November 8, 2024
Home » ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ “ଏକକ ବ୍ୟବହୃତ ପ୍ଲାଷ୍ଟିକକୁ ନାଁ” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l

ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ “ଏକକ ବ୍ୟବହୃତ ପ୍ଲାଷ୍ଟିକକୁ ନାଁ” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l

0

ସୁବର୍ଣ୍ଣପୁର –ସୁବର୍ଣ୍ଣପୂର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହ। ଠାରେ ଜଙ୍ଗଲ ଓ ପରିବେଶ ବିଭାଗ ଆହ୍ୱାନ ରେ ଇକୋ କ୍ଲବ ତରଫରୁ ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ବରେ “ଏକକ ବ୍ୟବହୃତ ପ୍ଲାଷ୍ଟିକ କୁ ନାଁ” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ, କର୍ମଚାରୀ,ତଥା ଅଭିଭାବକ ଓ ଅଭିବାବିକା ମାନଙ୍କୁ ଇକୋ କ୍ଲବ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ବିଦ୍ୟାଳୟକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଶପଥ ପାଠ କରାଇଥିଲେ। ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ମିଳିତ ଭାବରେ ମାୟାବର୍ହ୍l ଗ୍ରାମ ପରିଭ୍ରମଣ କରି ପ୍ଲାଷ୍ଟିକ ବ୍ୟବହାରରେ ସଂଯମତା ରକ୍ଷା କରିବା ପାଇଁ ସଚେତନ କରେଇଥିଲେ। ସଭାର ପ୍ରାରମ୍ଭରେ ଗଣିତ ଶିକ୍ଷକ ମନୋଜ କୁମାର ପୁଝାରୀ ପ୍ଲାଷ୍ଟିକ ର ବ୍ୟବହାରର କୁପରିଣାମ କେତେ ଭୟାବହ ତାହା ସୂଚିତ କରିଥିଲେ।ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ଜନନିକ, ଅର୍ଚ୍ଚିତା, ଲିପ୍ସା, ଶୁଭଶ୍ରୀ, ପୂଜା, ଝରଣା, ସୁଜିତ୍ ଓ ବିକଷ୍ନିଯା ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।ଶେଷରେ ଆଲୁମିନି ସଦସ୍ୟ କିରଣ ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏଥିରେ ସଞ୍ଜୀବ ପୂଜାରୀ, ମୀନକେତନ, ବିଭୀଷଣ , ସମୀର,ଓ ସୁରଜ୍ ସହଯୋଗ କରିଥିଲେ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *