ମୁର୍ଷୁଣ୍ଢୀ ମୁରାସୁର ଦରବାରର ପଞ୍ଚମ ସନ୍ଧ୍ୟା l

ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଠାରେ ୪୩ ତମ ଗଜଲକ୍ଷ୍ମୀ ପୂଜା ଅବସରରେ ମୁରାସୁର ଦରବାରର ପଞ୍ଚମ ଦିବସ ରେ ଦେବର୍ଷି ନାରଦ କର୍ଣ୍ଣାଟ ପ୍ରଦେଶରେ ପ୍ରବେଶ, ଲଷ୍ମୀ ସ୍ୱୟଂବର ବାର୍ତ୍ତା ମୁରାସୁର ଙ୍କୁ ପ୍ରଦାନ ଏବଂ ବିଷ୍ଣୁଙ୍କର ମର୍ତ୍ତ୍ୟ ମଣ୍ଡଳ ରେ ମାନବ ରୂପେ ଜନ୍ମ ବିଷୟରେ ମୁରାସର କୁ ପ୍ରକାଶ ପ୍ରମୁଖ ଦୃଶ୍ୟ ସନ୍ଧ୍ୟାରେ ମୁକ୍ତାକାଶ ରଙ୍ଗମଞ୍ଚରେ ପର୍ଯ୍ୟାୟକ୍ରମେ ମଞ୍ଚସ୍ଥ ହୋଇଥିଲା। ରାଜା ମୁରାସୁର ପାତ୍ରମନ୍ତ୍ରୀଙ୍କ ସହ ଶୋଭାଯାତ୍ରା ରେ ନଗର ପରିକ୍ରମା କରିବା ପରେ ଦରବାରରେ ପହଞ୍ଚିଥିଲେ। ରାଜ ନର୍ତ୍ତକୀ ଓ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ ହୋଇଥିଲା। ମହାରାଜଙ୍କ ଆଦେଶ କ୍ରମେ ଗଜଲକ୍ଷ୍ମୀ ପୂଜା କମିଟିର ଲବ କୁମାର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ରାଜ ସଭାରେ ର ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼.ନୃପରାଜ ସାହୁ ଓ ଜିଲ୍ଲା କଂଗ୍ରେସ ର ବରିଷ୍ଠ ନେତା ଗୌରୀ ଶଙ୍କର ପଣ୍ଡା , କଂଗ୍ରେସର ପୂର୍ବତନ ବିଧାୟକ ପାର୍ଥୀ ପ୍ରଦୀପ କୁମାର ସେଠି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଉପସ୍ଥିତ ରାଜ ଅତିଥିଗଣ ବିଭିନ୍ନ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ। କମିଟି ପକ୍ଷରୁ ପୁଷ୍ପମାଲ୍ୟ, ଉପଢୌକନ ଓ ସୃତି ଫଲକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଯୁକ୍ତ ଦୁଇ କଳା ପରୀକ୍ଷା ରେ ୫୫୭ମାର୍କ ରଖି ଉନ୍ନୀତ ହୋଇଥିବା ହିଲୁଙ୍ଗ ପଞ୍ଚାୟତର ରଣାପାଳି ଗ୍ରାମର ସୁଶ୍ରୀ ବିଶ୍ୱରୂପା ସାହୁ ଏବଂ ମାଟ୍ରିକ ପରୀକ୍ଷା ରେ ୪୫୯ମାର୍କ ରଖି ଉନ୍ନୀତ ହୋଇଥିବା ଯୁଧିଷ୍ଠିର ପୁର ଗ୍ରାମର ସଚ୍ଚିତା ଧଳ ଙ୍କୁ ଗଜଲକ୍ଷ୍ମୀ ପୂଜାକମିଟି ପକ୍ଷରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ବିଭିନ୍ନ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ। ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ମା ‘ ଗଜଲକ୍ଷ୍ମୀଙ୍କ ଦର୍ଶନ ପାଇଁ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଥିଲା। କମିଟିର ସମସ୍ତ ସଦସ୍ୟ ଉପସ୍ଥିତିରେ ପୁଷ୍ପାଞ୍ଜଳି ଓ ଆଳତି କାର୍ଯ୍ୟକ୍ରମ ହେଉଛି। ବ୍ୟାସ ପଣ୍ଡିତ ଅଜିତ କୁମାର ଦାସଙ୍କ ଦ୍ବାରା ଭରତ ମିଳନ ପ୍ରସଙ୍ଗ ଉପରେ ପୁରାଣ ପାଠ ହେଉଥିଲା। ଏଥିରେ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହି ଶ୍ରବଣ କରୁଥିଲେ। ବହୁ ଦର୍ଶକ ବିଳମ୍ବିତ ରାତି ପର୍ଯ୍ୟନ୍ତ ମନଭରି ଉପଭୋଗ କରୁଛନ୍ତି ପଞ୍ଚମ ଦିବସରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା ମିନାବଜାର ର ମଜା ନେବା ସହିତ ଚଟପଟି ଖାଦ୍ୟର ମଜା ମଧ୍ୟ ନେଉଛନ୍ତି ଦର୍ଶକ। ଏହି କାର୍ଯ୍ୟ କ୍ରମରେ ପୂଜା କମିଟିର ସଭାପତି ଲବ କୁମାର ସାହୁ, ଉପସଭାପତି ଧନଞ୍ଜୟ ସାହୁ, ସମ୍ପାଦକ ତ୍ରିୟଞ୍ଜୀବମିଶ୍ର, ସହ ସମ୍ପାଦକ ବିଦ୍ୟାଧର ଖୁର୍ଡିଆ, କୋଷାଧ୍ୟକ୍ଷ ସତ୍ୟ ମୋହନ ବେଦପାଣି, ଉପଦେଷ୍ଟା ରାଜ ଗୋପାଳ ପାଣିଗ୍ରାହୀ, ସତ୍ୟଞ୍ଜିବ ମିଶ୍ର,କୁଶ କୁମାର ସାହୁ ଓ ପ୍ରେମାନନ୍ଦ ଜଟି ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….