October 23, 2025
Home » ମାୟାବର୍ହା ହାଇସ୍କୁଲଠାରେ “ଶାନ୍ତି ପାଇଁ ଗଛ ଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ

ମାୟାବର୍ହା ହାଇସ୍କୁଲଠାରେ “ଶାନ୍ତି ପାଇଁ ଗଛ ଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2025-09-21 at 2.54.06 PM

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହ୍l ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ବରେ ଆନ୍ତର୍ଜାତୀୟ ଶାନ୍ତି ଦିବସ ଅବସରରେ “ଶାନ୍ତି ପାଇଁ ଦିନ ଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କାଉଟ୍ ଜିଲ୍ଲା ତାଲିମ କମିଶନର ତଥା ମେସେଞ୍ଜର ଅଫ ପିସ ସଂଯୋଜକ ଦୀନବନ୍ଧୁ ପ୍ରଧାନ ଏହି ଅବସରରେ ଅନୁଷ୍ଠିତ ସଭାକୁ ସଂଯୋଜନା କରିବା ସହ ବିଶ୍ଵ ଶାନ୍ତି ପାଇଁ ସ୍କାଉଟ ଓ ଗାଇଡ ମାନଙ୍କ ଭୂମିକା ପ୍ରଶଂସନୀୟ ବୋଲି ମତ ବ୍ୟକ୍ତ କରିଥିଲେ। ଏହି ଅବସରରେ ଶିକ୍ଷକ ରାଜୁ ମେହେର ଓ କିରଣ କୁମାର ପଟେଲ ଙ୍କ ନେତୃତ୍ୱ ରେ ସ୍କାଉଟ ମାନେ ଖେଳ ପଡିଆ ନିକଟରେ ବୃକ୍ଷ ରୋପଣ କରିଥିଲେ। ବୃକ୍ଷ ରୋପଣରେ ସ୍କାଉଟ ମାନଙ୍କ ମଧ୍ୟରୁ ବିକାଶ,ଶ୍ରୀତମ,ଆୟୁଷ, ଅମିତ୍, ଗୋବର୍ଦ୍ଧନ, ଅଙ୍କେଟ, ଆଦିତ୍ୟ ଭାଗ ନେଇଥିଲେ । ସ୍କାଉଟ ମାଷ୍ଟର ଚିନ୍ମୟ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ ସହ ଶାନ୍ତି ଶୁଖି ଜୀବନ ଯାପନ ପାଇଁ ଆବଶ୍ୟକ ବୋଲି ମତ ପ୍ରଦାନ୍ କରିଥିଲେ। କାର୍ଯ୍ୟକ୍ରମରେ, ବିଭୀଷଣ ଖମାରୀ, ସୁରଜ୍ ଖମାରୀ , ସମୀର କାଠର, ପୂର୍ବତନ ସ୍କାଉଟ ସମୀର ପ୍ରଧାନ ପ୍ରଭୁତି ସହଯୋଗ କରିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *