ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ ପ୍ରାଥମିକ ଚିକିତ୍ସା ଦିବସ ପାଳିତ
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହ୍।ଠାରେ ଅନୁଷ୍ଠିତ ପ୍ରାଥମିକ ଚିକିତ୍ସା ଦିବସ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଜୁନିଅର ରେଡକ୍ରସ ଦ୍ଵାରା ସ୍ଵୀକୃତିପ୍ରାପ୍ତ ପ୍ରାଥମିକ ଚିକିତ୍ସା ଅଧ୍ୟାପକ ଡ. ରବିଚନ୍ଦ୍ର ପଶାୟତ ସଭାପତିତ୍ବ କରିଥିଲେ ଓ ପ୍ରାଥମିକ ଚିକିତ୍ସା ବିଷୟରେ ଆଲୋଚନା କରିବା ସହ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ । ବିଜ୍ଞାନ ଶିକ୍ଷକ ତଥା ତାଲିମ ପ୍ରାପ୍ତ ପ୍ରାଥମିକ ଚିକିତ୍ସକ ଦୀନବନ୍ଧୁ ପ୍ରଧାନ ସଭାକୁ ସଂଯୋଜନା କରିବା ସହ ବେଣ୍ଡଜ ବାନ୍ଧିବା କୌଶଳ ତଥା ରୋଗୀ ପରିବହନ କୌଶଳ ପ୍ରଦର୍ଶନ କରିଥିଲେ। ସଭାରେ ସଂସ୍କୃତ ଶିକ୍ଷକ ତଥା ଜୁନିଅର ରେଡକ୍ରସ କାଉନସିଲର ରାଜୁ ମେହେର ଓ ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ରୋଗୀ ପରିବହନ, ଆରାମ ଦାୟକ ଅବସ୍ଥା ବିଷୟରେ ଶିକ୍ଷାଦାନ କରିବା ସହ କୌଶଳ ପ୍ରଦର୍ଶନ କରିଥିଲେ। ସମସ୍ତ ଛାତ୍ର ଛାତ୍ରୀଙ୍କ ସହ ଶିକ୍ଷକ ସମ୍ପଦ ଖମାରୀ , ମନୋଜ କୁମାର ପୂଜାରୀ, ନନ୍ଦିଘୋଷ ବାରିକ, ସ୍ନିଗ୍ଧା ପ୍ରଧାନ ଉପସ୍ଥିତ ରହି ପ୍ରାଥମିକ ଚିକିତ୍ସା ବିଷୟରେ ଶିକ୍ଷାଲାଭ କରିଥିଲେ। ଶିକ୍ଷକ କିରଣ କୁମାର ପଟେଲ ଏହି ଅବସରରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ପୂଜା, ଅନୁପମା ,ଅନ୍ତରା, କରିଷ୍ମା, ପ୍ରୀତି, ଶ୍ରିମୟୀ , ଆଭା, ଜାଗୃତି, ଆକାଶ, ଶ୍ରୀତମ, ଆଦିତ୍ୟ ସମେତ ଅନ୍ୟମାନେ ପ୍ରାଥମିକ ଚିକିତ୍ସା ଦିବସ ପାଳନ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ କରିଥିଲେ। କାର୍ଯ୍ୟକ୍ରମକୁ ମୀନକେତନ ଦାସ, ବିଭୀଷଣ ଖମାରୀ, ସୁରଜ୍ ଖମାରୀ , ସମୀର କାଠର, ସୋଭାଗିନି ସାହୁ, ସୂର୍ଯ୍ୟକାନ୍ତି କାଣ୍ଡ ପ୍ରଭୁତି ସହଯୋଗ କରିଥିଲେ ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
