December 21, 2025
Home » ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪ ପାଇଲେ ୩୬ ଜଣ ଶିକ୍ଷକ

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪ ପାଇଲେ ୩୬ ଜଣ ଶିକ୍ଷକ

0
WhatsApp Image 2025-09-05 at 11.57.16 PM

 

ଜିଲ୍ଲା ସ୍ତରୀୟ ଗୁରୁଦିବସ ୨୦୨୫ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪ ଅନ୍ତର୍ଗତ ପୁରସ୍କାର ବିଜେତାଙ୍କୁ ମାନ୍ୟବର କଲେକ୍ଟର ଏବଂ ଜିଲ୍ଲା ମାଜିଷ୍ଟ୍ରେଟ, କୋରାପୁଟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପୁରସ୍କାରପ୍ରାପ୍ତ ଭାବରେ ମନୋନୀତ ୨୧ ଜଣ ହାଇସ୍କୁଲ ଶିକ୍ଷକ,୧୩ ଜଣ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ୦୨ ଜଣ ସିଆରସିସି ୩୬ ଜଣ ଶିକ୍ଷକଙ୍କୁ ମୁଖ୍ୟ ଅତିଥି,ସମ୍ମାନିତ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଶିକ୍ଷକମାନଙ୍କୁ ପୁରସ୍କୃତ କରିବା ସମୟରେ ମାନପତ୍ର ସହ ସିଲ ପ୍ରଦାନ କରାଯାଇଥିଲା ଏଥି ସହ ସମସ୍ତଙ୍କ ବ୍ୟାଙ୍କ୍ ଖାତାକୁ ସିଧାସଳଖ ଭାବେ ପୁରସ୍କାର ରାଶି ବାବଦକୁ ୨୫ ହଜାର ଟଙ୍କା ଯିବ। ମୁଖ୍ୟତଃ ଓଡ଼ିଆ, ଇଂରାଜୀ ,ହିନ୍ଦୀ/ସଂସ୍କୃତ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ, ପିଇଟି ବିଷୟରେ ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଶିକ୍ଷା ପଦ୍ଧତି ପ୍ରଦାନ କାର୍ଯ୍ୟ ପାଇଁ କରିଥିବା ଶିକ୍ଷକମାନଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ମାନିତ କରାଯାଇ ପୁରସ୍କୃତ କରାଯାଇଥିଲା। କୋରାପୁଟର ସଦଭାବନା ସଭା ଗୃହରେ ୫ ସେପ୍ଟେମ୍ବର,୨୦୨୫ ତାରିଖ ସକାଳ ୧୦ ଟାରେ ମାନ୍ୟବର କଲେକ୍ଟର ଏବଂ ଜିଲ୍ଲା ମାଜିଷ୍ଟ୍ରେଟ, କୋରାପୁଟଙ୍କ ଅଧ୍ୟକ୍ଷତାରେ ଉକ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ପରେ ପରେ ମାନ୍ୟବର କୋରାପୁଟ ଜିଲ୍ଲାପାଲ ମନୋଜ ସତ୍ୟଭାନ ମହାଜନ , କୋରାପୁଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅବସରରେ ନିଷ୍ପତ୍ତି ଅନୁଯାୟୀ ୨୦ ଜଣ ଅବସରପ୍ରାପ୍ତ ବିଇଓ, ଏଚ୍ଏମଏସ୍ ଏବଂ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ,କୋରାପୁଟ ବିଧାୟକ,ଲକ୍ଷ୍ମୀପୁର ବିଧାୟକ,ଜିଲ୍ଲା ଶିକ୍ଷା ଅଧିକାରୀ,ଜିଲ୍ଲା ମଙ୍ଗଳ ଅଧିକାରୀ, ଡିଆଇଇଟି ର ପ୍ରିନ୍ସିପଲ୍ ସମେତ ଅନ୍ୟାନ୍ୟ ଅଧିକାରୀ , କର୍ମଚାରୀ ଯୋଗଦାନ କରିଥିଲେ।

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *