February 5, 2025
Home » ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ

0

ରାମନାଗୁଡା:-୦୫-୦୨-୨୦୨୫- ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ କରକମଳରେ ରାଜ୍ୟ ସ୍ତରୀୟ ବିକଶିତ ଗାଁ ବିକଶିତ ଓଡ଼ିଶା ସମୃଦ୍ଧ ଓଡିଶାର ନୂତନ ପରିଭାଷା କାର୍ଯ୍ୟକ୍ରମ ଖୋର୍ଦ୍ଧା ଜିଲ୍ଲା ସ୍ଥିତ ଜଙ୍କିଆ ମିନି ଷ୍ଟାଡିୟମ ଠାରେ ଉପସ୍ଥିତ ରହି ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ମାନ୍ୟବର ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାଏକ, ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀରାଣୀ ଗୁମନସିଂ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଯୋଗଦେବ, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଲ ରାଣାଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ସେହିପରି ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ସଦର ମହକୁମା ନିକଟରେ ଥିବା ମିନି ଷ୍ଟାଡିୟମରେ ଓଡ଼ିଶା ସରକାରଙ୍କ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଆଭାସୀ ମାଧ୍ୟମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ, ଉପା ଅଧ୍ୟକ୍ଷା ଜାନକୀ ନିମାଲା,ରାମନାଗୁଡା ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ,ଅତିରିକ୍ତ ତହସିଲଦାର ଡମ୍ବୁରୁ ଗୟାଧର ବେହେରା ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଏ ସାନମୁଖା ପାତ୍ର,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁସ୍ମିତା ରଥ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଅଞ୍ଜଳି ମହାପାତ୍ର ଭାରପ୍ରାପ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଥୋମାସ ତାଣ୍ଡାସି,ଓଡ଼ିଶା ଜୀବିକା ମିଶନ ଭାରପ୍ରାପ୍ତ ବିପିଏମ ସନ୍ତୋଷ କୁମାର ରତ୍ନାଲୁ ପ୍ରମୁଖ ଉପସ୍ଥିତ ଥିଲେ।ରାଜ୍ୟ ସରକାରଙ୍କ ଆଗାମୀ ପାଞ୍ଚ ବର୍ଷ ପାଇଁ ଯେଉଁ ସବୁ ସ୍ୱପ୍ନ ଦେଖିଛନ୍ତି ତାହା ବାସ୍ତବରେ ପୂରଣ ହେବାକୁ ଯାଉଛି ।

ମୌଳିକ ଭିତ୍ତିଭୂମି ବିକାଶ ସହ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ କରବା, ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ବସବାସ କରୁଥିବା ଅଞ୍ଚଳ ମାନଙ୍କରେ ଆଭ୍ୟନ୍ତରୀଣ ଓ ଆଂନ୍ତ ଗ୍ରାମ୍ୟ ସଡ଼କ ସଂଯୋଗୀକରଣ ସହ କ୍ଷୁଦ୍ର ପର୍ଯ୍ୟଟନ ସ୍ଥଳୀ ର ବିକାଶ ଏବଂ ଉନ୍ନତିକରଣ କରିବା।ଶିକ୍ଷା ଓ କ୍ରୀଡା କ୍ଷେତ୍ରରେ ଭିତ୍ତିଭୂମିର ସମ୍ପ୍ରସାରଣ ବ,ଆଧୁନିକୀକରଣ, ନୂତନ ଅଭିନବ ଜନମଙ୍ଗଳକାରୀ ବହୁମୁଖୀ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଓ କାର୍ଯ୍ୟନ୍ଵୟନ ଭଳି ପ୍ରକଳ୍ପ ଗୁଡ଼ିକ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ପାଞ୍ଚ ବର୍ଷ ପାଇଁ ପାଞ୍ଚ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ।ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ,ଏମବିକେ, ସିଆରପି ,ଇସି ସଦସ୍ୟ,ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ମାନେ ଯୋଗ ଦେଇଥିଲେ।

ରାମନାଗୁଡା ରୁ ନରସିଂହ ପରିଛା ଙ୍କ ରିପୋର୍ଟ ଇପିଏ ଉଇକ୍କି ଖବର।

Leave a Reply

Your email address will not be published. Required fields are marked *