November 13, 2025
Home » ମୁମ୍ବାଇ ରେ ନୂଆଁଖାଇ ଭେଟଘାଟ।

ମୁମ୍ବାଇ ରେ ନୂଆଁଖାଇ ଭେଟଘାଟ।

0
WhatsApp Image 2025-09-08 at 12.51.01 PM

ପଶ୍ଚିମ ଓଡ଼ିଶାର କଳା ସଂସ୍କୃତି ରେ ଝୁମିଲେ ଦର୍ଶକ …

ପଶ୍ଚିମ ଓଡ଼ିଶା ପରିବାର ପକ୍ଷରୁ ଗତ ରବିବାର ଦିନ ମହାରାଷ୍ଟ୍ର ରାଜ୍ୟ ମୁମ୍ବାଇ ର ଦାଦର ସ୍ଥିତ ବୀର ସାବରକର ପ୍ରେକ୍ଷାଳୟରେ ନୂଆଁଖାଇ ଭେଟଘାଟ ଧୁମଧାମ ରେ ପାଳନ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଆୟକର ବିଭାଗର ମୁଖ୍ୟ କମିଶନର ହେମନ୍ତ ଜବାହାରଲାଲ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ସିଣ୍ଡିକେଟ ବ୍ୟାଙ୍କ ର ପୂର୍ବତନ ଏମ ଡି ମୃତ୍ୟୁଞ୍ଜୟ ମହାପାତ୍ର ଓମୁମ୍ବାଇ ଆୟକର ବିଭାଗର ଯୁଗ୍ମ କମିଶନର ସାରିକା ଜୈନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ଅବସରରେ ନୂଆଁଖାଇ ଭେଟଘାଟ ର ସ୍ମରଣିକା ‘ଜୁହାର ‘ ଉନ୍ମୋଚନ କରାଯାଇଥିଲା।ପରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପଦମପୁର ର କହର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମନମୋହକ ସମ୍ବଲପୁରୀ ନାଚ ଗୀତ ପରିବେଷଣ କରାଯାଇଥିଲା।ପଶ୍ଚିମ ଓଡ଼ିଶା ପରିବାର ର ସଦସ୍ୟ ମାନେ ସମ୍ବଲପୁରୀ ଫେସନ ସୋ ରେ ମଧ୍ୟ ଭାଗ ନେଇଥିଲେ।ଉକ୍ତ ଭେଟ ଘାଟ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀକାନ୍ତ ଚାଟାର୍ଜୀ,ଦୀପକ ପୁଝାରୀ, ପ୍ରଣବ ଭୋକ୍ତା ପ୍ରମୁଖ ଉପସ୍ଥିତ ଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ପୂଜା କବିତା ସାହାଣୀ। ଏଠାରେ ପ୍ରକାଶ ଥାଉକି ମୁମ୍ବାଇ ରେ ରହୁଥିବା ପ୍ରାୟ ତିନି ଶହ ପଶ୍ଚିମଓଡ଼ିଶା ସଦସ୍ୟ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ।ମୁମ୍ବାଇ ପଶ୍ଚିମଓଡ଼ିଶା ପରିବାର ର ନିରନ୍ତର ପ୍ରଚେଷ୍ଟାରେ ଗଣପର୍ବ ନୂଆଁଖାଇ ଭେଟଘାଟ ପ୍ରତିବର୍ଷ ମୁମ୍ବାଇ ରେ ପାଳନ ହୋଇ ଆସୁଅଛି।

kalahandi jilla epa ru ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *