November 12, 2025
Home » ମାୟାବର୍ହା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଓ ସିଂହିଯୁବା ଉଚ୍ଚ ବିଦ୍ୟାଳୟ ରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ମାୟାବର୍ହା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଓ ସିଂହିଯୁବା ଉଚ୍ଚ ବିଦ୍ୟାଳୟ ରେ ଜାତୀୟ ବିଜ୍ଞାନ ଦିବସ ପାଳିତ

0
WhatsApp Image 2025-03-01 at 7.57.16 AM

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ବରେ ଡ. ଚନ୍ଦ୍ର ଶେଖର ଭେଙ୍କଟ ରମଣ ଙ୍କ ଦ୍ଵାରା ଆବିଷ୍କୃତ ରମଣ ପ୍ରଭାବ ର ସ୍ମୃତି ସ୍ୱରୂପ ସାରା ଦେଶରେ ୨୮ ଫେବୃଆରୀ କୁ “ଜାତୀୟ ବିଜ୍ଞାନ ଦିବସ”ରୂପେ ପାଳିତ ହେଉଥିବା ବେଳେ ବିଦ୍ୟାଳୟରେ ମଧ୍ୟ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ତଥା ଗଣିତ ଶିକ୍ଷକ ମନୋଜ କୁମାର ପୂଜାରୀ ଯୋଗଦାନ କରି ବିଜ୍ଞାନରେ ରମଣ ଙ୍କ ଅବଦାନ ଅତୁଳନୀୟ ବୋଲି ମତପ୍ରକାଶ କରିଥିଲେ। ସଭାରେ ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ମଞ୍ଚାସିନ ହୋଇ ରମଣ ଙ୍କ ଜନ୍ମ, ତାଙ୍କ ଶିକ୍ଷା, ବୃତ୍ତି ତଥା ଗବେଷଣା ଓ କୃତିତ୍ୱ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ବଲପୁର ସ୍ଥିତ ଗାୟତ୍ରୀ ମହାବିଦ୍ୟାଳୟ ର ଅଧ୍ୟାପିକା ମାମିନା ଭୋଇ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ବର୍ତ୍ତମାନ ଯୁଗରେ ବିଜ୍ଞାନ ର ଭୂମିକା ଉପରେ ଆଲୋକପାତ କରିଥିଲେ।


ପ୍ରଥମେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ କୁଇଜ୍ ପ୍ରତିଯୋଗିତା କରାଯାଇଥିଲା ଓ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ନବମ ଶ୍ରେଣୀ ର ଛାତ୍ରୀ ପୂଜାରାଣୀ ଦୀପ ଙ୍କୁ ତାଙ୍କ ଏହି ବର୍ଷର ବିଭିନ୍ନ ବିଜ୍ଞାନ ଭିତ୍ତିକ ପ୍ରତିଯୋଗିତାରେ ସଫଳତା ସହ ଭାଗ ନେଇ ବିଦ୍ୟାଳୟର ଗୌରବ ଆଣିଥିବାରୁ ଅତିଥି ମାନେ ପୁରସ୍କୃତ କରିଥିଲେ ।ସଭାର ପ୍ରାରମ୍ଭରେ ଅନ୍ତରା ଜାଲ, ଝରଣା ସାହୁ ଓ ସାଥୀ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିବାବେଳେ ସଂସ୍କୃତ ଶିକ୍ଷକ ରାଜୁ ମେହେର ସଭାକୁ ସଂଯୋଜନା କରିଥିଲେ । ଶେଷରେ ଶିକ୍ଷକ ଚିନ୍ମୟ କୁମାର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ କୁ ସଞ୍ଜୀବ ପୂଜାରୀ, କିରଣ କୁମାର ପଟେଲ,ଲିପି ପ୍ରଧାନ, ମୀନକେତନ ଦାସ, ସୁରଜ୍ ଖମାରୀ ଓ ସମୀର କଠାର ସହଯୋଗ କରିଥିଲେ । ସେହିପରି ବିନିକା ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ସିଂହିଯୁବା ଠାରେ ଗତକାଲି ପ୍ରଧାନଶିକ୍ଷକ ଡ.ରବିଚନ୍ଦ୍ର ପଶାୟତ ଙ୍କ ଆହ୍ବାନ କ୍ରମେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ସମ୍ମାନିତ ଅତିଥିଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରେମରାଜ ପତି ଓ ପଞ୍ଚାନନ ପଣ୍ଡା ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ କୁ ହିନ୍ଦୀ ଶିକ୍ଷକ ବିଜୟ କୁମାର ବେହେରା ସଂଯୋଜନା କରିଥିଲେ। ବିଜ୍ଞାନ ଶିକ୍ଷକ ଅନୀଲ ସେଠୀ ବିଜ୍ଞାନ ଦିବସର ଗୁରୁତ୍ଵ ତଥା ବୈଜ୍ଞାନିକ ସି. ଭି. ରମଣ ଙ୍କ ସମାଜର ବିକାଶ ଦିଗରେ ଥିବା ଉପଲବ୍ଧି ଓ ଅବଦାନ ବିଷୟରେ ବର୍ଣ୍ଣନା କରିଥିଲେ। ଶିକ୍ଷକ ହେମନ୍ତ ମେଷୁଆ ଙ୍କ ପରିଚାଳନା ରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଏକ ବିଜ୍ଞାନ ଧର୍ମୀ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପରିଶେଷରେ ଖେଳ ଶିକ୍ଷକ ମଳୟ ରଂଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *