October 24, 2025
Home » ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

0
WhatsApp Image 2024-11-14 at 3.40.04 PM

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଜବାହାରଲାଲ ନେହେରୁଂକ ୧୩୫ ତମ ଜନ୍ମ ଜୟନ୍ତୀ ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶୟତଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି। ବିଜ୍ଞାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ସଭାକୁ ସଂଯୋଜନା କରିଥିବା ବେଳେ ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ ସଭା ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଛାତ୍ରୀ ଶୁଭଶ୍ରୀ ଓ ସାଥୀ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିବା ବେଳେ ଜନନିକା, ଅର୍ଚ୍ଚିତା, ଲିପ୍ସା, ପୂଜାରାଣି, ସୁଜିତ୍, କ୍ରିସ, ଝରଣା ପ୍ରଭୁତି ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଅଲୁମିନି ସଦସ୍ୟ ସ୍ନିଗ୍ଧା ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ନେହେରୁଙ୍କ ଶିଶୁ ମାନଙ୍କୁ କେତେ ଭଲ ପାଉଥିଲେ ପ୍ରକାଶ କରିଥିଲେ। ଶେଷରେ କିରଣ କୁମାର ପଟେଲ ଧନ୍ୟବାଦ୍ ପ୍ରଦାନ କରିଥିଲେ। କାର୍ଯକ୍ରମ କୁ ବିଭୀଷଣ , କିଶୋର, ସୁରଜ୍, ସମୀର ସହଯୋଗ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *