October 23, 2025
Home » ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର-୨୦୨୪ର ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ସମାରୋହ

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର-୨୦୨୪ର ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ସମାରୋହ

0
WhatsApp Image 2025-09-05 at 5.32.36 PM

 

ଜିଲ୍ଲାରେ ୨୫ ଜଣ ଶ୍ରେଷ୍ଠ ଶିକ୍ଷକଙ୍କୁ ୨୫ ହଜାର ପୁରସ୍କାର ରାଶି ସହ ସମ୍ମାନିତ

ରାୟଗଡ଼ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ( ଭାପ୍ରସେ)ଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର-୨୦୨୪ ଅନ୍ତର୍ଗତ ଶିକ୍ଷକ ପୁରସ୍କାର ବିଜେତାମାନଙ୍କର ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ସମାରୋହ ୫ ସେପ୍ଟେମ୍ବର ୨୦୨୫ ଦିନ ୧୨.୩୦ ସମୟରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ସମାରୋହରେ ହାଇସ୍କୁଲ୍ ସ୍ତରୀୟ ୧୪,ପ୍ରାଥମିକ ବିଦ୍ୟାଳୟ ସ୍ତରରେ ୧୦, ସିଆରସି ୦୧ ମୋଟ ୨୫ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର-୨୦୨୪ ମଞ୍ଚଷିନ ଥିବା ଅତିଥିଙ୍କ ନିକଟରୁ ମାନପତ୍ର ଓ ସିଲ ଗ୍ରହଣ କରିଥିଲେ।ଏଥିସହ ସମ୍ଭର୍ଡିତ ଜିଲ୍ଲାସ୍ତରୀୟ ୨୫ ଜଣ ଶିକ୍ଷକଙ୍କୁ ପୁରସ୍କାର ରାଶି ବାବଦକୁ ପଚିଶି ହଜାର ଟଙ୍କା ସିଧାସଳଖ ତାଙ୍କ ବ୍ୟାଙ୍କ୍ ଖାତାକୁ ଚାଲିଯିବ। ଉକ୍ତ ୨୫ ଶ୍ରେଷ୍ଠ ଶିକ୍ଷକଙ୍କ ମଧ୍ୟରୁ ୧୪ ଜଣ ଓଡ଼ିଆ,ଇଂରାଜୀ,ହିନ୍ଦୀ/ସଂସ୍କୃତ,ସାଧାରଣ ବିଜ୍ଞାନ,ସାମାଜିକ ବିଜ୍ଞାନ, ପିଇଟି ବିଷୟରେ ଉଲ୍ଲେଖନୀୟ ଶିକ୍ଷା ପ୍ରଦାନ ପାଇଁ ମନୋନୀତ ହୋଇ ପୁରସ୍କୃତ ହୋଇଛନ୍ତି ।

 

ଏହି ଅବସରରେ ମୁଖ୍ୟ ଅତିଥି ଜିଲ୍ଲାପାଳ ସମସ୍ତ ସମ୍ଭର୍ଡିତ ଶିକ୍ଷକଙ୍କୁ ଶୁଭେଶ୍ଚା ଜଣାଇ ତାଙ୍କ ସମ୍ଭାଷୋଣରେ ଉକ୍ତ ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧତ ସମସ୍ତ ଶିକ୍ଷକଙ୍କୁ ଜିଲ୍ଲାରେ ବିଦ୍ୟାର୍ଥୀ ମାନଙ୍କୁ ମୁଖ୍ୟସ୍ରୋତରେ ଆଣିବାକୁ ହେଲେ ଜଣେ ଉତ୍ତମ ଶିକ୍ଷକଙ୍କର ଗୁରୁ ଦାୟିତ୍ବ ରହିଛି,ତେଣୁ ଶିକ୍ଷା କ୍ଷେତ୍ରରେ ଉନ୍ନତିମୂଳକ ଶିକ୍ଷାଦାନ ପାଇଁ ମାର୍ଗଦର୍ଶନ ଦେବା ସହ ସମ୍ମାନୀତ ସମସ୍ତ ଶିକ୍ଷକ ଅନ୍ୟ ମାନଙ୍କ ପାଇଁ ପ୍ରେରିତ ହୋଇ ଉଚିତ୍ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଆଗେଇବେ ଯାହା କି ଜିଲ୍ଲା ପ୍ରଶାସନର ହତମୁଠୀକୁ ଦୃଢୀଭୂତ କରିବ ବୋଲି ଶ୍ରୀ କୁଲକର୍ଣି କହିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମଝି, ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ ,ଜିଲ୍ଲା ମଙ୍ଗଳ ଅଧିକାରୀ ଅସ୍ମିତା ରାଓ,ବିଷମକଟକ ଡିଆଇଇଟି ପ୍ରିନ୍ସିପଲ୍ ଜଗନ୍ନାଥ ମେହେର, ଏଡିଇଓ ଭାଜନଲାଲ ମାଝୀ ମଞ୍ଚାସିନ ଥିଲେ ।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *