ମୃତକ ଙ୍କ ପରିବାରଙ୍କୁ ସହଯୋଗ ହାତ ବଢ଼ାଇଲେ ପରଜଙ୍ଗ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକର ଅସହାୟ ଗରିବ ମୃତକ ପରିବାରଙ୍କୁ ସାହାଯ୍ୟ ସହଯୋଗର ହାତ।ବଢାଇଲେ ପରଜଙ୍ଗ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା ଆର୍ଥିକ ସହାୟତା ରାଶି ₹ ୬୦୦୦ ଦେଲେ , ସ୍ୱର୍ଗତ ଶତ୍ରୁଘନ ପଧାନଙ୍କ ମୃତଦେହ ପରଜଙ୍ଗ ମେଡ଼ିକାଲରୁ ପଙ୍ଗାତିରା ପଞ୍ଚାୟତ ବ୍ରାହ୍ମଣଧରା ଗାଁକୁ ପଠାଇଲେ ,!ଏକ ଦୁଖଦ ଖବର ଘଟିଯାଇଛି ,

ପଙ୍ଗାତିରା ପଞ୍ଚାୟତ ବ୍ରାହ୍ମଣ ଧରା ଗାଁର ଶତ୍ରୁଘନ ପଧାନ ୨୧/୦୧/୨୦୨୬ ବୁଧବାର ଦିନ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପରଜଙ୍ଗ ମେଡ଼ିକାଲକୁ ନେବାପରେ ସେଠାରେ ଡକ୍ଟର ମୃତ ଘୋଷଣା କରିଥିଲେ! ମୃତଦେହ ଘରକୁ କିପରି ଆସିବ ସମାଜସେବୀ ଅସହାୟପ୍ରେମୀ ଦୁଃଖବନ୍ଧୁ ବିଶ୍ୱାଳଙ୍କୁ ଜଣାଇବା ପରେ ଶ୍ରୀ ଦୁଖବନ୍ଧୁ ବିଶ୍ୱାଳ ପରଜଙ୍ଗ ମେଡ଼ିକାଲକୁ ପହଞ୍ଚି ସମସ୍ତ ପ୍ରକାରର ବ୍ୟବସ୍ଥା କରାଇଥିଲେ ଗରିବ ପରିବାର ଅର୍ଥ ଅଭାବ ଏହି ଖବରଟି ପରଜଙ୍ଗ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରାଙ୍କୁ ଜଣାଇବାପରେ ଦଳବେହେରା ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଥିଲେ ଏବଂ ସ୍ୱର୍ଗତ ଶତ୍ରୁଘନ ପଧାନଙ୍କ ପରିବାରଙ୍କୁ ଅର୍ଥରାଶି ₹୬୦୦୦ ପ୍ରଦାନ କରି ଗାଡ଼ିର ବ୍ୟବସ୍ଥା କରିଥିଲେ ଗାଡ଼ି ଯୋଗେ ପଙ୍ଗାତିରା ପଞ୍ଚାୟତ ବ୍ରାହ୍ମଣଧରା ଗାଁକୁ ମୃତଦେହ ପଠାଇଥିଲେ ,ଶର୍ମିଷ୍ଠା ଦଳବେହେରାଙ୍କ ଏହିପରି ସେବା ଦେଖି । ମୃତକ ପରିବାର ଓ ସମାଜସେବୀ ବୃନ୍ଦ ସାଧୁବାଦ ଜଣାଇଥିଲେ
କଙ୍କଡ଼ାହାଡ଼ ବ୍ଲକ ରିପୋର୍ଟର ସୁବାଷ ପଧାନ ଇ ପି ଏ
