ମା ଭୈରବୀ ମହୋତ୍ସବ ରେ ଉଚ୍ଚ କୋଟିର ନ୍ୟୁତ୍ୟ ପରିବେଷଣ କରି ପୁରସ୍କୃତ ହେଲେ ଖରଶଙ୍କୁଳେଇ ସ୍କୁଲର କୁନି କଳାକାର
ସୁବର୍ଣ୍ଣପୁର —ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଠାରେ ଅନୁଷ୍ଠିତ ହୋଇଥିଲା ମା ଭୈରବୀ ମହୋତ୍ସବ l ଉକ୍ତ ମହୋତ୍ସବରେ ଜିଲ୍ଲା ଓ ଜିଲ୍ଲା ବାହାର କଲାକାର ଭାଗ ନେଇଥିବା ବେଳେ ଅଂଚଳର ସ୍କୁଲ ର ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ l ଏ ଅଞ୍ଚଳର କଳା, ସଂକୃତି ବିକାଶ ନିମନ୍ତେ ଏକ ଅନନ୍ୟ ମଞ୍ଚ ହୋଇଥିବା ବେଳେ କଳାକାର ମାନଙ୍କ ପାଇଁ ସୁଯୋଗ ଦେଇଥିବା ଏକ ଯୁଗାନ୍ତକାରୀ ପ୍ରୟାସ l ଆୟୋଜକ ମାନେ ଏପରି କାର୍ଯ୍ୟକ୍ରମରେ ସୁଯୋଗ ଦେଇଥିବାରୁ ବିଦ୍ୟାଳୟର ଶିକ୍ଷକ ଓ ଅବିଭାବକ ମାନେ ପ୍ରସଂଶା କରିବା ସହିତ ଆୟୋଜିତ ହେଉଥିଲା ଜିଲ୍ଲା ସ୍ତରୀୟ ପୁସ୍ତକ ମେଳା, କୃଷି ମେଳା ଓ ବୌଦ୍ଧ ମହୋତ୍ସବରେ ଉଚ୍ଚ କୋଟିର କଳା ପ୍ରଦର୍ଶନ କରୁଥିବା କଳାକାର ମାନଙ୍କୁ ସୁଯୋଗ ଦେବାକୁ ଜଣ ସାଧାରଣରେ ଦାବୀ ହେଉଛି l ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୀରେନ୍ଦ୍ର ମହାକୁଡ଼ ସହକାରୀ ଶିକ୍ଷକ ସତ୍ୟ ନାରାୟଣ ପ୍ରଧାନ,ସୁରେନ୍ଦ୍ର ମହାକୁଡ଼, ସିମାଞଳୀ ମହାକୁଡ଼, ସସ୍ମିତା ପାଣିଗ୍ରାହୀ ଓ ଅବିଭାବକ ମାନେ ସହଯୋଗ କରିଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
