November 28, 2025
Home » ମୃତ ଦାଦନ ଶ୍ରମିକ ଙ୍କ ପରିବାର କୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ପତ୍ର ପ୍ରଦାନ

ମୃତ ଦାଦନ ଶ୍ରମିକ ଙ୍କ ପରିବାର କୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ପତ୍ର ପ୍ରଦାନ

0
WhatsApp Image 2025-11-26 at 5.04.35 PM

ସୁବର୍ଣ୍ଣପୁର — ତାମିଲନାଡୁ ରାଜ୍ୟ ରେ ମୃତ୍ୟୁ ବରଣ କରିଥିବା ଦାଦନ ଶ୍ରମିକ ଙ୍କ ପରିବାର ବର୍ଗ ଙ୍କୁ ଆର୍ଥିକ କ୍ଷତି ପୂରଣ ସହାୟତା ରାଶି ପ୍ରଦାନ ପାଇଁ ବୁଧବାର ଦିନ ବୌଦ୍ଧ ଜିଲ୍ଲାପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି l ସୂଚନା ରୁ ପ୍ରକାଶ ଯେ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ଥାନା ଅନ୍ତର୍ଗତ ବିଚିକା ( ବିଳାସପୁର ) ଗ୍ରାମର ନରେନ୍ଦ୍ର ମହାନନ୍ଦିଆ ଙ୍କ ପୁତ୍ର ବିଜୟ ମହାନନ୍ଦିଆ (31) ଦାଦନ ଶ୍ରମିକ ଭାବରେ ଗତ ସେପ୍ଟେମ୍ବର ମାସ 10 ତାରିଖ ରୁ ତାମିଲନାଡୁ ରାଜ୍ୟ ର ଭେ୍ଲୋର ଜିଲ୍ଲା ଅଧିନସ୍ଥ Pillaikalathur, Paramuthi, NH -7,Namakhol Karur Road, PS -Paramathi – ( 637207 ) ରେ ଥିବା ପ୍ରାଇଭେଟ ଲିମିଟେଡ଼ ର ଏକ SJLT Spinning Mills ରେ କାର୍ଯ୍ୟ କରୁଥିଲେ l ଗତ 18/11/2025 ରେ ମଙ୍ଗଳବାର ଦିନ ସନ୍ଧ୍ୟା ପ୍ରାୟ 6 ଘଣ୍ଟା ସମୟ ରେ କମ୍ପାନୀ ଭିତରେ କାର୍ଯ୍ୟରତ ଥିବା ସମୟ ରେ ହଠାତ ଚେତାଶୁନ୍ୟ ହୋଇ ତଳେ ପଡିଯାଇଥିଲେ l ଅଚେତ ଅବସ୍ଥା ରେ ତାଙ୍କ ସହିତ କାମ କରୁଥିବା ଶ୍ରମିକ ମାନେ ଭେ୍ଲୋର ମେଡିକାଲ କୁ ନେଇଥିଲେ ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ମୃତ ଦାଦନ ଶ୍ରମିକ ବିଜୟ ମହାନନ୍ଦିଆ ପତ୍ନୀ ଶ୍ରୀମତୀ ଚିତ୍ର ମହାନନ୍ଦିଆ ( ରୀତା ) ଙ୍କ ସହିତ ଦୁଇଟି ଝିଅ ଓ ଗୋଟିଏ ପୁଅ ଅତି ଦୁଃଖ କଷ୍ଟ ରେ କାଳାତିପାତ କରୁଥିବା ଯୋଗୁଁ ସରକାରୀ ସହାୟତା ନିହାତି ଆବଶ୍ୟକ l ଆଜି ଦାଦନ ଶ୍ରମିକ ବିଜୟ ମହାନନ୍ଦିଆ ଙ୍କ ପତ୍ନୀ ଚିତ୍ର ମହାନନ୍ଦିଆ ( ରୀତା ) ବୌଦ୍ଧ ଜିଲ୍ଲାପାଳ ଙ୍କୁ ଲିଖିତ ଆକାରରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଆର୍ଥିକ କ୍ଷତିପୂରଣ ସହାୟତା ରାଶି ପ୍ରଦାନ ପାଇଁ ଅଗ୍ରଣୀ ସାମାଜିକ ସଂଗଠନ ର ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ର ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ ଙ୍କ ନେତୃତ୍ୱ ରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *