February 10, 2026
Home » ମୁଖ୍ୟ ପ୍ରଶାସକ ଙ୍କ ରଥ ନିର୍ମାଣ କାର୍ଯ୍ୟ ସମୀକ୍ଷା

ମୁଖ୍ୟ ପ୍ରଶାସକ ଙ୍କ ରଥ ନିର୍ମାଣ କାର୍ଯ୍ୟ ସମୀକ୍ଷା

0
WhatsApp Image 2025-05-10 at 11.08.23 AM (1)

ରଥ ଖଳା ଠାରେ ରଥ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି ମୁଖ୍ୟ ପ୍ରଶାସକ। ରଥଖଳା ପରିଦର୍ଶନରେ ଯାଇ ରଥ ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ତିନିରଥ ମୁଖ୍ୟ ମହାରଣା ମାନଙ୍କ ସହ ଆଲୋଚନା କରି ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି l

ମୁଖ୍ୟ ପ୍ରଶାସକ, ନିର୍ମାଣ ସମୀକ୍ଷା ସମୟରେ ସେଠାରେ ଉପସ୍ଥିତ ଥିବା ଶ୍ରୀମନ୍ଦିର ବରିଷ୍ଠ ଅଧିକାରୀ ମାନଙ୍କୁ ଉତ୍ସର୍ଗିକୃତ ମନୋଭାବ ନେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି l

ପରେ ଦୋଳବେଦୀ ଅସ୍ଥାୟୀ କମାର ଶାଳକୁ ଯାଇ ଓଝା କମାର ସେବକ ମାନଙ୍କ ରଥ ନିର୍ମାଣ କାର୍ଯ୍ୟରେ ଲୁହା ସରଞ୍ଜାମ ପ୍ରସ୍ତୁତି ସମ୍ପର୍କରେ ବୁଝି ଥିଲେ l ଆଜି ସକାଳେ, ଶ୍ରୀଗୁଣ୍ଡିଚା ମନ୍ଦିର ନୂତନ ସୂଚନା କେନ୍ଦ୍ର ଓ ପାରିପାର୍ଶ୍ବିକ ଉନ୍ନୟନ ପ୍ରକଳ୍ପ, ନୀଳାଦ୍ରୀ ଭକ୍ତନିବାସ ପଛପାଖ ଜମିର ଊନ୍ନତିକରଣ, ଶ୍ରୀମନ୍ଦିର ନୀଳାଚଳ ଉପବନ କାର୍ଯ୍ୟ ତଥା ଊତ୍ତର ଦ୍ବାରରେ ଭିନ୍ନକ୍ଷମ ଓ ବୟସ୍କ ଭକ୍ତ ଓ ଶ୍ରଦ୍ଧାଳୁଂକ ସୁବିଧା ପାଇଁ ଉଦ୍ଦିଷ୍ଟ ରାମ୍ପ୍ ବ୍ଯବସ୍ଥାର ସମୀକ୍ଷା କରିଛନ୍ତି ମୁଖ୍ୟ ପ୍ରଶାସକ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *