ମା ମହୁରୀ ଗଡ଼ କାଲୁଆ ଙ୍କ ଜଳ ଯାତ୍ରା ଅନୁଷ୍ଠିତ

ବ୍ରହ୍ମପୁର : ଟାମଣା କଙ୍କିଆ ରେ ଅବସ୍ଥିତ ମା ମହୁରୀ ଗଡ଼ କାଳୁଆ ଙ୍କ ନୂତନ ପାର୍ଶ୍ଵ ମନ୍ଦିର ଓ ମା ଙ୍କ ନବନିର୍ମାଣ ମନ୍ଦିର ପ୍ରତିଷ୍ଠା ଅବସରରେ ଆଜି ସକାଳେ ଜଳ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଘଟେକଶ୍ୱେର ମନ୍ଦିର ଠାରେ ପୂଜାର୍ଚନା ସହ ହଜାର ହଜାର ମହିଳା ଜଳ କଳସ ଧାରୀ ମାନେ ମାଙ୍କ ମନ୍ଦିର ରେ ପହଞ୍ଚିଥିଲେ l ପୂଜା ଅର୍ଚ୍ଚନା ଓ ଶଙ୍ଖ ଧ୍ୱନି ହୁଳହୁଳି ରେ ଅଞ୍ଚଳ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା l ପ୍ରତିଷ୍ଠା କମିଟି ଓ ସ୍ଥାନୀୟ ଗ୍ରାମବାସୀ ଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳା ସହ କଳସ ଯାତ୍ରା ସମ୍ପୃନ ସହ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରଭ ହୋଇଥିଲା l ଆଜିଠାରୁ ପାଞ୍ଚ ଦିନ ଧରି ପୂଜା ଅର୍ଚନା, ହୋମ ଯଂଜ୍ଞ ନାମ ସଂକୀର୍ତନ, ପ୍ରସାଦ ସେବନ ସହ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି l ବହୁ ସଂଖ୍ୟା ରେ ଭକ୍ତବୃନ୍ଦ ଯୋଗଦେଇ ମାଙ୍କ ଆଶ୍ରିବାଦ ନେବା ନିମନ୍ତେ କମିଟି ପକ୍ଷରୁ ଅନୁରୋଧ କରାଯାଇଛି l
ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )