October 23, 2025
Home » ମାୟାବର୍ହା ହାଇସ୍କୁଲରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ।

ମାୟାବର୍ହା ହାଇସ୍କୁଲରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ।

0
WhatsApp Image 2025-09-16 at 9.12.34 AM

ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହ୍।ଠାରେ ପ୍ରଧାନଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ବରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ବିଜ୍ଞାନ ଶିକ୍ଷକ ତଥା ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ସଭାକୁ ସଂଯୋଜନା କରିଥିଲେ। ସଭାରେ ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ ସ୍ବାଗତ ଭାଷଣ ପ୍ରଦାନ କରିବା ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ବାବୁପାଲିର ପୂର୍ବତନ ହିନ୍ଦୀ ଶିକ୍ଷକ ପଙ୍କଜ କୁମାର ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ହିନ୍ଦୀ କେବଳ ଆମ ଭାଷା ନୁହେଁ ଆମ ସଂସ୍କୃତି ବୋଲି ମତ ପ୍ରକାଶ କରିଥିଲେ। ବଦକର୍ଲେ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ହିନ୍ଦୀର ଇତିହାସ ବିଷୟ ରେ ତଥ୍ୟ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ସମ୍ପଦ ଖମାରୀ ହିନ୍ଦୀ କେବଳ ରାଷ୍ଟ୍ରୀୟ ଭାଷା ନୁହେଁ ଏହା ପ୍ରତ୍ୟେକ ଭାରତୀୟଙ୍କ ହୃଦ୍ ସ୍ପନ୍ଦନ ବୋଲି ମତ ବ୍ୟକ୍ତ କରିଥିଲେ। ଶିକ୍ଷକ ମନୋଜ କୁମାର ପୂଜାରୀ, ରାଜୁ ମେହେର, ସ୍ନିଗ୍ଧା ପ୍ରଧାନ , ନିକିତା ଦୀପ, କିରଣ କୁମାର ପଟେଲ ସଭାରେ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ଏହି ଅବସରରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ପୂଜାରାଣୀ ପ୍ରୀତି, ଆୟୁଶି, ମଞ୍ଜୁ, ଆକାଶ, ଶ୍ରୀତମ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଛାତ୍ରୀ ଶ୍ରିମୟୀ ଓ ଜାଗୃତି ସ୍ବାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ କାର୍ଯ୍ୟକ୍ରମକୁ ମୀନକେତନ ଦାସ, ବିଭୀଷଣ ଖମାରୀ, ସୁରଜ୍ ଖମାରୀ , ସମୀର କାଠର, ସୋଭାଗିନି ସାହୁ, ସୂର୍ଯ୍ୟକାନ୍ତି କାଣ୍ଡ ପ୍ରଭୁତି ସହଯୋଗ କରିଥିଲେ ।

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *