July 2, 2025
Home » ମା’ ମଝିଘରିଆଣୀଙ୍କ ଚୈତ୍ର ପର୍ବ ୨୦୨୫ ପାଳନ ସକାଶେ ମନ୍ଦିର ପ୍ରାଙ୍ଗଣରେ ଶୁଭଖୁଣ୍ଟି ସ୍ଥାପନ

ମା’ ମଝିଘରିଆଣୀଙ୍କ ଚୈତ୍ର ପର୍ବ ୨୦୨୫ ପାଳନ ସକାଶେ ମନ୍ଦିର ପ୍ରାଙ୍ଗଣରେ ଶୁଭଖୁଣ୍ଟି ସ୍ଥାପନ

0
WhatsApp Image 2025-03-17 at 5.11.20 PM (1)

ପ୍ରତିବର୍ଷ ଭଳି ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଚୈତ୍ର ପର୍ବ ଚଳିତ ବର୍ଷ ୨୦୨୫ ଏପ୍ରିଲ୍ ୦୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଅବସରରେ ମନ୍ଦିର ପରିଚାଳନା କମିଟି ଦ୍ୱାରା ସୋମବାର ସକାଳେ ମା’ ମଝିଘରିଆଣୀଙ୍କ ମନ୍ଦିର ପ୍ରାଙ୍ଗଣରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏପ୍ରିଲ ମାସ ୦୮ରୁ ୧୨ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ଅନୁଷ୍ଠିତ ହେବାକୁ ଥିବା ମା’ଙ୍କ ପର୍ବ ଓ ଝାମୁଯାତ୍ରାରେ ସମସ୍ତ ପାରମ୍ପରିକ ପୂଜାବିଧି ମା’ଙ୍କ ଘଟପୂଜା ଓ ଯଜ୍ଞପୂଜା ଅନୁଷ୍ଠିତ ହେବ ।ମଣ୍ଡଳ ବିନ୍ୟାସ ୦୭/୦୪/୨୫ ତାରିଖରେ ହେବା ପରେ ଦୀକ୍ଷା ଗ୍ରହଣ ଓ ସଂଧ୍ୟାରେ ସମୟରେ ଝଞ୍ଜାଜାବତୀ ନଦୀରୁ ଜଳଯାତ୍ରା କରାଯାଇ ଅଙ୍କୁରାରୋପଣ ପ୍ରାରମ୍ଭ ହେବ । ମା’ଙ୍କ ଘଟ ଉକ୍ତ ପାଞ୍ଚ ଦିନ ସଂଧ୍ୟା ସମୟରେ ନଗର ପରିକ୍ରମା ହେବ । ଅନ୍ତିମ ଦିବସରେ ଝାମୁ ଅଗ୍ନିପୂଜା ପରେ ପୂଜକ କଣ୍ଟା ଦୋଳିରେ ଝୁଲଣ ଏବଂ ଅଗ୍ନିରେ ଚାଲିଵେ । ତାପରେ ପୂର୍ଣ୍ଣାହୁତି ସହ ଚରୁ ବିତରଣ କରାଯିବ ।

ଉକ୍ତ ପାଞ୍ଚଦିନ ପଣ୍ଡିତମାନଙ୍କ ଦ୍ଵାରା ସମସ୍ତ ପ୍ରକାର ରୀତିନୀତି ଅନୁସାରେ ସକାଳ ସାଳ ପୂଜା ଓ ସୂର୍ଯ୍ୟ ପୂଜା, ହୋମ ଓ ଚଣ୍ଡୀପାଠ କରିବେ।ପାଞ୍ଚଦିନ ମାଁ ସୁନାବେଶରେ‌ ଭକ୍ତ ମାନଙ୍କୁ ଦର୍ଶନ ଦେବେ ।‌ ଏଥି ସହ ଉତ୍ସବକୁ ଧୁମଧାମରେ ପାଳନ କରିବାକୁ ନିଷ୍ପତି ହୋଇଛି । ଆସନ୍ତା ମାସ ଏପ୍ରିଲରେ ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ମାଆଙ୍କ ଦର୍ଶନ ସକାଶେ ଓଡ଼ିଶା ତଥା ଆଖପାଖ ରାଜ୍ୟ ଅନ୍ଧ୍ରପ୍ରଦେଶ, ଛତିଶଗଡ଼ ଭଳି ରାଜ୍ୟରୁ ହଜାର ହଜାର ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ସମାଗମ ହେବା ସହ ଦର୍ଶନ ମା’ଙ୍କ ଆଶୀର୍ବାଦ ଓ କୃପାଲାଭ ଗ୍ରହଣ କରିବେ । ଆସୁଥିବା ଲକ୍ଷାଧିକ ଭକ୍ତଙ୍କ ଶୃଙ୍ଖଳିତ ଭାବେ ଦର୍ଶନ କରିବା ପାଇଁ ପୋଲିସ ମୁତୟନ କରାଯିବା ସହ ଭକ୍ତଙ୍କ ସକାଶେ ଦୈନନ୍ଦିନ ଭକ୍ତ ପ୍ରସାଦ ସେବନର ବ୍ୟବସ୍ଥା,ରହିବା ପାଇଁ ଆଶ୍ରୟସ୍ଥଳୀ ,ପାନୀୟ ଜଳ ଯୋଗାଣର ବ୍ୟବସ୍ଥା, ଅନ୍ନପ୍ରସାଦ ବଣ୍ଟନର ବ୍ୟବସ୍ଥା ଇତ୍ୟାଦିର ସୁବିଧା କରାଯିବ ବୋଲି ପରିଚାଳନା କମିଟିର ଅଧ୍ୟକ୍ଷ ରାୟସିଙ୍ଗ ବିଡିକା କହିଛନ୍ତି ।
ରିପୋର୍ଟ:ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *