ମାୟାବର୍ହା ହାଇସ୍କୁଲର ବାର୍ଷିକ ଉତ୍ସବ ମାୟାମୁକ୍ତା ଆୟୋଜିତ
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୫-୨୬ “ମାୟାମୂକ୍ତା” ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ସୋନପୁର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର , ସ୍ଵତନ୍ତ୍ର ଅତିଥି ଭାବରେ ପୂର୍ବତନ ରାଜ୍ୟ ଜୁନିଅର ରେଡକ୍ରସ ଅଧିକାରୀ ଧର୍ମସିଂ ମିଶ୍ର, ମୁଖ୍ୟବକ୍ତା ଭାବରେ ବରଗଡ଼ ଆମ୍ବାଭୋନା ଅତିରିକ୍ତ ତହସିଲଦାର ପ୍ରଦୀପ କୁମାର ମେହେର, ସମ୍ମାନିତ ଅତିଥି ଭାବରେ ପୂର୍ବତନ ପ୍ରଧାନ ଶିକ୍ଷକ ବସନ୍ତ କୁମାର ହୋତା, ମାୟାବର୍ହା ହାଇସ୍କୁଲର ପ୍ରତିଷ୍ଠାତା ପ୍ରଧାନଶିକ୍ଷକ ଦୁର୍ଗା ପ୍ରସାଦ ସାହୁ ପ୍ରମୁଖ ଭବ୍ୟ ଉତ୍ସବରେ ଯୋଗଦେଇଥିଲେ। ପାଠ ପଢିବା ସହିତ ଖେଳ କୁଦ, ଜୀବନ କୌଶଳ ସବୁକୁ ଅନ୍ତରର ସହିତ ସମ୍ପାଦନ କଲେ ଭବିଷ୍ୟତ ଉଜ୍ଜଳମୟ ହେବ । ସଫଳତାର ଶିଢ଼ୀ ତୁମ ପାଇଁ ଖୋଲା ଅଛି । ନିଜ ସ୍କୁଲର ଗୌରବ ଆଣି ପାରିବ ବୋଲି ନିମନ୍ତ୍ରିତ ଅତିଥି ବୃନ୍ଦ ନିଜନିଜ ବକ୍ତବ୍ୟରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ମୁଖ୍ୟଅତିଥି ଶ୍ରୀମାନ ଘନଶ୍ୟାମ ଓ ମୁଖ୍ୟ ବକ୍ତା ପ୍ରଦୀପ ଉଭୟେ ବିଦ୍ୟାଳୟର ପୁରାତନ ଛାତ୍ର ହୋଇଥିବାରୁ ତାଙ୍କର ସ୍କୁଲରେ ପାଠ ପଢ଼ିବାର ଆବେଗଭରା ସ୍ମୃତିକୁ ଛାତ୍ରଛାତ୍ରୀଙ୍କୁ ଶୁଣାଇ ଥିଲେ। ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ ବାର୍ଷିକ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମକୁ ଖେଳ ଶିକ୍ଷକ ଚିନ୍ମୟ ଦାସ ସଂଯୋଜନା କରିଥିବା ବେଳେ ସଂସ୍କୃତ ଶିକ୍ଷକ ରାଜୁ ମେହେର ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଶିକ୍ଷା ପ୍ରତି ଅବଦାନ ଥିବା ବିଶିଷ୍ଟ ବ୍ୟକ୍ତିତ୍ୱ ସାହାରା ଟ୍ରଷ୍ଟର ପ୍ରଧାନ ଶିକ୍ଷକ ଗତିକୃଷ୍ଣ ମିଶ୍ର, ବିଶ୍ଵଭାରତୀ ଚିନ୍ତନ ଶିକ୍ଷା ନିକେତନର ପ୍ରଧାନଶିକ୍ଷକ ଅକ୍ଷୟ କୁମାର ସାହୁ, ବଲାଙ୍ଗୀର ମନଟେସୋରୀ ପବ୍ଲିକ ସ୍କୁଲର ପ୍ରିନ୍ସସିପାଲ ରବିଚନ୍ଦ୍ର ଉଡଗାତା, ରେଡକ୍ରସ କର୍ମୀ ତଥା ବ୍ଲଡ଼ ହିରୋ ରାମ ନାରାୟଣ ଦାଶ, ଆଗଲପୁର ହରଭଙ୍ଗା ସ୍କୁଲର ପ୍ରଧାନଶିକ୍ଷକ ତଥା ରେଡକ୍ରସ କର୍ମୀ ଦୁର୍ଯ୍ୟୋଧନ ପଶାୟତ, କୁମରକେଳି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷୀକେଶ ଚାନ୍ଦ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରୀ ପୂଜାରାଣୀ ଦୀପ ଓ ପ୍ରୀତି ପ୍ରଧାନ ନିଜ ନିଜ ଅନୁଭୂତି ପ୍ରଦାନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ପରିଚାଳନା କରିଥିଲେ। ଶିକ୍ଷକ ସମ୍ପଦ ଖମାରୀ ଧନ୍ୟବାଦ ପ୍ରଦାନ କରିଥିଲେ। ଆଲୁମିନା ସଦସ୍ୟ ମାମିନା ଭୋଇ ଓ ଛାତ୍ରୀ ଝରଣା ସାହୁ ପୁରସ୍କାର ବିତରଣର ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଭକ୍ତ ଭୋଇ,ବେଣୁଧର ଚୌଦୁରୀ,ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଗ୍ରାମବାସୀ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।ବିଶେଷ ଅତିଥିଭାବେ କଣ୍ଠଶିଳ୍ପୀ ବିଘ୍ନେଶି ବାରିକ ଓ କ୍ରିଷ୍ଣା ଯୋଗଦେଇ ସୁନ୍ଦର ସଙ୍ଗୀତ ପରିବେଷଣ କରିଥିଲେ।କାର୍ଯ୍ୟକ୍ରମରେ ମନୋଜ କୁମାର ପୁଝାରୀ,କିରଣ କୁମାର ପଟେଲ, ସ୍ନିଗ୍ଧା ପ୍ରଧାନ,ସଞ୍ଜୀବ ପୂଜାରୀ ମୀନକେତନ ଦାସ, ବିଭୀଷଣ ଖମାରୀ, ସମୀର କାଠର , ସୁରଜ୍ ଖମାରୀ ,ଶୋଭାଗିନି ସାହୁ, ପୂର୍ଣ୍ଣଚନ୍ଦ୍ର ପଣ୍ଡା ଓ ସୂର୍ଯ୍ୟକନ୍ତୀ କାଣ୍ଡ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ବାର୍ଷିକ ଖେଳ ଓ ସାଂସ୍କୃତିକ ପ୍ରତିଯୋଗିତାର ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ବୃନ୍ଦ ପୁରକୃତ କରିଥିଲେ। ସାନ୍ଧ୍ୟ ଅଧିବେଶନରେ ଛାତ୍ରିଛାତ୍ରୀ ମାନେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
