May 9, 2025
Home » ମାୟାବର୍ହା ହାଇସ୍କୁଲ ରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

ମାୟାବର୍ହା ହାଇସ୍କୁଲ ରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

0
WhatsApp Image 2024-09-14 at 11.31.08 AM

ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ରାସ୍ତା ଘାଟରେ ଦୁର୍ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିବା ସହିତ ତଦଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ମୂଲ୍ୟବାନ ଜୀବନ ଚାଲିଗଲେ ପରିବାର ଲୋକେ ଶୋକ ସନ୍ତପ୍ତ ରେ ସମୟ ବିତାଇଥାନ୍ତି। ଆର୍ଥିକ ଦିଗରେ ବିଶେଷ ଭାବରେ ପରିବାର ଲୋକେ କ୍ଷତିଗ୍ରସ୍ତ ହୋଇଥାନ୍ତି। ପ୍ରାଥମିକ ଶିକ୍ଷା ତଥା ଆବଶ୍ୟକ ସମୟରେ ଉପଯୁକ୍ତ ପ୍ରାଥମିକ ସେବା ଯୋଗାଇଦେବା ପ୍ରତ୍ୟେକ ନାଗରିକ ର କର୍ତ୍ତବ୍ୟ ହେବା ଉଚିତ୍। ଏକଥାକୁ ଦୃଷ୍ଟିରେ ରଖି ରାଜ୍ୟ ରେଡ କ୍ରସ ଙ୍କ ଆହ୍ବାନ କ୍ରମେ ଆଜି ସେପ୍ଟେମ୍ବର ଦ୍ୱିତୀୟ ଶନିବାର ରେ ମାୟାବର୍ହା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ପ୍ରାଥମିକ ଚିକିତ୍ସା ଅଧ୍ୟାପକ ରବିଚନ୍ଦ୍ର ପଶାୟତଙ୍କ ମାର୍ଗଦର୍ଶନ ତଥା ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ଙ୍କ ସଭାପତିତ୍ବରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଛାତ୍ରଛାତ୍ରୀ ମାନଙ୍କୁ ଡେମୋନଷ୍ଟ୍ରେସନ ମାଧ୍ୟମରେ ସ୍କାଉଟ ଓ ଗାଇଡ ସାଧନ କର୍ମୀ ଶ୍ରୀ ପ୍ରଧାନଙ୍କ ସହ ରକ୍ଷକ ସାଧନ କର୍ମୀ ସୁଶ୍ରୀ ତପସ୍ଵିନୀ ଦାସ, ଜୁନିଅର ରେଡକ୍ରସ ସାଧନ କର୍ମୀ ହୃଷୀକେଶ ଡାଙ୍ଗ ପ୍ରାଥମିକ ଚିକିତ୍ସା ର ଡି ଆର ଏ ବି ସି, ମୂର୍ଚ୍ଛା ,ସକ୍, ଚୋକିଂ,ବେଣ୍ଡଜ୍, ରିକୋଭାରି ପୋଜିସନ୍ ଭଳି ବିଭିନ୍ନ କୌଶଳ ବିଷୟରେ ତାଲିମ ଦେଇଥିଲେ । ଶିକ୍ଷକ, ଛାତ୍ରଛାତ୍ରୀ ଙ୍କ ଅଭିଭାବକ ମାନେ ସମସ୍ତେ ତାଲିମ ନେବା ସହିତ ଆଗାମୀ ଦିନରେ ଲୋକଙ୍କ ସେବା କରିବାକୁ ଆଗେଇ ଆସିବାକୁ ଅଙ୍ଗୀକାର ବଦ୍ଧ ହୋଇଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ମନୋଜ ପୂଜାରୀ,ନରେନ୍ଦ୍ର ସାହୁ, ନନ୍ଦିଘୋଷ ବାରିକ, ସଞ୍ଜୀବ ପୂଜାରୀ ,ବିଭୀଷଣ, ମିନିକେଟନ, ସୁରଜ୍ ସମୀର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ଶିକ୍ଷକ କିରଣ ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରକାଶ ଥାଉକି ଆଜି ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ତଥା ସୋନପୁର ଜେଆରସିଓ ରବିଚନ୍ଦ୍ର ପଶାୟତ ଙ୍କୁ ସମ୍ବର୍ଦ୍ଧିତ କରାଯାଉଥିବାରୁ ଅଞ୍ଚଳରେ ଖୁସିର ମାହୋଲ ରହିଛି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *