟ ଖେଳ ପଡିଆ କୁ ଯାଇ ଛାତ୍ର ଛାତ୍ରୀମାନେ ବିଭିନ୍ନ ଗଛ ଲଗାଇଥିଲେ ଓ ତାହାର ଯତ୍ନ ନେବା ପାଇଁ ପ୍ରତିଜ୍ଞା କରିଥିଲେ। ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଗଛ ଆମର ମାଆ ଓ ଏହାର ରକ୍ଷଣାବେକ୍ଷଣ ଆମର ଦାୟିତ୍ବ ବୋଲି ମତ ପ୍ରଦାନ କରିଥିଲେ। । ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ଛାତ୍ର ଛାତ୍ରୀ ମାନଙ୍କୁ ବୃକ୍ଷରୋପଣ ର ଆବଶ୍ୟକତା ବିଷୟରେ ଧାରଣା ପ୍ରଦାନ କରିଥିଲେ। ଶେଷରେ ସଂସ୍କୃତ ଶିକ୍ଷକ ରାଜୁ ମେହେର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ନନ୍ଦିଘୋଷ ବାରିକ, କିରଣ କୁମାର ପଟେଲ, ସଞ୍ଜୀବ ପୂଜାରୀ, ମୀନକେତନ ଦାସ, ବିଭୀଷଣ ଖମାରୀ, ସୁରଜ୍ ଖମାରୀ , ସମୀର କାଠର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *