August 27, 2025
Home » ମାୟାବର୍ହା ହାଇସ୍କୁଲ ରେ ବଜ୍ର ପାତ ରୁ ସୁରକ୍ଷା ଓ ସାପ କାମୁଡା ର ପ୍ରତିକାର ସଚେତନତା କର୍ମଶାଳା

ମାୟାବର୍ହା ହାଇସ୍କୁଲ ରେ ବଜ୍ର ପାତ ରୁ ସୁରକ୍ଷା ଓ ସାପ କାମୁଡା ର ପ୍ରତିକାର ସଚେତନତା କର୍ମଶାଳା

0
WhatsApp Image 2025-08-19 at 1.44.34 PM

ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହ୍। ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ.ରବିଚନ୍ଦ୍ର ପଶାୟତଙ୍କ ମାର୍ଗଦର୍ଶନରେ ବିଦ୍ୟାଳୟରେ ବଜ୍ରପାତ ଓ ସାପ କାମୁଡାର ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସଭାରେ କନ୍ଦାଗାଡ ଉଚ୍ଚ ବିଦ୍ୟାଳୟର ପୂର୍ବତନ ସାମାଜିକ ବିଜ୍ଞାନ ଶିକ୍ଷକ ସମ୍ପଦ ଖମାରୀ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ବଜ୍ରପାତର କାରଣ, ନିବାରଣ ଓ ସତର୍କତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ବଜ୍ରପାତ ସତର୍କତାର ସୋପାନ ଗୁଡ଼ିକ ପ୍ରଦର୍ଶନ କରିଥିଲେ। ସଂସ୍କୃତ ଶିକ୍ଷକ ରାଜୁ ମେହେର ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ ସାପ କାମୁଡ଼ାର ସତର୍କତା ବିଷୟରେ ତଥ୍ୟ ପ୍ରଦାନ କରିଥିଲେ । ଆଜିକାର ସଭାରେ ନବମ ଶ୍ରେଣୀ ଛାତ୍ରୀ ଆଭା ସାହୁ ବଜ୍ରପାତ ସମ୍ବନ୍ଧୀୟ ସତର୍କତାର ସୋପାନ ପ୍ରଦର୍ଶନ କରିଥିବା ବେଳେ ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସଞ୍ଜୀବ ପୂଜାରୀ,କିରଣ କୁମାର ପଟେଲ, ସ୍ନିଗ୍ଧା ପ୍ରଧାନ, ମୀନକେତନ ଦାସ, ବିଭୀଷଣ ଖମାରୀ, ସୁରଜ୍ ଖମାରୀ , ସମୀର କଠାର ପ୍ରଭୁତି ସହଯୋଗ କରିଥିଲେ ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *