March 22, 2026
Home » ମାୟାବର୍ହା ହାଇସ୍କୁଲରେ ମୀନକେତନ ଦାସଙ୍କ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ମାୟାବର୍ହା ହାଇସ୍କୁଲରେ ମୀନକେତନ ଦାସଙ୍କ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

0
WhatsApp Image 2026-03-01 at 5.24.06 PM

ସୁବର୍ଣ୍ଣପୁର— ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାର ପ୍ରଧାନ ଶିକ୍ଷକ ଡ, ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ବରେ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ମୀନକେତନ ଦାସଙ୍କ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ସଭାକୁ ସଂଯୋଜନା କରିବା ବେଳେ ଶିକ୍ଷକ ରାଜୁ ମେହେର ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ରାମପୁର ନୋଡାଲ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ କୁମୁଦ ଚରଣ ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ଦାସଙ୍କ କାର୍ଯ୍ୟକାଳର ସ୍ମୃତିକୁ ପାଥେୟ କରି ପରବର୍ତ୍ତୀ ଜୀବନ ଅତିବାହିତ କରିବାକୁ ଉଦବୋଧନ ଦେଇଥିଲେ
ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ମନୋଜ କୁମାର ପୂଜାରୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଭକ୍ତ ଭୋଇ ସମ୍ମନିତ ଅତିଥି ଭାବରେ ଯୋଗଦେଇ ଶ୍ରୀ ଦାସଙ୍କ ଦୀର୍ଘ ୪୨ ବର୍ଷର କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବେହେରାମାଲ୍ ହାଇସ୍କୁଲ ର ପୂର୍ବତନ ପ୍ରଧାନ ଶିକ୍ଷକ ଗୋପାଳ ସାହୁ, ବଡକର୍ଲେ ହାଇସ୍କୁଲର ପ୍ରଧାନ ଶିକ୍ଷକ ରମାକାନ୍ତ ପ୍ରଧାନ, କନ୍ଦା ଗାଡ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ବିଶ୍ଵାମିତ୍ର ବାରିକ, କମିଟି ସଦସ୍ୟ ଭୋଳନଥ ଛତାର , ପୂର୍ବତନ ଖେଳ ଶିକ୍ଷକ ପ୍ରହଲ୍ଲାଦ ଦାସ ମୋ ସ୍କୁଲ ଅଭିଯାନ ର ସଭାପତି ସତ୍ୟନାରାୟଣ ପ୍ରଧାନ, ସଦସ୍ୟ ସମ୍ପଦ ଘିବିଲା, ସୁନିଲ ପ୍ରଧାନ, କିରଣ କୁମାର ପଟେଲ, ଲିପି ପ୍ରଧାନ, ତପସ୍ୱିନୀ ଦାସ, ବହାଦୂଲ୍ ଭୋଇ, ପଦ୍ମିନୀ ଦାସ ପ୍ରଭୁତି ଯୋଗଦାନ କରିଥିଲେ। ଛାତ୍ରୀ ଶ୍ରିମୟୀ ସେଠ୍, ଜାଗୃତି ସେଠ୍, ପ୍ରୀତି ପ୍ରଧାନ ଓ ଡିପ୍ତିଶିଖା ବାଗ, ସ୍ବାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ଆଭା ସାହୁ, ପ୍ରୀତି ପ୍ରଧାନ ଆକାଶ ସାହୁ, ବିକାଶ ସାହୁ ପ୍ରଭୁତି ଶ୍ରୀ ଦାସଙ୍କ ଗୁଣଗାନ କରିଥିଲେ। ଶେଷରେ ଛାତ୍ର ଛାତ୍ରୀ, ଶିକ୍ଷକ, ମାଆ ତାରିଣୀ ସ୍ଵୟଂସହାୟକ ଗୋଷ୍ଠୀ ର ସଦସ୍ୟା ଓ ଗ୍ରାମବାସୀ ବିଦାୟୀ କର୍ମଚାରୀଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ତାଙ୍କ ପୈତୃକ ଗ୍ରାମ ଖଲିଆପାଲି କୁ ବିଦାୟ ଦେଇଥିଲେ। ଶିକ୍ଷକ ନନ୍ଦିଘୋଷ ବାରିକ ମାନପତ୍ର ପାଠ କରିଥିବା ବେଳେ ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଞ୍ଜୀବ ପୂଜାରୀ,ବିଭୀଷଣ ଖମାରୀ,କିଶୋର ଚନ୍ଦ୍ର ପଟେଲ୍,ସମୀର କଠ।ର, ସୁରଜ୍ ଖମାରୀ, ସୋଭାଗିନି ସାହୁ,ସୂର୍ଯ୍ୟକନ୍ତୀ କାଣ୍ଡ ପ୍ରଭୁତି ସହଯୋଗ କରିଥିଲେ ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *