July 1, 2025
Home » ମୁଖ୍ୟମନ୍ତ୍ରୀ ଙ୍କ ବୌଦ୍ଧ ଜିଲ୍ଲା ଗସ୍ତ ଓ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା l

ମୁଖ୍ୟମନ୍ତ୍ରୀ ଙ୍କ ବୌଦ୍ଧ ଜିଲ୍ଲା ଗସ୍ତ ଓ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା l

0
WhatsApp Image 2025-05-18 at 5.02.18 PM

ସୁବର୍ଣ୍ଣପୁର —ବୌଦ୍ଧ ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟ ସହ ଜିଲ୍ଲା ପାଇଁ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟ କିଭଳି ସୁଚାରୁ ରୂପେ କରାଯିବ ସେନେଇ ଆଲୋଚନା କରାଯାଇଛି । ସରକାରଙ୍କ ଗୋଟିଏ ବର୍ଷ ପୂର୍ତ୍ତି ପାଳନ ପାଇଁ ଲୋକଙ୍କ ପାଇଁ କରିଥିବା କାମକୁ ତ୍ବରାନ୍ବିତ କରିବାକୁ ମୂଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହିତ କନ୍ଧମାଳ ଲୋକସଭା ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗଙ୍କ ସହ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଆରକ୍ଷୀ ଅଧିକ୍ଷକ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ନିଜ ନିଜ ବିଭାଗର କାର୍ଯ୍ୟକ୍ରମକୁ ନେଇ ଅବଗତ କରିଛନ୍ତି । କାର୍ଯ୍ୟ ବିଳମ୍ବ ହେଲେ କଡା ଏକ୍ସନ୍, ସୁଭଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍ ଅଛି । ପିଇବା ପାଣି ସମସ୍ୟା ଦୂର ହେଉନାହିଁ ତାର ସମସ୍ୟା ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି l ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଲୋଚନା ଚାଲିଥିବାବେଳେ ପ୍ରଥମ ଗସ୍ତରେ ପ୍ରଥମ ସମୀକ୍ଷା ବୈଠକକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାରେ ଟ୍ରିପଲ୍ ଇଞ୍ଜିନ ଚାଲିଛି l ବୌଦ୍ଧ ଜିଲ୍ଲାକୁ ଏକ ନମ୍ବର ଜିଲ୍ଲା କରିବା ପାଇଁ ଓ ସଡକ ପଥ ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି ବୈଠକ ରୁ ସୂଚନା ମିଳିଛି l ପୋଲ ନିର୍ମାଣ ଲାଗି ମଧ୍ୟ ଆଲୋଚନା ହୋଇଛି l ସମସ୍ତଙ୍କୁ ଘର ମିଳିବ ଓ ପିଇବା ପାଣି, କୃଷି ପାଇଁ ବୌଦ୍ଧ ଜିଲ୍ଲାରେ ଆଗମୀ ଦିନରେ ଏକ ନମ୍ବର ଜିଲ୍ଲା କରିବା ପାଇଁ ପ୍ରଚେଷ୍ଟା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *