ମୃତ୍ୟୁ ବି ଏମିତି ଆସେ, ବାପା ଙ୍କ ଶବ ଦାହ ପାଇଁ ଯାଉଥିବା ବେଳେ ଦୁର୍ଘଟଣା ରେ ପୁଅ ବୋହୂ ଙ୍କ ମୃତ୍ୟୁ

ସୁବର୍ଣ୍ଣପୁର —- ମୃତ୍ୟୁ ଏମିତି ବି ଆସେ l କିଏ କହି ପାରିବ ଆଗକୁ କଣ ହେବ l କିଏ ଜାଣିଛି କେତେବେଳେ କେଉଁ ଅବସ୍ଥାରେ କାହାର ଜୀବନ ଯିବ l ଗୋଟିଏ ପଟେ ବାପା ଙ୍କ ମୃତ୍ୟୁ ହୋଇ ଶବ ପଡ଼ିଥିବା ବେଳେ ଅନ୍ୟପଟେ ସଡ଼କ ଦୁର୍ଘଟଣା ରେ ପୁଅ ବୋହୂ ଙ୍କ ମୃତ୍ୟୁ ହୋଇଛି l ବାପା ଙ୍କ ଶବଦାହ କରିପାରିଲେ ନାହିଁ ପୁଅ l କିନ୍ତୁ ତା ପୂର୍ବରୁ ନିଜେ ଶବ ହୋଇଗଲେ ପୁଅ ବୋହୂ l ସୂଚନା ମତେ ନୂଆପଡା ଜିଲ୍ଲା ରେ ହାଇସ୍କୁଲ ରେ ଶିକ୍ଷକତା କରୁଥିଲେ ରାଜକିଶୋର ସାହୁ l ହଠାତ ବାପା ଙ୍କ ମୃତ୍ୟୁ ଖବର ପାଇ ଉଭୟ ପୁଅ ବୋହୂ ନିଜ ଗାଁ ନୟାଗଡ ଜିଲ୍ଲା ଗଣିଆ ଥାନା ତେଲି ସାହି କୁ ଗତକାଲି ବାହାରିଥିଲେ l ନୂଆପଡା ରୁ (OD 26 E 6475) ନେକ୍ସନ ନାମକ ଏକ କାର ରେ ଉଭୟ ଦମ୍ପତି ଗତକାଲି ବିଳମ୍ବିତ ରାତିରେ ନିଜ ଗାଁ କୁ ଯାଉଥିବା ସମୟରେ ଖୋର୍ଦ୍ଧା -ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ରାମ୍ଭିକଟା ଟୋଲ ଗେଟ ନିକଟରେ ଠିଆ ହୋଇଥିବା ଏକ ଖୁଦ ବୋଝେଇ ଟ୍ରକ ସହ ମୁହାଁମୁହିଁ କାର ଟି ଧକ୍କା ହୋଇଥିଲା l ଫଳରେ ଉଭୟ ଦମ୍ପତି ରାଜ କିଶୋର ସାହୁ ଓ ପତ୍ନୀ ମୀନାରାଣୀ ସାହୁ ଗୁରୁତର ହୋଇପଡ଼ିଥିଲେ l ବିଳମ୍ବିତ ରାତିରେ ତାଙ୍କୁ ତୁରନ୍ତ ବୌଦ୍ଧ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା l ସେଠାରେ ଡାକ୍ତର ଉଭୟ ଦମ୍ପତି ଙ୍କୁ ମୃତ ଘୋଷଣା କରିଥିଲେ l ଏଭଳି ଦୁଖଃଦ ଘଟଣା କୁ ନେଇ ପରିବାର ରେ ଆଉ ଟିକେ କଳା ବାଦଲ ମାଡି ବସିଛି l ଏପଟେ ପରିବାର ଲୋକ ଖବର ପାଇ ବୌଦ୍ଧ ପହଁଚି ଥିବା ବେଳେ ଘଟଣା କୁ ନେଇ ପରିବାର ଓ ନିଜ ଗାଁ ରେ ଶୋକର ଛାୟା ଖେଳି ଯାଇଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..